Advertisment

ଜୋରଦାର ଚର୍ଚ୍ଚା; ଭାରତରେ ବ୍ୟାନ୍ ହୋଇଯିବ କି ଟେଲିଗ୍ରାମ୍ ?

ଭାରତରେ ବ୍ୟାନ ହୋଇଯିବ କି ଟେଲିଗ୍ରାମ୍ । ଦେଶରେ ଚାଲିଛି ଏଭଳି ଜୋରଦାର ଚର୍ଚ୍ଚା । ପ୍ୟାରିସ୍ ବୋର୍ଜେଟ ବିମାନ ବନ୍ଦରରୁ ଟେଲିଗ୍ରାମ୍ ସିଇଓ ପାଭେଲ ଡୁରୋଭ ଗିରଫ ହେବା ପରେ ସାରା ଦେଶରେ ବଢ଼ିଛି ଏଭଳି ଶଙ୍କା।

ଅଦ୍ୟତନ ହୋଇଛି
Telegram To Be Banned In India

Telegram Ban in India

Advertisment

ଭାରତରେ ବ୍ୟାନ ହୋଇଯିବ କି ଟେଲିଗ୍ରାମ୍ । ଦେଶରେ ଚାଲିଛି ଏଭଳି ଜୋରଦାର ଚର୍ଚ୍ଚା । ପ୍ୟାରିସ୍ ବୋର୍ଜେଟ ବିମାନ ବନ୍ଦରରୁ ଟେଲିଗ୍ରାମ୍ ସିଇଓ ପାଭେଲ ଡୁରୋଭ ଗିରଫ ହେବା ପରେ ସାରା ଦେଶରେ ବଢ଼ିଛି ଏଭଳି ଶଙ୍କା। ଡାଟା ଚୋରି କିମ୍ବା ଜୁଆ କାରବାରରେ ଏହି ମେସେଜିଂ ଆପ୍ ସଂପୃକ୍ତ ଥିବା ନେଇ ସଂଗୀନ ଅଭିଯୋଗ ଆସିବା ପରେ ଏହାର ଯାଞ୍ଚ କରୁଛନ୍ତି ଭାରତ ସରକାର। 

Advertisment

ଏହି ଆପ୍‌ରେ ଅପରାଧିକ କଣ୍ଟେଣ୍ଟ ଅଧିକ ମାତ୍ରରେ ପ୍ରସାର ହେଉଥିବାର ମଧ୍ୟ ଅଭିଯୋଗ ଆସିଛି । ଦୁଇ ଦିନ ତଳେ ଟେଲିଗ୍ରାମ ସିଇଓ ପାଭେଲ ନିଜ ପ୍ରାଇଭେଟ ଜେଟ୍ ଜରିଆରେ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ତାଙ୍କୁ ଗିରଫ କରିଥିଲା ପ୍ୟାରିସ୍ ପୋଲିସ୍।

ଗତକାଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମ ପ୍ରତିଷ୍ଠାତା ତଥା ସିଇଓ ପାଭେଲ ଡୁରୋଭଙ୍କୁ ପ୍ୟାରିସ୍‌ ନକିଟସ୍ଥ ବୋରଗେଟ୍‌ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା । ଏହି ପ୍ଲାଟଫର୍ମରେ ଅପରାଧିକ ପୋଷ୍ଟ(କ୍ରିମିନାଲ କଣ୍ଟେଣ୍ଟ)କୁ ରୋକିବା ଲାଗି ପୂର୍ବରୁ ବିଭିନ୍ନ ମହଲରେ ଅଭିଯୋଗ ଉଠିଥିଲା । ଏଥିପାଇଁ ପାଭେଲଙ୍କୁ ପଦକ୍ଷେପ ନେବାକୁ କୁହାଯାଇଥିଲେ ହେଁ ସେ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ଟେଲିଗ୍ରାମ ଆପ୍‌ରେ ମଡେରଟର ବ୍ୟବସ୍ଥାର ଅଭାବ ରହିଥିଲା । ଯାହାକୁ ନେଇ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଥିଲା। ଏକ ମେସେଜିଂ ଆପ୍‌ ଭାବେ ଏହି ପ୍ଳାଟଫର୍ମକୁ ଉପଯୋଗ କରି ଆତଙ୍କବାଦୀମାନେ ବିଭିନ୍ନ ସମୟରେ ଅପରାଧିକ କାର୍ଯ୍ୟକଳାପ ଚଳାଇଥିଲେ ମଧ୍ୟ ସେମାନଙ୍କ ଆପତ୍ତିଜନକ କଣ୍ଟେଣ୍ଟ ହଟି ନଥିଲା । ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ପ୍ୟାରିସ୍‌ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।

Advertisment

ପାଭେଲ ଆଜରବୈଜାନରୁ ତାଙ୍କ ବ୍ୟକ୍ତିଗତ ଜେଟରେ ଆସି ପ୍ୟାରିସ ନିକଟସ୍ଥ ବୋରଗେଟ୍‌ ବିମାନ ବନ୍ଦରରେ ଅବତରଣ କରିବା ପରେ ସେଠାରୁ ତାଙ୍କୁ ଗିରଫ କରାଯାଇଥିବା ଫ୍ରାନ୍ସ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଥିଲା।

Telegram Social Media Messaging App
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ