ଭୁବନେଶ୍ୱରର ଏକ ଘରୋଇ ବିଶ୍ୱ ବିଦ୍ୟାଳୟରେ ଏ କି ବ୍ୟବସ୍ଥା ? ଖାଦ୍ୟରୁ ବାହାରୁଛି ମଲା ବେଙ୍ଗ

ଜଣେ ଛାତ୍ର ସୋସିଆଲ ମିଡିଆ ‘X’ରେ ଏହି ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । ଛାତ୍ର ଜଣକ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ଏହି ଘଟଣା ଭୁବନେଶ୍ୱରର । ଭାରତର ଇଞ୍ଜିନିୟରିଂ କଲେଜ ମଧ୍ୟରେ ଏହି କଲେଜ୍‌ ୪୨ତମ ସ୍ଥାନରେ ରହିଛି ।

ଖାଦ୍ୟରୁ ବାହାରୁଛି ମଲା ବେଙ୍ଗ

ହଷ୍ଟେଲ ଖାଦ୍ୟରୁ ବାହାରିଲା ମୃତ ବେଙ୍ଗ । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ହଷ୍ଟେଲ ଖାଦ୍ୟରୁ ଏକ ମୃତ ବେଙ୍ଗ ବାହାରିଛି । ଯାହାକୁ ନେଇ ବର୍ତ୍ତମାନ ଉତ୍ତେଜନା ଦେଖାଦେଇଛି । ପଟିଆ ସ୍ଥିତ ଏକ ଘରୋଇ ବିଶ୍ୱ ବିଦ୍ୟାଳୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏନେଇ କିଛି ଛାତ୍ର ଘଟଣାର ଫଟୋ ଉଠାଇବା ସହ ସୋସିଆଲ ମିଡିଆ ‘X’ ଓ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରିଛନ୍ତି ।

ଜଣେ ଛାତ୍ର ସୋସିଆଲ ମିଡିଆ ‘X’ରେ ଏହି ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । ଛାତ୍ର ଜଣକ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ଏହି ଘଟଣା ଭୁବନେଶ୍ୱରର । ଭାରତର ଇଞ୍ଜିନିୟରିଂ କଲେଜ ମଧ୍ୟରେ ଏହି କଲେଜ୍‌ ୪୨ତମ ସ୍ଥାନରେ ରହିଛି । ଅଭିଭାବକମାନେ ନିଜ ପିଲାମାନଙ୍କୁ ଏଠାରେ ପାଠ ପଢ଼ାଇବା ପାଇଁ ପ୍ରାୟ ୧୭.୫ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ବୋଲି ସେ ଲେଖିଛନ୍ତି ।

ଖାଲି ଏତିକି ନୁହେଁ, ଛାତ୍ର ଜଣକ ଆହୁରି କିଛି ଲେଖିଥିବା ଦେଖିବାକୁ ମିଳିଛି । ସେ ଲେଖିଛନ୍ତି, ଏହି କଲେଜ ହଷ୍ଟେଲରେ ଏଭଳି ଖାଦ୍ୟ ଯୋଗାଇଦିଆଯାଏ । ଏପରି ଘଟଣାକୁ ନେଇ ସେ ପ୍ରଶ୍ନ ବାଢ଼ିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ, ଭାରତର ଛାତ୍ରମାନେ ଉନ୍ନତ ଶିକ୍ଷା ଏବଂ ସୁବିଧା ପାଇଁ ଅନ୍ୟ ଦେଶକୁ କାହିଁକି ଯାଆନ୍ତି ? ଛାତ୍ରଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଫଟୋରେ ଖାଦ୍ୟରେ ଗୋଟିଏ ବେଙ୍ଗ ପଡ଼ିଥିବାର ସ୍ପଷ୍ଟ ଦେଖାଯାଉଛି । ତାହା ସହ ସେ କଲେଜ ସର୍କୁଲାର ମଧ୍ୟ ପୋଷ୍ଟ କରିଛନ୍ତି ।

ଏପରି ଏକ ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ଅନେକ ୟୁଜର୍ସ ସେମାନଙ୍କ ମତ ରଖୁଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ଏହି ଘଟରା ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଲାଣି ।