ଝିଅକୁ ଗେଲ କରୁଥିଲେ ବାପା ! ନକହି ଫଟୋ ଉଠାଇଦେଲା ଫଟୋଗ୍ରାଫର..ଭିଡିଓ ଭାଇରାଲ..

ଠିକ୍‌ ସେତିକି ବେଳେ ଜଣେ ଫଟୋଗ୍ରାଫର ନିଜ କ୍ୟାମେରାରେ ସେହି ସମୟର ଫଟୋ ଓ ଭିଡିଓ କ୍ୟାପ୍ଚର କରିନେଇଛି । ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଖୁବ୍‌ ଖୁସି ହୋଇଛନ୍ତି ।

Viral Photo

ସୋସିଆଲ ମିଡିଆରେ ଏକରୁ ଆରେକ ଫଟୋ-ଭିଡିଓ ଭାଇରାଲ ହୋଇଥାଏ । ଭାଇରାଲ ଭିଡିଓର ଗୋଟିଏ ଖାସିୟତ ହେଲା ଯେ, ଏହା ସ୍କ୍ରିପ୍‌ଟେଡ୍‌ ହୋଇନଥାଏ । କହିବାର ଅର୍ଥ ହେଉଛି ସାମ୍ନା ଲୋକଙ୍କୁ ଜଣାନଥାଏ ଯେ, ତାର ଭିଡିଓ ରେକର୍ଡ କରାଯାଉଛି ବା ଫଟୋ ଉଠାଯାଉଛି । ସୋସିଆଲ ମିଡିଆରେ ଠିକ୍ ଏମିତି ଏକ ଫଟୋ ଓ ଭିଡିଓ ଏବେ ଭାଇରାଲ ହେଉଛି । ଏହି ଫଟୋ ଓ ଭିଡିଓକୁ ଦେଖିଲେ ଆପଣ ବି ଖୁସି ହେଇଯିବେ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ, ଜଣେ ବାପା ନିଜ ଝିଅକୁ ଗେଲ କରୁଛନ୍ତି । ଠିକ୍‌ ସେତିକି ବେଳେ ଜଣେ ଫଟୋଗ୍ରାଫର ନିଜ କ୍ୟାମେରାରେ ସେହି ସମୟର ଫଟୋ କ୍ୟାପ୍ଚର କରିନେଇଥାଏ । ଏହି ଫଟୋ ଓ ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଖୁବ୍‌ ଖୁସି ହୋଇଛନ୍ତି ।

ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ, କିଭଳି ଜଣେ ଫଟୋ ଗ୍ରାଫର ଜଣେ ବ୍ୟକ୍ତିଙ୍କର ଏମିତି ଏକ କ୍ୟାଣ୍ଡିଡ୍ ଫଟୋ ସୁଟ୍‌ କରିଛନ୍ତି, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା ମିଳୁଛି । ଏହି ଭିଡିକୁଓ କୋଟି କୋଟି ଲୋକ ଦେଖି ସାରିଛନ୍ତି । ସବୁଠାରୁ ବଡ଼ କଥା ହେଲା, ଫଟୋଗ୍ରାଫର ଯେତେବେଳେ ସେହି କୁନି ଝିଅର ବାପାଙ୍କୁ ସେହି ଫଟୋ ଦେଖାଇଲେ, ସେତେବେଳେ ସେହି ବାପା ବହୁତ ଖୁସି ହୋଇଥିଲେ । ସେହି ମୁହୁର୍ତ୍ତ ବାପ - ଝିଅଙ୍କ ପାଇଁ ଏକ ବିଶେଷ ମୁହୁର୍ତ୍ତ ।

ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରାଯାଇଛି । ଏହାକୁ sakshamsonii ନାମକ ଜଣେ ୟୁଜର ପୋଷ୍ଟ କରିଛନ୍ତି । ଏହି ଭିଡିଓ ପୋଷ୍ଟ କରିବା ସହ ଏକ କ୍ୟାପ୍‌ସନ୍‌ ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି, ମୁଁ ମୁମ୍ବାଇର ଜୁହୁ ବେଳାଭୂମିରେ ଗଣେଶ ବିସର୍ଜନର ରେକର୍ଡ କରିବାକୁ ଯାଇଥିଲି । ସେ ସମୟରେ ମୁଁ ଏହି ବ୍ୟକ୍ତିଙ୍କର ତାଙ୍କ ଝିଅ ସହ ଫଟୋ ଉତ୍ତୋଳନ କରିଥିଲି । ଯେତେବେଳେ ବ୍ୟକ୍ତିଙ୍କୁ ଫଟୋ ଦେଖାଇଲି ସେ ଖୁବ୍‌ ଖୁସି ହେଲେ । ଆଉ ସେହି ଫଟୋ ମଧ୍ୟ ମୋତେ ମାଗିଲେ ।