Advertisment

Bengaluru Language Row: 'ମୁଁ କନ୍ନଡ କହିବିନି, ଏଇଟା ଭାରତ'...ଏତିକି କହିବାରୁ ବଦଳି ହେଲେ SBI ବ୍ରାଞ୍ଚ ମ୍ୟାନେଜର

କନ୍ନଡ ବନାମ ହିନ୍ଦୀ । ରଣକ୍ଷେତ୍ର ପାଲଟିଲା ଏସବିଆଇ ବ୍ରାଞ୍ଚ । ଗ୍ରାହକ କହିଲେ କନ୍ନଡ କୁହ । 'ମୋତେ କନ୍ନଡ ଆସେନି, ଏଇଟା ଭାରତ'... ଏତିକି କହିବାରୁ SBI ବ୍ରାଞ୍ଚ ମ୍ୟାନେଜରଙ୍କ ହେଲା ବଦଳି । ସୋସିଆଲ ମିଡିଆର ଭିଡିଓ ଭାଇରାଲ

ଅଦ୍ୟତନ ହୋଇଛି
Bengaluru Kannada Row

Bengaluru Kannada Row

Advertisment

କର୍ଣ୍ଣାଟକ… ଭାରତ, କନ୍ନଡ… ହିନ୍ଦୀ, ଜଣେ କହୁଛନ୍ତି ଏଇଟା କର୍ଣ୍ଣାଟକ, ଆଉ ଜଣେ କହୁଛନ୍ତି, ତ କଣ ହେଲା ? ଏଇଟା ଇଣ୍ଡିଆ… ଏସବିଆଇ ଅଫିସର ଓ ଗ୍ରାହକଙ୍କ ମଧ୍ୟରେ ଏ ଟକରା-ଟକରୀ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ବିବାଦ ଏପରି ରୂପ ନେଇଛି ଯେ, କଥା ଯାଇ ମୁଖ୍ୟମନ୍ତ୍ରୀଙ୍କ କାନରେ ପଡ଼ିଛି । ଆଉ ଶେଷରେ ଏସବିଆଇ ବ୍ରାଞ୍ଚ ମ୍ୟାନେଜରଙ୍କୁ ବଦଳି ହେବାକୁ ପଡ଼ିଛି ।

Advertisment

କନ୍ନଡ ବନାମ ହିନ୍ଦୀ ଯୁଦ୍ଧ ଲାଗିଥିବା ଏ ରଣକ୍ଷେତ୍ର ହେଉଛି ବେଙ୍ଗାଲୁରୁ ଚାନ୍ଦପୁରାସ୍ଥିତ ଏସବିଆଇ ବ୍ରାଞ୍ଚ ।  ଜଣେ ଗ୍ରାହକ ଓ ଏସବିଆଇ ବ୍ରାଞ୍ଚ୍ ମ୍ୟାନେଜର ହେଲେ ରଣକ୍ଷେତ୍ରର ଯୋଦ୍ଧା । ଯୁଦ୍ଧ ଲାଗିଛି ଭାରତ ଭଳି ସାର୍ବଭୌମ ରାଷ୍ଟ୍ରରେ, ତାହା ପୁଣି ଭାଷାକୁ ନେଇ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା କନ୍ନଡ ବନାମ ହିନ୍ଦୀ ଟକ୍କର । ଭିଡିଓ ଅନୁସାରେ, ଗ୍ରାହକ ଜଣକ କର୍ଣ୍ଣାଟକର ଚାନ୍ଦପୁରା ବ୍ରାଞ୍ଚକୁ ଆସି ବ୍ୟାଙ୍କରେ କାମ କରୁଥିବାରୁ ଅଧିକାରୀଙ୍କୁ ତାଙ୍କ ସହ କନ୍ନଡରେ କଥା ହେବାକୁ କହିଥିଲେ । ସେମାନେ କଥା ନ ହେବାରୁ ଭିଡିଓ ଶୁଟ୍ କରିବା ଆରମ୍ଭ କରିଦେଇଥିଲେ । କିନ୍ତୁ ବ୍ୟାଙ୍କ କର୍ମଚାରୀ ହିନ୍ଦୀରେ ହିଁ କଥା ହେବାକୁ ଜିଦ୍ ଧରିଥିଲେ ।

ଅଧିକ ପଢ଼ନ୍ତୁ: ଶତ୍ରୁ ଦେଶକୁ ପୁରୀ ସହରର କୌଣସି ତଥ୍ୟ ଲିକ୍ କରିଛି କି ଗୁପ୍ତଚରୀ ? 

ବ୍ୟାଙ୍କ ମ୍ୟାନେଜର କହିଥିଲେ, ଆପଣ ମୋତେ ଚାକିରି ଦେଇନାହାଁନ୍ତି ଯେ, ମୁଁ କେଉଁଥିରେ କଥା ହେବି କହିବେ । ଗ୍ରାହକ କହିଥିଲେ- ଗୋଟେ ମିନିଟ୍ ମ୍ୟାଡାମ୍, ଏଇଟା କର୍ଣ୍ଣାଟକ, ଆପଣ କନ୍ନଡରେ କଥା ହୁଅନ୍ତୁ… ତ କଣ ହେଲା, ଏଇଟା ଇଣ୍ଡିଆ, ହିନ୍ଦୀ କୁହନ୍ତୁ, ଏହାପରେ କନ୍ନଡ ଫାଷ୍ଟ୍ ବୋଲି ଗ୍ରାହକ ଜଣକ କହିବା ସହ, ଆରବିଆଇ ରୁମ୍ କଥା ମଧ୍ୟ ଉଠାଇଥିଲେ । ଏହି ସମୟର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । 

Advertisment

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। SBI ଅଧିକାରୀଙ୍କ ଆଚରଣକୁ ନିନ୍ଦା କରି କହିଛନ୍ତି, ସାଧାରଣ ନାଗରିକଙ୍କ ପ୍ରତି ବ୍ୟାଙ୍କ୍ କର୍ମଚାରୀ ଏପରି ଅସମ୍ମାନ ପ୍ରଦର୍ଶନ କରିବା ଅତ୍ୟନ୍ତ ନିନ୍ଦନୀୟ । SBI ତୁରନ୍ତ ପଦକ୍ଷେପ ସ୍ୱରୂପ ସମ୍ପୃକ୍ତ କର୍ମଚାରୀଙ୍କୁ ଟ୍ରାନ୍ସଫର୍ କରିବା ନିଷ୍ପତ୍ତିକୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାବାଦ୍ ଆଗକୁ ଯେପରି ଏପରି ଘଟଣାର ପୁନରାବୃତ୍ତି ନ ହୁଏ, ସେଥିପ୍ରତି ଗୁରୁତ୍ୱାରୋପ କରିଛନ୍ତି । 

ଏଥିସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଆର୍ଥିକ ସେବା ବିଭାଗକୁ ସାରା ଭାରତରେ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆଞ୍ଚଳିକ ଭାଷା ତାମିଲକୁ ବାଧ୍ୟତାମୂଳକ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ।

Advertisment

ବ୍ୟୁରୋ ରିପୋର୍ଟ, ଓଟିଭି 

ଅଧିକ ପଢ଼ନ୍ତୁ: ଭାରତର ପାଣି ବନ୍ଦ ପରେ ପାକିସ୍ତାନକୁ ସାହାଯ୍ୟ ପାଇଁ ଆଗେଇ ଆସିଲା ଚୀନ, କଲା ଏମିତି ଘୋଷଣା

Viral Video Dakshina Kannada LANGUAGE ROW
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ