Advertisment

Viral Video: ସୁଇମିଂ ପୁଲରେ ବହିଲା ରକ୍ତର ବନ୍ୟା, ମାଲିକାଣୀକୁ ଖାଇଗଲା ଡଲଫିନ୍ ?

ମାଲିକାଣୀକୁ ଖାଇଗଲା ଓରକା ! ସୁଇମିଂ ପୁଲରେ ବହିଲା ରକ୍ତର ବନ୍ୟା । ଅନାଇଥିଲେ ଦର୍ଶକ, ଲାଇଭ୍ ଶୋ'ରେ ଜେସିକାଙ୍କୁ ଗିଳିଦେଲା ଓରକା । ସୋସିଆଲ ମିଡିଆରେ ଜେସିକା ଓ ଡଲଫିନ୍‌ର ଏ ଭାଇରାଲ ଭିଡିଓ ଆପଣ ବି ଦେଖିଥିବ । ୟୁଟ୍ୟୁବରୁ ଏକ୍ସ, ଫେସବୁକ୍‌ରୁ ଇନଷ୍ଟାଗ୍ରାମ, ସବୁଠି ଭାଇରାଲ ହେଉଛି ଏହି ଭିଡିଓ... ଯେଉଁଥିରେ ଲାଇଭ୍ ଶୋ' ଚାଲିଛି । ଜେସିକା ନାମକ ଜଣେ ମେରାଇନ ଟ୍ରେନର, ଓରକା ସହ ପରଫର୍ମାନ୍ସ କରୁଛନ୍ତି । ଏତିକି ବେଳେ ଅଚାନକ ଓରକା ନିଜ ମାଲିକାଣୀ ଜେସିକାଙ୍କୁ ଆଟାକ୍ କରୁଛି । ଆଉ ଖାଇଯାଉଛି ।

DOLPHIN

DOLPHIN

Advertisment

ସୋସିଆଲ ମିଡିଆରେ ଜେସିକା ଓ ଡଲଫିନ୍‌ର ଏ ଭାଇରାଲ ଭିଡିଓ ଆପଣ ବି ଦେଖିଥିବ ନିଶ୍ଚୟ ! ୟୁଟ୍ୟୁବରୁ ଏକ୍ସ, ଫେସବୁକ୍‌ରୁ ଇନଷ୍ଟାଗ୍ରାମ, ସବୁଠି ଭାଇରାଲ ହେଉଛି ଏହି ଭିଡିଓ... ଯେଉଁଥିରେ ଲାଇଭ୍ ଶୋ' ଚାଲିଛି । ଜେସିକା ନାମକ ଜଣେ ମେରାଇନ ଟ୍ରେନର, ଡଲଫିନ୍ ଓରକା ସହ ପରଫର୍ମାନ୍ସ କରୁଛନ୍ତି । ଏତିକି ବେଳେ ଅଚାନକ ଡଲଫିନ୍‌ ନିଜ ମାଲିକାଣୀ ଜେସିକାଙ୍କୁ ଆଟାକ୍ କରୁଛି । ଆଉ ଖାଇଯାଉଛି ।

Advertisment

ଏହି ଭାଇରାଲ ଭିଡିଓରେ କୁହାଯାଉଛି ଯେ, ଜେସିକା ପିଲାଦିନେ ଓରକାକୁ ସମୁଦ୍ରରୁ ପାଇଥିଲେ । ପିଲାଟିବେଳୁ ତା' ଲାଳନ ପାଳନ କରିଥିଲେ । ତା' ସହ ଖେଳୁଥିଲେ, ତା' ଯତ୍ନ ନେଉଥିଲେ । ତାକୁ ଭାରି ଭଲ ପାଉଥିଲେ । ଦୁହେଁ ବିଭିନ୍ନ ଦେଶକୁ ଯାଇ ଶୋ' କରୁଥିଲେ । ଦିନେ ଦୁହେଁ ଶୋ' ପାଇଁ ଆମେରିକା ଯାଇଥିଲେ । ସେଠି ଲାଇଭ୍‌ ଶୋ' ବେଳେ ଜେସିକାଙ୍କୁ ଖାଇ ଯାଇଥିଲା ଓରକା ।

ଯଦି ଆପଣ ସୋସିଆଲ ମିଡିଆ ଖୋଲିବେ, ଜେସିକା ଓ ଓରକାର ହଜାର ହଜାର ଭିଡିଓ ଦେଖିବାକୁ ପାଇବେ । ଭିଡିଓ ଶେଷରେ ଦେଖାଯାଉଛି କି, ଡଲଫିନ୍ ଜେସିକାଙ୍କୁ ଖାଇଲା ବେଳେ ସେଠି ବସିଥିବା ଅଡିଏନ୍ସ ଡରିଯାଉଛନ୍ତି । ଏହାପରେ ପାଣିରେ କେବଳ ଡଲଫିନ୍ ଦେଖାଯାଉଛି, ହେଲେ ଜେସିକା ନୁହେଁ । ସୋସିଆଲ ମିଡିଆରେ ଏହି ଭିଡିଓ ସମସ୍ତଙ୍କୁ ଇମୋସନାଲ କରିଦେଉଛି । ଲୋକେ ନାନା ପ୍ରକାର କମେଣ୍ଟ ଦେଉଛନ୍ତି ।

Advertisment

ହେଲେ ଭିଡିଓ ପଛର ପ୍ରକୃତ ସତ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ସମସ୍ତଙ୍କୁ ଇମୋସନାଲ କରୁଥିବା ଏ ଭିଡିଓ ବାସ୍ତବରେ ପୂରାପୂରି ମିଛ ଓ ସମ୍ପୂର୍ଣ୍ଣ ମନଗଢା । ସବୁକିଛି AI ଦ୍ୱାରା ପ୍ରସ୍ତୁତ । ଜେସିକା ଓ ଓରାକର ଯେତେ ବି ସବୁ ଭିଡିଓ ଭାଇରାଲ ହେଉଛି ସେସବୁ AI ଜେନେରେଟେଡ୍ ।

ଏମିତିକି ଜେସିକା ଓ ଓରାକର କାହାଣୀ ବି ମନଗଢା । ଅସଲରେ ଜେସିକା ରେଡକ୍ଲିଫ୍ ବୋଲି କେହି ମେରାଇନ ଟ୍ରେନର ଥିବାର କୌଣସି ପ୍ରମାଣ ନାହିଁ କି ଓରକା ନାମକ ଡଲଫିନ୍ ନାହିଁ । ଭିଡିଓରେ ଦିଶୁଥିବା ଡଲଫିନ୍‌ଠୁ ଆରମ୍ଭ କରି ଜେସିକା, ସୁଇମିଂ ପୁଲ୍, ଦର୍ଶକ, ଦର୍ଶକମାନେ ଚିଲାଇବାର ଶବ୍ଦ, ସବୁକିଛି ଏଆଇ ଜେନେରେଟେଡ୍ ଭିଡିଓ ହୋଇଥିବା ଫ୍ୟାକ୍ଟ ଚେକିଂରୁ ଜଣାପଡିଛି ।

Advertisment
Viral Video Truth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ