Advertisment

Viral Video: ଭାଇରାଲ୍ ହେଲେ ପୋଲିଂ ଅଫିସର୍; ସୌନ୍ଦର୍ଯ୍ୟକୁ ଦେଖି ଲୋକେ ପାଗଳ

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ଆଜି ହୋଇଛି। ଏଥର ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ଜଣେ ପୋଲିଂ ଅଫିସର୍‌ ଭାଇରାଲ ହେଉଛନ୍ତି। ସମସ୍ତେ ଏହି ମହିଳାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Polling officer isha arora viral photo on social media

Polling officer isha arora viral photo on social media

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ଆଜି ହୋଇଛି। ଏଥର ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ଜଣେ ପୋଲିଂ ଅଫିସର୍‌ ଭାଇରାଲ ହେଉଛନ୍ତି। ସମସ୍ତେ ଏହି ମହିଳାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଛନ୍ତି।

Advertisment

ହଳଦିଆ ଶାଢି ପୋଲିଂ ଅଫିସର୍ ରୀନା ଦ୍ୱିବେଦୀଙ୍କୁ ତ ପ୍ରାୟ ସମସ୍ତ ମନେ ରଖିଥିବେ। ତେବେ ସୋସିଆଲ ମିଡିଆରେ ରୀନା ଭାଇରାଲ ହେଉଥିଲେ। କିନ୍ତୁ, ଏଥର ପଶ୍ଚିମ ଉତ୍ତରପ୍ରଦେଶର ସହାରନପୁରର ପୋଲିଂ ଅଫିସର୍ ଈଶା ଅରୋରା ମଧ୍ୟ ଏହି ଖବରରେ ଅଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ଏହି ମହିଳାଙ୍କୁ ବହୁତ ପ୍ରଶଂସା କରୁଛନ୍ତି।

ସହାରନପୁରର ରଣଜିତ ନଗରରେ ରହୁଥିବା ଷ୍ଟେଟ୍ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଅଧିକାରୀ ଈଶା ଅରୋରାଙ୍କୁ ସହାରନପୁର ଗଙ୍ଗୋହ ବିଧାନସଭା ନିର୍ବାଚନମଣ୍ଡଳୀର ମତଦାନ କେନ୍ଦ୍ରରେ ପ୍ରଥମ ପୋଲିଂ ଅଫିସର୍ ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ସେ ସମ୍ପୃକ୍ତ ପ୍ରଶାସନିକ ବିଲ୍‌ଡିଂରୁ ନିଜ ବୁଥ୍‌କୁ ଚାଲିଯାଇଛନ୍ତି। ତାଙ୍କ ଯିବାବେଳର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଜମେଇକି ଭାଇରାଲ୍‌ ହେବାରେ ଲାଗିଛି।

Advertisment

ପୋଲିଂ ଅଫିସର୍‌ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଥିବାର ନଜର ଆସିଛି। ତାଙ୍କର ପ୍ରଶଂସକ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେବେ ଈଶା ଆରୋରା କହିଛନ୍ତି ଯେ ତାଙ୍କର ଧ୍ୟାନ କେବଳ ତାଙ୍କ କର୍ତ୍ତବ୍ୟ ଉପରେ ରହିଛି। ସେ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବୁଥ୍‌ରେ ଭଲ ବ୍ୟବସ୍ଥା କରାଯାଇଛି। ଏଭଳି ପରିସ୍ଥିତିରେ ଜନସାଧାରଣଙ୍କ ନିକଟରେ ତାଙ୍କର ଗୋଟିଏ ଆବେଦନ ହେଉଛି ଭୋଟ୍ ପ୍ରତିଶତର ଏକ ନୂତନ ରେକର୍ଡ ସୃଷ୍ଟି କରିବା।

ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ଏବଂ ଏଥିରେ ଥିବା ମନ୍ତବ୍ୟକୁ ନେଇ ଈଶା କହିଛନ୍ତି ଯେ ମୋତେ ଆଦୌ ସମୟ ମିଳି ନାହିଁ। ମୋବାଇଲ ଦେଖିବାକୁ ମଧ୍ୟ ସମୟ ନାହିଁ କାରଣ କ୍ରମାଗତ ନିର୍ବାଚନ ବ୍ୟସ୍ତତାରେ ଅଛି। ଭାଇରାଲ୍ ଏବଂ ଫେମସ୍ ହେବା ବିଷୟରେ ଈଶା କହିଛନ୍ତି ଯେ “ହଁ, ଏହା ବହୁତ ଭଲ ଲାଗୁଛି। ଏଥିରେ ସୌନ୍ଦର୍ଯ୍ୟକୁ ନେଇ କିଛି ନାହିଁ, କିନ୍ତୁ ସମୟାନୁବର୍ତ୍ତୀତାର କଥା ଅଛି। ମୁଁ ଠିକ୍ ସମୟରେ ଡ୍ୟୁଟି ପାଇଁ ଆସିଛି। ଆପଣ ଏହାକୁ କାର୍ଯ୍ୟ କରିବାର ପ୍ରତିବଦ୍ଧତା ମଧ୍ୟ କହିପାରିବେ।”

Social Media Viral Video Polling
Advertisment
Advertisment