ଏମିତି ଜିନ୍‌ସ ପ୍ୟାଣ୍ଟ ମାଗଣା ଦେଲେ ବି କେହି ପିନ୍ଧିବେନି, କିନ୍ତୁ ଦାମ୍ ୬୭,୦୦୦ ଟଙ୍କା !

ବର୍ତ୍ତମାନ ସ୍ଥିତିରେ ଗୋଟିଏ ପଟେ ଜିନ୍‌ସର ବଜାର ସ୍ଥିର ରହିଥିବା ବେଳେ ଅନ୍ୟପଟେ କଟନ୍‌ ପ୍ୟାଣ୍ଟର ବି ବଢ଼ିଲାଣି ଚାହିଦା । ଜିନ୍‌ସ ପ୍ୟାଣ୍ଟ ଷ୍ଟାଇଲରେ ବା ଡିଜାଇନ୍‌ରେ କଟନ୍ ପ୍ୟାଣ୍ଟ ବି ଉପଲବ୍ଧ ହେଲାଣି । ତେଣୁ ଜିନ୍‌ସ ଏବଂ କଟନ ପ୍ୟାଣ୍ଟ ମଧ୍ୟରେ ଏବେ କମ୍ପିଟିସନ୍‌ ଜୋରଦାର ।

Jeans

ଜିନ୍‌ସ ପ୍ୟାଣ୍ଟର ଏମିତି ଡିଜାଇନ୍‌, ଯାହାକୁ ମାଗଣା ଦେଲେ ବି ଆପଣ ପିନ୍ଧିବେନି । କିନ୍ତୁ ବଜାରରେ ତାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ । ଆଉ ଆପଣଙ୍କ ମନରେ ପ୍ରଶ୍ନ ଆସିବ ଏମିତି ଡିଜାଇନ୍‌ର ପ୍ୟାଣ୍ଟକୁ କିଏ କିଣୁଛି ଏତେ ଟଙ୍କାରେ, ଆଉ କିଏ ପିନ୍ଧୁଛି ? ଯିଏ ପିନ୍ଧୁଛି ତାଙ୍କୁ କ’ଣ ଲାଜ ସରମ ନାହିଁ ? ୬୭,୦୦୦ ଟଙ୍କା ଦେଇ ଏମିତି ପ୍ୟାଣ୍ଟ କିଏ ବା କାହିଁକି ପିନ୍ଧିବ ?

ଆଜ୍ଞା ହଁ, ଆପଣ ଜାଣିଛନ୍ତି ଦୀର୍ଘ ସମୟ ହେବ ଜିନ୍‌ସ ପ୍ୟାଣ୍ଟ ବଜାରରେ ନିଜର ପତିଆରା ଜାହିର କରି ଆସୁଛି । ଫ୍ୟାସନ୍‌ ଦୁନିଆରେ, ଜିନ୍‌ସର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ସେ ପୁଅ ହୁଅନ୍ତୁ କି ଝିଅ, ଜିନ୍‌ସ ପିନ୍ଧିବା ପାଇଁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ଏଥିପାଇଁ ବିଭିନ୍ନ ପ୍ରକାରର ଜିନ୍‌ସ ବଜାରରେ ଉପଲବ୍ଧ ହୋଇଥାଏ ।

ତେବେ ବର୍ତ୍ତମାନ ସ୍ଥିତିରେ ଗୋଟିଏ ପଟେ ଜିନ୍‌ସର ବଜାର ସ୍ଥିର ରହିଥିବା ବେଳେ ଅନ୍ୟପଟେ କଟନ୍‌ ପ୍ୟାଣ୍ଟର ବି ବଢ଼ିଲାଣି ଚାହିଦା । ଜିନ୍‌ସ ପ୍ୟାଣ୍ଟ ଷ୍ଟାଇଲରେ ବା ଡିଜାଇନ୍‌ରେ କଟନ୍ ପ୍ୟାଣ୍ଟ ବି ଉପଲବ୍ଧ ହେଲାଣି । ତେଣୁ ଜିନ୍‌ସ ଏବଂ କଟନ ପ୍ୟାଣ୍ଟ ମଧ୍ୟରେ ଏବେ କମ୍ପିଟିସନ୍‌ ଜୋରଦାର ।

ତେବେ ଏହାରି ଭିତରେ ଜିନ୍‌ସ ପ୍ୟାଣ୍ଟ ଡିଜାଇନରମାନେ ଚର୍ଚ୍ଚାକୁ ଆସିବା ପାଇଁ ଏବଂ ଲୋକଙ୍କ ଦ୍ୱାରା ଅଧିକ ଆଦୃତ ହେବା ପାଇଁ ନୂଆ ନୂଆ ଡିଜାଇନ୍‌ ବଜାରକୁ ଛାଡ଼ୁଛନ୍ତି । ଜିନ୍‌ସ ପ୍ରତି ଲୋକଙ୍କ ଚାହିଦା ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । କିଛି ଡିଜାଇନର ସେଥିରେ ସଫଳ ମଧ୍ୟ ହେଉଛନ୍ତି । ହେଲେ ବଜାରକୁ ନୂଆ ଡିଜାଇନ୍‌ ଦେବା ପାଇଁ ଚେଷ୍ଟା କରି, କିଛି ଡିଜାଇନର ଏବେ ଥଟ୍ଟାମଜାର ପାତ୍ର ପାଲଟିଛନ୍ତି ।

ଠିକ୍‌ ସେମିତି ଜଣେ ଡିଜାଇନର ହେଲେ Luca Marchetto and Jordan Bowen । ଏଇ ଦୁଇ ଡିଜାଇନର ଯେଉଁ ଜିନ୍‌ସ ପ୍ୟାଣ୍ଟ ଡିଜାଇନ୍ କରିଛନ୍ତି, ତାକୁ ଦେଖିଲେ ଆପଣଙ୍କୁ ଲାଗିବ ପ୍ୟାଣ୍ଟରେ ପରିଶ୍ରା କରାଯାଇଛି । ଏହି ପରିଶ୍ରା ଚିହ୍ନର ଡିଜାଇନ୍ ପାଇଁ ସେମାନେ ପ୍ୟାଣ୍ଟର ଦାମ ରଖିଛନ୍ତି ୬୭,୦୦୦ ହଜାର ଟଙ୍କା ।