Viral Video
ଭଗବାନଙ୍କ ପାଖରେ ଲାଗିଲା ବିରିୟାନୀ ଭୋଗ। କଥାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ବାସ୍ତବରେ ଜଣେ ମହିଳା ବାଳଗୋପାଳଙ୍କୁ ବିରିୟାନୀ ଖୁଆଇ ଦେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓଟି କେଉଁ ସ୍ଥାନର ତାହା ଜଣାପଡ଼ିନାହିଁ।
କି ଯୁଗ ହେଲା ହେ ପ୍ରଭୁ। ବାଳଗୋପାଳ ଖାଉଛନ୍ତି ବିରିଆନି ଭୋଗ। ଆମେ ଜାଣିଛୁ, ଆଜିକାଲିର ଯୁବପିଢ଼ିଙ୍କୁ ବିରିୟାନୀ ଖାଦ୍ୟଟି ଭାରି ପ୍ରିୟ। ଏହା ଅନେକ ପେଟ ରୋଗର କାରଣ ବୋଲି ଡାକ୍ତର କୁହନ୍ତି। କିନ୍ତୁ ଏହି ଦକ୍ଷିଣି ଖାଦ୍ୟ ଯେ, ଦିଅଁ ଦେବତାଙ୍କୁ ଭୋଗ ଥାଳିକୁ ମାଡ଼ି ଆସିଲାଣି ଆମ୍ଭେ ଜାଣିନଥିଲୁ। ସୋସିଆଲ୍ ମିଡିଆରେ ଖୁବ୍ ଚାଲିଥିବା ଏକ ଭିଡିଓରେ ମହିଳା ଭକ୍ତ ଜଣକ ଚନ୍ଦନ ଚିତା ଧାରଣ କରି ଥାଳିରେ ବିରିୟାନି ଧରି ତାକୁ ଚକୁଟି ଚକୁଟି ଛୁଆଙ୍କୁ ଖୋଇ ଦେଲା ଭଳି ପ୍ରଭୁ ବାଳଗୋପାଳଙ୍କୁ ଖୁଆଇ ଦେଉଛନ୍ତି। କେହି କେହି ଏହାକୁ ଆମିଷ ବିରିୟାନି କହୁଛନ୍ତି। କିଏ କିଏ କହୁଛନ୍ତି ସେଟା ମାଂସ ନୁହେଁ ଆଳୁ।
ଅଧିକ ପଢ଼ନ୍ତୁ: ଭାଇରାଲ ହେଉଛନ୍ତି ଶ୍ରୀକୃଷ୍ଣଙ୍କ କୁନି ଭକ୍ତ; ଜାଣନ୍ତୁ କିଏ ଏହି ଭାଗବତ, ମାତ୍ର ୪ ବର୍ଷ ବୟସରେ କେମିତି ଶିଖିଲେ ଶ୍ଳୋକ ?
ତେବେ ମହିଳାଙ୍କ ଏହି ଭିଡିଓକୁ ଅନେକ ୟୁଜର୍ସ ଦେଖିବା ସହ ଭିନ୍ନ କମେଣ୍ଟ ମଧ୍ୟ ଦେଇଛନ୍ତି। ପ୍ରାୟ ଲୋକେ ଘରେ ବାଳଗୋପାଳ ରଖିଥାନ୍ତି। ତାଙ୍କୁ ନିଜ ପିଲା ଭଳି ଖୁଆଇ ପିଆଇ ଦିଅନ୍ତି। ଏମିତିକି ପ୍ରତିଦିନ ତାଙ୍କୁ ବିଭିନ୍ନ ପୋଷାକରେ ସଜେଇ ବି ଦିଅନ୍ତି। ତେବେ ମହିଳାଙ୍କର ଏହି ଭିଡିଓଟି ଏବେ ବେଶ୍ ବାଇରାଲ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719987992.jpg)