Advertisment

ହିଂସ୍ର 'ପିଟବୁଲ୍‌' ହେଲା ହିରୋ; ଅହିରାଜ ସହ ଲଢି ବଞ୍ଚାଇଲା ପିଲାଙ୍କ ଜୀବନ...ଦେଖନ୍ତୁ ଭିଡିଓ

ପିଟବୁଲକୁ  ଦୁନିଆର ସବୁଠାରୁ ହିଂସ୍ର କୁକୁର କୁହାଯାଏ। ତେବେ ଏହି କୁକୁର ଏବେ ସୋସିଆଲ ମିଡିଆରେ ହିରୋ ପାଲଟିଯାଇଛି। ଅହିରାଜ ପରି ବିଷାକ୍ତ ସାପ ସହ ଲଢେଇ କରି ନିଜ ମାଲିକର ପିଲାଙ୍କ ଜୀବନ ରକ୍ଷା କରିଛି।

ଅଦ୍ୟତନ ହୋଇଛି
Pit Bull Saves Children

Pit Bull Saves Children

Advertisment

ପିଟବୁଲକୁ  ଦୁନିଆର ସବୁଠାରୁ ହିଂସ୍ର କୁକୁର କୁହାଯାଏ। ଏହି ପ୍ରଜାତିର କୁକୁରମାନେ ମଧ୍ୟ ଅନେକ ଲୋକଙ୍କ ଜୀବନ ନେଇଛନ୍ତି। ଏହି କାରଣରୁ ଏହାକୁ 'ଘାତକ କୁକୁର' ମଧ୍ୟ କୁହାଯାଏ । ତେବେ ଏହି କୁକୁର ଏବେ ସୋସିଆଲ ମିଡିଆରେ ହିରୋ ପାଲଟିଯାଇଛି। ଅହିରାଜ ପରି ବିଷାକ୍ତ ସାପ ସହ ଲଢେଇ କରି ନିଜ ମାଲିକଙ୍କ ପିଲାଙ୍କ ଜୀବନ ରକ୍ଷା କରିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Advertisment

ଶିବ ଗଣେଶ କଲୋନୀର କିଛି ପିଲା ବଗିଚାରେ ଖେଳୁଥିଲେ। ହଠାତ୍ ଏକ ଅହିରାଜ ସାପ ସେମାନଙ୍କ ନିକଟକୁ ଆସିଲା। ସାପ ଦେଖି ପିଲାମାନେ ଚିତ୍କାର କରିଉଠିଲେ। ପିଲାଙ୍କ କାନ୍ଦ ଶୁଣି ବଗିଚାର ଆଉ ଗୋଟିଏ ପଟରେ ବନ୍ଧା ହୋଇଥିବା ପିଟବୁଲ୍ କୁକୁର ଜେନି ରଶି ଛିଣ୍ଡାଇ ସେମାନଙ୍କ ନିକଟକୁ ଦୌଡି ଆସିଥିଲା। ଏକ ଭିଡିଓରେ, ଜେନି ଆକ୍ରମଣାତ୍ମକ ଭାବରେ ସାପ ଆଡକୁ ଦୌଡିଯାଇଥିଲା। ପ୍ରାୟ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଜେନି -ଅହିରାଜଙ୍କ ମଧ୍ୟରେ ଲଢେଇ ଚାଲିଥିଲା। ଶେଷରେ ଜେନି ସାପକୁ କାମୁଡିବା ସହ ପିଟିପିଟି ମାରି ଦେଇଥିଲା।

Advertisment

ଜେନିର ମାଲିକ ପଞ୍ଜାବ ସିଂଙ୍କ କହିବାନୁସାରେ, ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଜେନି ଅନେକ ଥର ଜୀବନ ବଞ୍ଚାଇଛି। ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ସେ ପ୍ରାୟ ଆଠରୁ ଦଶ ସାପକୁ ମାରି ସାରିଛି। ଘଟଣା ଦିନ ମାଲିକଙ୍କ ଅନ୍ୟ କୁକୁର ମଧ୍ୟ ଘରେ ନଥିଲେ। ବାହାରେ ପିଲାମାନେ ଖେଳୁଥିଲେ। ବର୍ଷା ଋତୁ ପାଇଁ ଅନେକ ସାପ ଘର ବାହାରେ ବୁଲୁଛନ୍ତି। ଏପର୍ଯ୍ୟନ୍ତ, ଜେନି ପ୍ରାୟ ୮ରୁ ୧୦ଟି ସାପ ମାରିଛି ବୋଲି ସେ କହିଛନ୍ତି।

ମାଲିକ ଆହୁରି ମଧ୍ୟ କହିଛନ୍ତି ଯେ, ଜେନି ନିକଟରେ ସେ ଋଣୀ। ସମସ୍ତେ ପଶୁମାନଙ୍କୁ ଭଲ ପାଇବା ଉଚିତ। ଆଜିର ଦୁନିଆରେ, ପଶୁମାନେ ଏପରି କାର୍ଯ୍ୟ କରୁଛନ୍ତି ଯାହା ମଣିଷ କରିବା ଉଚିତ୍। ଲୋକମାନେ ପ୍ରାୟତଃ ପିଟବୁଲ ବିଷୟରେ ନକାରାତ୍ମକ କଥା କୁହନ୍ତି, କିନ୍ତୁ ମୋ ଜେନି କଦାପି କାହାର କ୍ଷତି କରିନାହିଁ। ତେବେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପିଟବୁଲ କୁକୁରମାନଙ୍କୁ ଘରେ ରଖିବାକୁ ଅନୁମତି ଦିଆଯାଉ ନାହିଁ। ତେବ ଏହି ଭିଡିଓ ଦେଖି ଲୋକମାନେ ପିଟବୁଲକୁ ହିରୋ ବୋଲି କହି ଖୁବ୍ ପ୍ରଶଂସା କରୁଛନ୍ତି ।

Advertisment
Dog King Cobra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ