Advertisment

ଅନଲାଇନ ଖାଇବା ଅର୍ଡର କରିଥିଲେ ୫ରୁ ୧୦ ମିନିଟ ଅପେକ୍ଷା କରିବାକୁ ପଡ଼ିବ !

ଜଣେ ଡେଲିଭରି ବୟ ଗାଡିରେ ଖାଦ୍ୟ ଡେଲିଭରି କରିବାକୁ ଯାଉନାହାନ୍ତି। ସେ ଉଡି ଉଡି ଖାଦ୍ୟ ଡେଲିଭରି କରୁଛନ୍ତି। ଏପରିକି ସେ ବଡ ବଡ କୋଠା ଘର ଉପରେ ଉଡି ଉଡ଼ି ଯାଉଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
person delivers food by flying in the air

person delivers food by flying in the air

Advertisment

ଭୋକ ଜୋରରେ ଲାଗୁଛି। ଖାଇବା ଅର୍ଡର କରିଛନ୍ତି। ହେଲେ ଆସୁନି। ବିରକ୍ତ ଲାଗୁଥିଲେ ବି କ’ଣ ବା କରିପାରିବେ ? କାରଣ ଖାଦ୍ୟକୁ ଅର୍ଡର କରି ସାରିବା ପରେ କେବଳ ଅପେକ୍ଷା କରିବା ବ୍ୟତୀତ ଆଉ କିଛି ବି କରିପାରିବେନି। ଏଣିକି ଯାହା କରିବ ଡେଲିଭରି ମ୍ୟାନ ହିଁ କରିବ। ଅନଲାଇନ ଖାଇବା ଅର୍ଡର କରୁଥିବା ଅଧିକାଂଶ ଲୋକଙ୍କର ଏମିତି କିଛି ଅନୁଭୂତି ଥିବ। ତେବେ ଖୁସିର କଥା, ଏଣିକି ଏ ଅପେକ୍ଷାର ଦିନ ସରିଯାଇ ପାରେ। ଏମିତି ପ୍ରତିଶ୍ରୁତି ଦେଉଥିବା ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଯଦି ଏହି ଭିଡିଓଟି ସତ ହୋଇଥାଏ ତେବେ  ଖାଇବା ଅର୍ଡର କଲେ ଆପଣଙ୍କୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡିବ ନାହିଁ। ୫ରୁ ୧୦ ମିନିଟ୍‌ ଭିତରେ ଆପଣଙ୍କ ପାଖରେ ପହଞ୍ଚି ଯିବ ଖାଦ୍ୟ।

Advertisment

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଡେଲିଭରି ବୟ ଗାଡିରେ ଖାଦ୍ୟ ଡେଲିଭରି କରିବାକୁ ଯାଉନାହାନ୍ତି। ସେ ଉଡି ଉଡି ଖାଦ୍ୟ ଡେଲିଭରି କରୁଛନ୍ତି। ଏପରିକି ସେ ବଡ ବଡ କୋଠା ଘର ଉପରେ ଉଡି ଉଡ଼ି ଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ସାଉଦି ଆରବରୁ ଆସିଥିବା ଜଣାଯାଇଛି।

Advertisment

ଆକାଶରେ ଉଡି ଉଡି ଏମିତି ଖାଦ୍ୟ ଡେଲିଭରି କରିବା ପାଇଁ ସେ କିଛି ଟେକ୍‌ନୋଲଜିର ସହାୟତା ନେଇଛନ୍ତି । ଭିଡିଓକୁ ଦେଖିବା ପରେ ପ୍ରଥମେ ପ୍ରଥମେ ତ ଲୋକେ ବିଶ୍ୱାସ କଲେନି। ଭିଡିଓଟି ସୋଶିଆଲ ମିଡିଆରେ ଏହା ଖୁବ ଭାଇରାଲ ହୋଇଛି।

ଭିଡିଓଟିକୁ @DailyLoud ନାମକ ଏକ ଟୁଇଟର ଆକାଉଣ୍ଟରୁ ଶେୟାର କରାଯାଇଛି। ଭିଡିଓଟିକୁ ୪୬ ଲକ୍ଷରୁ ଅଧିକ ଥର ଦେଖାଗଲାଣି। ଏଥିରେ କ୍ୟାପ୍ସନରେ ଲେଖା ଯାଇଛି, ’ସାଉଦି ଆରବରେ ଉଡ଼ି ଉଡ଼ି ଖାଦ୍ୟ ପହଞ୍ଚାଉଥିବା ପ୍ରଥମ ବ୍ୟକ୍ତି।’ ଭିଡିଓକୁ ୮୧ ହଜାରରୁ ଅଧିକ ଲାଇକ ମିଳିଲାଣି। ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି, ଆଗକୁ ଘରେ ବସି ଖାଦ୍ୟ ତିଆରି କରୁଥିବା ଲୋକଙ୍କୁ ବି ପାଇଯିବେ। ଅନ୍ୟଜଣେ ଲେଖିଛନ୍ତି, ଏମିତି ହେଲେ ଭବିଷ୍ୟତରେ ଟ୍ରାଫିକ ସମସ୍ୟା ରହିବ ନାହିଁ।

Advertisment
Delivery Boy Online Food Delivery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ