Advertisment

ବର୍ଷା ରାତିରେ ଚମକିଲା ବିଜୁଳି, ରାତି ହୋଇଗଲା ଦିନ ! ଦେଖନ୍ତୁ ଭିଡିଓ

ଚେନ୍ନାଇ ସମେତ ତାମିଲନାଡୁର ଅନେକ ଅଞ୍ଚଳରେ ବଜ୍ରପାତ ମଧ୍ୟ ଘଟିଛି। ଏହି ସମୟରେ ଗୋଟିଏ କୋଠାକୁ ବିଜୁଳି ମାରିଥିଲା। ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।ଏହି ସମୟର ଦୃଶ୍ୟ ଦେଖି ଆପଣ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ।

ଅଦ୍ୟତନ ହୋଇଛି
lightning

lightning

Advertisment

ସାଧାରଣତଃ ବର୍ଷା ସମୟରେ ଆମେ ବଜ୍ରପାତକୁ ନେଇ ଅଧିକ ଭୟଭୀତ ଥାଆନ୍ତି। କାରଣ ବଜ୍ରପାତରେ ଜୀବନ ଚାଲିଯିବାର ଭୟ ମଧ୍ୟ ରହିଛି। ହେଲେ ଏହି ଭୟଙ୍କର ଦୃଶ୍ୟକୁ କେହି ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

Advertisment

ତାମିଲନାଡୁରେ ଜାରି ରହିଛି ବର୍ଷା। ଚେନ୍ନାଇର ଆଂଚଳିକ ପାଣିପାଗ କେନ୍ଦ୍ର (ଆରଏମସି) ଅକ୍ଟୋବର ୧୨ ରୁ ୧୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି। ଚେନ୍ନାଇ ସମେତ ତାମିଲନାଡୁର ଅନେକ ଅଞ୍ଚଳରେ ବଜ୍ରପାତ ମଧ୍ୟ ଘଟିଛି। ଏହି ସମୟରେ ଗୋଟିଏ କୋଠାକୁ ବିଜୁଳି ମାରିଥିଲା। ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।ଏହି ସମୟର ଦୃଶ୍ୟ ଦେଖି ଆପଣ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ। କିଛି ୟୁଜର୍ସ ପ୍ରକୃତିର ଏହି ରୂପ ଦେଖି ଭୟଭୀତ ହୋଇଥିବାବେଳେ ଅନ୍ୟମାନେ ଏହାର ସୌନ୍ଦର୍ଯ୍ୟ ଦ୍ୱାରା ବିସ୍ମିତ ହୋଇଥିଲେ ।

Advertisment

ସୋସିଆଲ ମିଡିଆ X ୟୁଜର ପଟ୍ଟାବି ରମଣ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି। ଭିଡିଓଟି ଚେନ୍ନାଇର ଉପାନ୍ତ ଅଂଚଳ ଶୋଲିଙ୍ଗାନାଲୁର ବୋଲି ଜଣାପଡିଛି। ଭିଡିଓରେ ଆପଣ ଦେଖିବେ ଯେ ବଜ୍ରପାତ ହେତୁ କିଛି କ୍ଷଣ ମଧ୍ୟରେ ରାତିର ଆକାଶର ରଂଗ ବଦଳି ଉଜ୍ଜ୍ୱଳ ବାଇଗଣୀ ରଙ୍ଗରେ ପରିଣତ ହୋଇଛି । ଏହା ସେୟାର ହେବା ପରେ ଅନେକ ଲୋକ ଏହାକୁ ଦେଖି ସାରିଲେଣି।

ଜଣେ ୟୁଜର ପ୍ରଶ୍ନ କରିଛନ୍ତି, ଏହା ସତରେ ଭିଡିଓ କରାଯାଇଛି ତ? ଅନ୍ୟ ଜଣେ ୟୁଜର କମେଣ୍ଟ କରିଛନ୍ତି, ଅତି ସୁନ୍ଦର ଫଟୋ କଏଦ ହୋଇଛି। AIର ଯୁଗରେ, ନକଲି ଭିଡିଓ ତିଆରି କରିବା ପୂର୍ବାପେକ୍ଷା ସହଜ ହୋଇଯାଇଛି। ତେଣୁ ସନ୍ଦେହ ପ୍ରକଟ କରି କିଛି X ବ୍ୟବହାରକାରୀ ଏହା ସତ କି ନାହିଁ ବୋଲି ପଚାରିଥିଲେ | ସେହି ପ୍ରଶ୍ନର ଉତ୍ତର ଦେବାବେଳେ ରମଣ ନିଶ୍ଚିତ କରିଥିଲେ ଯେ ଭିଡିଓଟି ସତ ଏବଂ ଏଥିରେ କୌଣସି ଟେକ୍ନୋଲୋଜି ବ୍ୟବହାର ହୋଇନି।

Advertisment
Lightening
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ