Humanity
ସୋସିଆଲ ମିଡିଆ ଏମିତି ଏକ ସ୍ଥାନ ଯେଉଁଠି ପ୍ରତି ମୁହୁର୍ତ୍ତରେ କିଛି ନା କିଛି ନୂଆ ଦେଖିବାକୁ ମିଳୁଛି । ପ୍ରତି ମୁହୁର୍ତ୍ତରେ ୟୁଜରମାନେ ନୂଆ ନୂଆ ଭିଡିଓ ପୋଷ୍ଟ କରନ୍ତି । ଆଉ ସେଥି ମଧ୍ୟରୁ କିଛି ଭିଡିଓ ଭାଇରାଲ ହୋଇଥାଏ । ଆଉ ତାହାରି ଭିତରୁ କିଛି ଭିଡିଓ ହୃଦୟକୁ ଛୁଇଁ ଯାଏ । ସେମିତି ଏକ ଭିଡିଓ ଏବେ ଆମ ନଜରକୁ ଆସିଛି । ସେହି ଭିଡିଓ ଦେଖିଲେ ଆପଣ ବି କହିବେ, ଏବେ ବି ମାନବିକତା ବଞ୍ଚିଛି । ମୋବାଇଲ୍ ସ୍କ୍ରିନ୍କୁ ସ୍କ୍ରଲ୍ କରୁ କରୁ ଏହି ଭିଡିଓଟି ସାମ୍ନାକୁ ଆସିଲେ ଆପଣଙ୍କ ହାତ ନିଶ୍ଚୟ ଅଟକି ଯିବ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଝିପ୍ ଝିପ୍ ବର୍ଷା ହେଉଛି । ସେହି ବର୍ଷାରେ ଜଣେ ମହିଳା ନିଜ ଛୁଆକୁ ନେଇ ରାସ୍ତାରେ ଯାଉଛନ୍ତି । କାଳେ ତାଙ୍କ ଛୁଆ ଦେହରେ ପାଣି ପଡ଼ିଯିବ । ତାକୁ କାଳେ ବର୍ଷା ପାଣିରେ ଥଣ୍ଡା ହେବ, ସେଥିପାଇଁ ସେ ଭାରି ତରବର ହୋଇଯାଉଛନ୍ତି । ଏତିକି ବେଳେ ଦେବଦୂତ ଭଳି ଜଣେ ବୟସ୍କ ବ୍ୟକ୍ତି ସେହି ରାସ୍ତାରେ ଯାଉ ଯାଉ ମହିଳାଙ୍କୁ ଦେଖି ଅଟକି ଗଲେ । ଆଉ ତାଙ୍କ ହାତରେ ଥିବା ଛତାକୁ ମହିଳାଙ୍କୁ ଧରାଇଦେଲେ ଆଉ ନିଜେ ନିଜେ ଭିଜି ଭିଜି ଗଲେ। ଅଜଣା ବ୍ୟକ୍ତିଙ୍କ ଏଭଳି ମଣିଷ ପଣିଆ ଦେଖି ମହିଳା ଜଣକ ଖୁବ୍ ଆନନ୍ଦିତ ହେଲେ । ଆଉ ତାଙ୍କୁ ମୁଣ୍ଡ ନୁଆଁଇ ସୁଧୁବାଦ ଜଣାଇଲେ । ଏହି ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଭିଡିଓକୁ ଅନେକ ଲାଇକ୍ ଓ ସେୟାର ମିଳିସାରିଥିବା ବେଳେ କମେଣ୍ଟ ମଧ୍ୟ ବର୍ଷା ହେଉଛି । କିଛି ୟୁଜର କହିଛନ୍ତି ବର୍ତ୍ତମାନର ସ୍ୱାର୍ଥପର ଜୀବନରେ କିଏ କାହାକୁ ବା ସହଯୋଗ କରୁଛି । ଯେଉଁ ବ୍ୟକ୍ତି ଜଣକ ମହିଳାଙ୍କୁ ଛତା ଦେଇଛନ୍ତି ସେ ନିହାତି ଭାବେ ଜଣେ ହୃଦୟବାନ ଲୋକ । ଆଉ କେହି କେହି ସେ ବ୍ୟକ୍ତିଙ୍କୁ ଭଗବାନଙ୍କ ଅବତାର ବୋଲି ମଧ୍ୟ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Humanity_1681546741.jpg)