Advertisment

Video Viral: ରିଲେସନସିପକୁ ନେଇ ଚର୍ଚ୍ଚା, ଲଣ୍ଡନରେ ଏକାଠି ବୁଲୁଛନ୍ତି

ଯୁଜବେନ୍ଦ୍ର ଚହଲ ଏବଂ ଆରଜେ ମହବଶଙ୍କ ଆଫେୟାର ଗୁଜବ ସେତେବେଳୁ ଜୋର ଧରିଛି, ଯେତେବେଳୁ ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ମନୋମାଳିନ୍ୟ ଖବର ଆସିଥିଲା। ଉଭୟେ ମାର୍ଚ୍ଚ ମାସରେ ଛାଡ଼ପତ୍ର ନେଇଥିଲେ।

ଅଦ୍ୟତନ ହୋଇଛି
Video Viral

Video Viral

Advertisment

କ୍ରିକେଟର ଯୁଜବେନ୍ଦ୍ର ଚହଲ ଏବଂ କଣ୍ଟେଣ୍ଟ କ୍ରିଏଟର ଆରଜେ ମହବଶ ମଧ୍ୟରେ ସଂପର୍କ ଥିବା ନେଇ ଗୁଜବ ପୁଣିଥରେ ଜୋର ଧରିଛି। ଉଭୟଙ୍କୁ ଲଣ୍ଡନରେ ଏକାଠି ଦେଖାଯାଇଥିଲା, ଯାହାପରେ ସେମାନଙ୍କ ସମ୍ପର୍କକୁ ନେଇ ଅନୁମାନ କରାଯାଉଛି। ଯଦିଓ ଉଭୟେ ସର୍ବଦା ଏକାନ୍ତରେ କେବଳ ‘ବନ୍ଧୁ’ ବୋଲି କହିଆସୁଛନ୍ତି। ଲଣ୍ଡନରେ ଏକାପରି ‍‍ ବ୍ୟାକଗ୍ରାଉଣ୍ଡ ଥିବା ଫଟୋ ସେୟାର କରିବା ଏବଂ ଏକ ଭିଡିଓ ଭାଇରାଲ ହେବା ପରେ ସେମାନଙ୍କ ରିଲେସନସିପକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଛି।

Advertisment

ଭିଡିଓରେ ଉଭୟଙ୍କୁ ଏକାଠି ବୁଲୁଥିବା ଦେଖାଯାଇଛି। କପିଲ ଶର୍ମାଙ୍କ ସୋ’ରେ ଚହଲଙ୍କ ଏକ କମେଣ୍ଟ ମଧ୍ୟ ଏହି ଗୁଜବକୁ ଆହୁରି ବଢ଼ାଇ ଦେଇଛି। ଚହଲ ସୋ’ରେ କହିଥିଲେ, ‘ଇଣ୍ଡିଆ ଜାଣିସାରିଛି, ୪ ମାସ ପୂର୍ବେ।’ ତାଙ୍କ ଏହି ଉତ୍ତରକୁ ଆରଜେ ମହବଶଙ୍କ ସହ ତାଙ୍କ ସମ୍ପର୍କକୁ ଯୋଡାଯାଉଛି ।

ଯୁଜବେନ୍ଦ୍ର ଚହଲ ଏବଂ ଆରଜେ ମହବଶଙ୍କ ଆଫେୟାର ଗୁଜବ ସେତେବେଳୁ ଜୋର ଧରିଛି, ଯେତେବେଳୁ ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ମନୋମାଳିନ୍ୟ ଖବର ଆସିଥିଲା। ଉଭୟେ ମାର୍ଚ୍ଚ ମାସରେ ଛାଡ଼ପତ୍ର ନେଇଥିଲେ।

Advertisment

ଏହାପରେ ମହବଶଙ୍କୁ IPL 2025ର ମ୍ୟାଚ୍‌ଗୁଡ଼ିକରେ ଚହଲଙ୍କ ଦଳ ପଞ୍ଜାବ କିଙ୍ଗ୍ସକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା । ଯୁଜବେନ୍ଦ୍ର ଚହଲ ଏବଂ ଆରଜେ ମହବଶ ଲଣ୍ଡନରେ ଏକାପରି ବ୍ୟାକଗ୍ରାଉଣ୍ଡ ଥିବା ଫଟୋ ସେୟାର କରିବା ପରେ ଲୋକମାନେ ସେମାନଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚ। କରିଥିଲେ ।

ଏହାପରେ ଜଣେ ଟ୍ରାଭେଲ ବ୍ଲଗର ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ଚହଲ ଏବଂ ମହବଶ ଲଣ୍ଡନର ରାସ୍ତାରେ ଏକାଠି ଚାଲୁଥିବା ଦେଖାଯାଇଛନ୍ତି। ଉଭୟେ ବହୁତ ଖୁସି ଦେଖାଯାଉଥିଲେ।

Advertisment

ଅଧିକ ପଢ଼ନ୍ତୁ: T20 ଫର୍ମାଟରେ ଖେଳାଯିବ, ଭାଗନେବେ ୧୮୦ଜଣ ଖେଳାଳି

Yuzvendra Chahal Viral Video London
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ