Advertisment

Viral Video: ଘୋଡାରେ ଚଢି ଆସିଲା କନ୍ୟା; ଯାତ୍ରୀ ମଧ୍ୟ ଆସିଥିଲେ

ଆଜି ପରିସ୍ଥିତି ବଦଳିଛି। କନ୍ୟା ମୁହଁରେ ଲାଜ ଦେଖାଯାଉ ନାହିଁ। ବରଂ ସେ ନିଜ ବିବାହକୁ ଖୁବ ଖୁସିରେ ଅନୁଭବ କରୁଥିବା ଦେଖାଯାଏ।

ଅଦ୍ୟତନ ହୋଇଛି
Bihar Bride Rides Horse To Her Wedding Venue

The bride came riding a hourse

Advertisment

ସେ ଦିନ ଆଉ ନାହିଁ ଯେଉଁ ଦିନରେ ବିବାହ ବେଳେ କନ୍ୟା କୌଣସି ଏକ କଣରେ ଠିଆହୋଇ ଲାଜ କରୁଥିବା ଦେଖାଏ। ରୀତିନୀତି କରିବା ପାଇଁ କନ୍ୟା ମଣ୍ଡପ ପର୍ଯ୍ୟନ୍ତ ଆସି ଫେରିବା ପରେ କୌଣସି ସ୍ଥାନରେ ଲୁଚିଯାଏ। ବର ଏବଂ ବରଯାତ୍ରୀଙ୍କ ସାମ୍ନାରେ ତ କନ୍ୟା ମୁଣ୍ଡ ଉଠେଇ ଦେଖେ ହିଁ ନାହିଁ। କେବଳ ଓଢଣା ଭିତର କନ୍ୟାର ମୁରୁକା ହସ ହିଁ ସମସ୍ତଙ୍କ ହୃଦୟ ଚୋରି କରିନିଏ।

Advertisment

କିନ୍ତୁ ଆଜି ପରିସ୍ଥିତି ବଦଳିଛି। କନ୍ୟା ମୁହଁରେ ଲାଜ ଦେଖାଯାଉ ନାହିଁ। ବରଂ ସେ ନିଜ ବିବାହକୁ ଖୁବ ଖୁସିରେ ଅନୁଭବ କରୁଥିବା ଦେଖାଯାଏ। ଆଜିକାଲି ତ ପ୍ରତି ମୁହୂର୍ତ୍ତକୁ ସ୍ମରଣ କରିବା ନେଇ କନ୍ୟା ନିଜ ବିବାହର ଥିମ୍, ଏଣ୍ଟ୍ରି ଫଟୋସୁଟ୍‌ର ଷ୍ଟାଇଲ୍, ପୋଷାକ ସବୁକିଛି ନିଜେ ସ୍ଥିର କରୁଛି।

ଅଧିକ ପଢ଼ନ୍ତୁ: ବାହା ମଣ୍ଡପରେ ଆଖିବୁଜା ଗୁଳି ଫୁଟାଇଲେ କନ୍ୟା !

ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ shubhavivahh ରେ ଏପରି ଜଣେ କନ୍ୟାର ଏକ ଭିଡିଓ ଶେୟାର କରାଯାଇଛି, ଏହି ଭିଡିଓରେ କନ୍ୟା ଘୋଡା ଉପରେ ଚଢି ଏଣ୍ଟ୍ରୀ କରୁଥିବା ଦେଖାଯାଏ। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି। କନ୍ୟାର ଏହି ଷ୍ଟାଇଲ୍ ଲୋକମାନଙ୍କ ପାଇଁ ନୂତନତାର ଆରମ୍ଭ ପରି ମନେହୁଏ।

Advertisment

ଆଖିରେ କଳା ଚଷମା, ଦେହରେ ଗୋଲାପୀ ଲେହେଙ୍ଗା ଏବଂ ଘୋଡା ଉପରେ କନ୍ୟା। ବିବାହରେ ଏପରି ଏଣ୍ଟ୍ରୀ କରିଥିଲା କନ୍ୟା। ଲୋକ ବରକୁ ଭୁଲି କନ୍ୟାକୁ ଦେଖିବାକୁ ପସନ୍ଦ କରିଥିଲେ। ସବୁବେଳେ ବର ଘୋଡା ଚଢି ଆସିବା ଦେଖାଯାଉଥିବା ବେଳେ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳେ। କନ୍ୟାର ଏଭଳି ଏଣ୍ଟ୍ରୀ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଗଲେ। ତାଙ୍କର ଷ୍ଟାଇଲ୍ ଖୁବ ଦମଦାର ଥିଲା। ତାଙ୍କର ସମସ୍ତ ବନ୍ଧୁ ଏବଂ ପରିବାର ଲୋକେ ତାଙ୍କ ସହିତ ବରଯାତ୍ରୀ ଭଳି ଏଣ୍ଟ୍ରୀ କରିଥିଲେ। ଏହା ସମସ୍ତଙ୍କୁ ତାଜୁବ କରିଦେଇଛି।

Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ