Advertisment

Employee Gets Called Out: ଲିଙ୍କଡିନ୍‌ ପ୍ରୋଫାଇଲକୁ ନେଇ ମହାଭାରତ, ଅଫିସରେ ଚାପ ପକାଇଲେ ସିନିୟର

ଯଦି ଆପଣ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ଏବଂ ବେଳେ ବେଳେ କାହାର ପ୍ରୋଫାଇଲ ଭିଜିଟ୍ କରୁଛନ୍ତି, ତା' ପୂର୍ବରୁ ପଢି ନିଅନ୍ତୁ ଏହି ଖବର । ସିନିୟରଙ୍କ ପ୍ରୋଫାଇଲ ଭିଜିଟ୍ କରିବାରୁ ଜଣେ ଜୁନିୟର କର୍ମଚାରୀଙ୍କୁ ହଟହଟା ହେବାକୁ ପଡ଼ିଛି ।

ଅଦ୍ୟତନ ହୋଇଛି
LinkedIn Profile

LinkedIn Profile

Advertisment

ଆଜିକାଲି ସୋସିଆଲ ମିଡିଆ ଯେକେହିବି ବ୍ୟବହାର କରୁଛନ୍ତି । ଇନଷ୍ଟାଗ୍ରାମ, ଫେସବୁକ ଓ ଟ୍ୱିଟର(ବର୍ତ୍ତମାନର ଏକ୍ସ) ଭଳି ଲିଙ୍କଡିନ୍ ବ୍ୟବହାର ମଧ୍ୟ ବଢିଛି । ଲିଙ୍କଡିନ୍ ହେଉଛି ଏମିତି ଏକ ପ୍ଲାଟଫର୍ମ ଯାହା ଚାକିରି କ୍ଷେତ୍ରରେ ସାହାଯ୍ୟ କରେ । ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ ଓ ସୋସିଆଲ ମିଡିଆ ବ୍ୟବହାର କରିବାରେ ଅଧିକାଂଶ ଲୋକେ ସିଦ୍ଧହସ୍ତ । ଯଦି କେହି ଆପଣଙ୍କ ପ୍ରୋଫାଇଲ୍ ଭିଜିଟ୍ କରେ ତେବେ ଆପଣ ହୁଏତ ଏହାକୁ ବିଶେଷ ଧ୍ୟାନ ଦେଉନଥିବେ । କାରଣ କେତେବେଳେ ଆପଣ କେହି ପରିଚିତ ବ୍ୟକ୍ତିଙ୍କ ପ୍ରୋଫାଇଲ ସୋସିଆଲ ମିଡିଆରେ ଦେଖିଲେ ତାଙ୍କର ବାୟୋ ପଢିବା ସହ ଫଟୋ ଦେଖୁଥିବେ ନିଶ୍ଚୟ । ହେଲେ ଏମିତି ଏକ ଖବର ବିଷୟରେ ଆମ କହିବାକୁ ଯାଉଛୁ,ଯାହା ଜାଣିବା ପରେ କାହାରି ପ୍ରୋଫାଇଲ୍ ଭିଜିଟ୍ କରିବା ପୂର୍ବରୁ ଆପଣ ଶହେ ଥର ଭାବିବାକୁ ବାଧ୍ୟ ହେବେ । 

Advertisment

ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, "ମୁଁ ଆଜି ମୋର ଜଣେ ସିନିୟରଙ୍କ ପ୍ରୋଫାଇଲ ଚେକ୍ କରିଥିଲି । ନା ତାଙ୍କୁ କୌଣସି ମେସେଜ ପଠାଇଛି, ନା କନେକ୍ସନ ରିକ୍ୱେଷ୍ଟ । କେବଳ ପ୍ରୋଫାଇଲ ଦେଖିଥିଲି । ଏଥିପାଇଁ ଅଫିସରେ ସେ ମୋତେ ଡାକିଲେ ଏବଂ ସମସ୍ତଙ୍କ ସାମ୍ନାରେ ପରିହାସ କଲେ । ସତରେ କ'ଣ ମୁଁ ଏତେ ବଡ଼ ଭୁଲ କରିଦେଲି କି? ମୁଁ ଭାବେ ଯେ ଲିଙ୍କଡିନ୍ ହେଉଛି ପ୍ରଫେସନାଲ ଆକାଉଣ୍ଟ । ଏହା ମାଧ୍ୟମରେ ଆମେ କାର୍ଯ୍ୟ କ୍ଷେତ୍ରରେ ସମସ୍ତଙ୍କ ସହ ଯୋଗାଯୋଗରେ ରହିପାରିବା ।"

ସେପଟେ ଏହି ପୋଷ୍ଟରେ ଅନେକ କମେଣ୍ଟ କରିଛନ୍ତି ୟୁଜର୍ସ । ବିଶେଷ କରି ଭାରତରେ କର୍ମକ୍ଷେତ୍ରରେ ଯେଉଁ ଖରାପ ମାହୋଲ ରହିଛି ସେ ସମ୍ପର୍କରେ ସେମାନେ ଉଲ୍ଲେଖ କରିଛନ୍ତି । ଅନ୍ୟ କେତେକ ୟୁଜର୍ସ ମଜାଳିଆ ଢଙ୍ଗରେ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ବ୍ୟକ୍ତିଙ୍କର ପ୍ରିମିୟମ ସବସ୍କ୍ରିପସନ୍ ନିଶ୍ଚିତ ଥିବ । ସେଥିପାଇଁ ଆପଣ ତାଙ୍କ ପ୍ରୋଫାଇଲ ଭିଜିଟ୍ କରିବା କଥା ସେ ଜାଣିପାରିଲେ ।

Advertisment

ସୂଚନାଯୋଗ୍ୟ ଯେ, ଲିଙ୍କଡିନ୍‌ର ଫିଚର ଅନୁସାରେ ଯଦି କେହି ଅନ୍ୟ କାହାର ପ୍ରୋଫାଇଲ ଭିଜିଟ୍ କରେ ତେବେ କେବଳ ଭିଜିଟ୍ କରିବା କଥା ଜଣାପଡ଼ିବ । କିଏ ଭିଜିଟ୍ କଲେ ସେ ସମ୍ପର୍କରେ ଜାଣି ପାରିବେ ନାହିଁ ୟୁଜର୍ସ । କିନ୍ତୁ ଯଦି କେହି ପ୍ରିମିୟମ ସବସ୍କ୍ରିପ୍ସନ ନେଇଛନ୍ତି ତେବେ ଯେକେହିବି ବ୍ୟକ୍ତି ସମ୍ପୃକ୍ତ ୟୁଜରଙ୍କ ପ୍ରୋଫାଇଲ ଭିଜିଟ୍ କରନ୍ତି ତେବେ ସେ ସହଜରେ ଜାଣିପାରିବେ । ଏହି ଘଟଣା କେଉଁ ସ୍ଥାନର ବା କମ୍ପାନୀରେ ହୋଇଛି ତାହା ଜଣାପଡିନାହିଁ । କିନ୍ତୁ ଏହି ପୋଷ୍ଟଟି ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି । 

ଅଧିକ ପଢନ୍ତୁ:  ଭିଡିଓ କଲ୍‌ରେ କାନ୍ଦି କାନ୍ଦି ଚାକିରି ଛାଡିଲେ ଇଞ୍ଜିନିୟର, ଭାଇରାଲ ହେଉଛି 'ଟକ୍ସିକ୍ ଅଫିସ କଲଚର' ପୋଷ୍ଟ...

Advertisment
Social Media LinkedIn
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ