Swiss Man sets world record by sitting in ice for over 2 hours
ଯେତେବେଳେ ଆମେ କେବେ କୌଣସି ବରଫାଞ୍ଚଳ ବୁଲିବାକୁ ଯାଉ, ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆମେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଗରମ ପୋଷାକରେ ନିଜକୁ ଢାଙ୍କି ରଖୁ। କିନ୍ତୁ ସ୍ୱିଜରଲ୍ୟାଣ୍ଡର ବାସିନ୍ଦା ଇଲିଆସ୍ ମେୟର ଥଣ୍ଡାର ସମସ୍ତ ନିୟମ ଭାଙ୍ଗି ଏପରି ଏକ ଚମତ୍କାର କରିଛନ୍ତି ଯେ ଏ ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି।
ସେ କେବଳ ସ୍ୱିମିଂ ଫ୍ୟାଣ୍ଟ ପିନ୍ଧି ବରଫ ଗଦାରେ ଦୁଇ ଘଣ୍ଟାରୁ ଅଧିକ ସମୟ ପୋତି ହୋଇ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।
ସ୍ୱିସ୍ ପାୱାରଲିଫ୍ଟର ଇଲିଆସ୍ ମେୟର ୨ ଘଣ୍ଟା ୭ ସେକେଣ୍ଡ ପାଇଁ ସମ୍ପୂର୍ଣ୍ଣ ବରଫରେ ପୋତିହୋଇ ବସିବାର କୃତିତ୍ୱ ହାସଲ କରିଛନ୍ତି। ସେ ଏପ୍ରିଲ ୨ ତାରିଖରେ ସ୍ୱିଜରଲ୍ୟାଣ୍ଡର ଏକ ରାସ୍ତା କଡ଼ରେ ଏହି ପରୀକ୍ଷା କରିଥିଲେ। ତାଙ୍କ ସମ୍ପୂର୍ଣ୍ଣ ଶରୀର ବରଫରେ ଆଚ୍ଛାଦିତ ଥିଲା, କେବଳ ତାଙ୍କ ମୁହଁ ବାହାରକୁ ଦେଖାଯାଉଥିଲା।
ଅଧିକ ପଢ଼ନ୍ତୁ:ବ୍ୟାଚଲର୍ଙ୍କ ପାଇଁ ବରଦାନ; ଗୋଟିଏ କଡେଇରେ ରୋଷେଇ ହେବ ଦୁଇଟି ତରକାରୀ
ତୁଷାରପାତ ଋତୁରେ ତାପମାତ୍ରା ଶୂନ୍ ତଳେ ଥିଲା, କିନ୍ତୁ ଇଲିଆସ୍ ଏହି କଷ୍ଟକର ପରିସ୍ଥିତିରେ ବି ବଞ୍ଚି ରହିଥିଲେ।
ଇଲିଆସଙ୍କ ଏହି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ଏହି ରେକର୍ଡ ଜଣେ ବ୍ୟକ୍ତି କେବଳ ସ୍ୱିମିଂ ପ୍ୟାଣ୍ଟ୍ ପିନ୍ଧି ବରଫ ଭିତରେ ବିତାଇଥିବା ଏପର୍ଯ୍ୟନ୍ତର ସବୁଠାରୁ ଲମ୍ବା ସମୟ। ଏହି ସଫଳତା ସ୍ୱିଜରଲ୍ୟାଣ୍ଡର ଆଣ୍ଡରମାଟ୍ ସହରରେ ହାସଲ କରାଯାଇଛି, ଯେଉଁଠାରେ ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ପ୍ରବଳ ତୁଷାରପାତ ହୋଇଥାଏ।
ଇଲିଆସ୍ ମେୟର ବୃତ୍ତିରେ ଜଣେ ପାୱାରଲିଫ୍ଟର ଏବଂ ସେ ସବୁବେଳେ କିଛି ଭିନ୍ନ ଏବଂ ବଡ଼ କରିବାକୁ ଚାହୁଁଥିଲେ। ଯେତେବେଳେ ସେ ଜାଣିଲେ ଯେ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଦୁଇ ଘଣ୍ଟାରୁ ଅଧିକ ସମୟ ବରଫରେ ରହିପାରି ନାହାନ୍ତି, ସେ ଏହି ଅସମ୍ଭବ ମନେ ହେଉଥିବା ଲକ୍ଷ୍ୟ ହାସଲ କରିବାକୁ ନିଷ୍ପତ୍ତି ନେଲେ। ସେ ଥଣ୍ଡା ଏବଂ ତୁଷାରପାତ ସହିବାରେ ଅଭ୍ୟସ୍ତ ହେଲେ ଏବଂ ଏହି ଅଭ୍ୟାସ ତାଙ୍କର ଶକ୍ତି ପାଲଟିଛି।
ଇଲିଆସଙ୍କ ଏହି ରେକର୍ଡ କେବଳ ମଣିଷର ସହନଶୀଳତାର ସୀମାକୁ ଦର୍ଶାଏ ନାହିଁ, ବରଂ ଏହା ମଧ୍ୟ ପ୍ରମାଣିତ କରେ ଯେ ଯଦି ଇଚ୍ଛାଶକ୍ତି ଦୃଢ଼ ଥାଏ, ତେବେ ପ୍ରକୃତି ଭଳି ଥଣ୍ଡା ମଧ୍ୟ ମୁଣ୍ଡ ନୁଆଁଇପାରେ। ସେ କହିଛନ୍ତି, “ମୁଁ ମୋ ଶରୀରର କ୍ଷମତା ଜାଣିବାକୁ ଚାହୁଁଥିଲି ଏବଂ ଏବେ ମୁଁ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ଅନୁଭବ କରୁଛି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749636249.jpg)