Advertisment

ଅଜବ: କାର୍ ଭିତରେ ହେଲା ପେନ୍; ନିଜେ କରିଦେଲେ ଡେଲିଭରୀ

ସାମ୍ନାକୁ ଏକ ଅଜବ ଖବର ଆସିଛି। ଗର୍ଭବତୀ ମହିଳା ଜଣଙ୍କ ଚଳଉଥିଲେ କାର୍। ହଠାତ୍ ଆରମ୍ଭ ହେଲା ପେନ୍। ନଥିଲା କିଛି ଉପାୟ। ନିଜେ ନିଜେ କରିଦେଲେ ଡେଲିଭରୀ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ। ଦେଖନ୍ତୁ…

ଅଦ୍ୟତନ ହୋଇଛି
Mother Gave Birth To Daughter While Driving Car

Mother gave birth to daughter alone while driving car

Advertisment

ଜଣେ ମହିଳା ପାଇଁ ଡେଲିଭରୀ ଏତେ ସହଜ ନୁହେଁ। ଏଥିପାଇଁ ତାଲିମପ୍ରାପ୍ତ ଡାକ୍ତର କିମ୍ବା ନର୍ସ ଆବଶ୍ୟକ ହୋଇଥାଏ। କିନ୍ତୁ ଏବେ ଜଣେ ଗର୍ଭବତୀ ମହିଳାଙ୍କ ସହିତ ଯାହା ହୋଇଛି ତାହା ଏକ ଚମତ୍କାରଠାରୁ କମ୍ ନୁହେଁ। ମହିଳା ଜଣକ କାର୍‌ ଚଳାଉଥିଲେ ଏବଂ ଭିଡ ଭିତରେ ଅଟକି ଯାଇଥିଲେ। ଏହି ସମୟରେ ତାଙ୍କର ପେନ୍ ଆରମ୍ଭ ହୋଇଥିଲା।

Advertisment

ଏହି ସମୟରେ ତାଙ୍କ ପାଖରେ ବି କେହି ନଥିଲେ ତାଙ୍କୁ ସହଯୋଗ କରିବା ପାଇଁ। କିନ୍ତୁ ସେ ନିଜେ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିନେଇଥିଲେ। ଲୋକମାନେ ସୋସିଆଲ ମିଡିଆରେ ମହିଳାଙ୍କ ସାହସକୁ ପ୍ରଶଂସା କରୁଛନ୍ତି।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଏହି ଘଟଣା ୨୦୨୨ର ନଭେମ୍ବର ମାସର। ବର୍ତ୍ତମାନ କିନ୍ତୁ ଏହାର ଭିଡିଓ ସୋସିଆଲ୍ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ଆଟଲାଣ୍ଟାର ମୂଳ ବାସିନ୍ଦା ୨୩ ବର୍ଷୀୟ ଦେସାଇ ଫଡ୍ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀ ୨୫ ବର୍ଷୀୟ ଲାଷ୍ଟନ୍ ଫଡ୍‌ଙ୍କ ସହ ଯାଉଥିଲେ। ସେ ନିଜେ କାର୍‌ ଚଳାଉଥିଲେ। ଡେଲିଭରୀ ପା‍ଇଁ ଢେର ସମୟ ଥିଲେ ସୁଧା ସେ ହଠାତ୍ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ଦେଖିଥିଲେ ଯେ ତାଙ୍କ ପିଲା ପ୍ୟାଣ୍ଟକୁ ପଳେଇ ଆସିଛି।

Advertisment

ଅଧିକ ପଢ଼ନ୍ତୁ: ବାପା ହୋଇ ଦେଲେ କନ୍ୟା ସନ୍ତାନକୁ ଜନ୍ମ; ସ୍ତନ୍ୟପାନ କରେଇ ବଢେଇଲେ

ଦେସାଇ ଫଡ୍‌ କହିଛନ୍ତି, “କ’ଣ ହେଉଛି ମୁଁ କିଛି ବୁଝିପାରିଲି ନାହିଁ। ମୁଁ ଜାମ୍‌ରେ ଅଟକି ରହିଥିବାରୁ କାହାଠାରୁ ସାହାଯ୍ୟ ମଧ୍ୟ ନେଇପାରିଲି ନାହିଁ। କାର୍ ପାର୍କିଂ କରିବାକୁ ମଧ୍ୟ ସ୍ଥାନ ନଥିଲା। ତା’ପରେ ମୋ ସ୍ୱାମୀ କହିଲେ ତୁମେ ପଛକୁ ପଳେଇଆସ, ମୁଁ କାର୍ ଚଳାଉଛି। ଆମକୁ ଭିଡ ବାହାରକୁ ଯିବାକୁ ଥିବାରୁ ସେ କାର୍‌ ଚଳାଇବା ଆରମ୍ଭ କଲେ। ମୁଁ ପଛ ସିଟ୍‌କୁ ଗଲି ଏବଂ ମୋର ଡେଲିଭରୀ ସେଇଠି ହିଁ ହୋଇଗଲା। ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ମୁଁ ଯେଉଁଭଳି ଅସୁବିଧାର ସମ୍ମୁଖୀନ ହେଲି ତାହା କେବଳ ମୁଁ ହିଁ ଜାଣିଛି।”

ଏହି ଭିଡିଓ ଫୁଟେଜ୍‌ରେ ଦେଖିବାକୁ ମିଳେ ଯେ କମ୍ବଳରେ ଆବୃତ ଏକ ଶିଶୁ କନ୍ୟା ତା’ ମାଆର କୋଳରେ ହସୁଛି। ଦେସାଇ କହିଛନ୍ତି ଯେ ଜନ୍ମ ହେବା ପରେ ପିଲାଟି ଆଦୌ କାନ୍ଦି ନାହିଁ। ସେଥିପାଇଁ ଆମେ ଭୟଭୀତ ହୋଇଥିଲୁ ଯେ କିଛି ହୋଇପାରେ। ମୋ ସ୍ୱାମୀ ବଡ ପାଟି କରି ପଚାରୁଥିଲେ ସେ ଠିକ ଅଛି କି ନାହିଁ, ତାଙ୍କୁ କ’ଣ କରିବାରେ ଅଛି? ପରେ, ଯେତେବେଳେ ଆମେ ତା’ର ଗତିବିଧି ଦେଖିଲୁ ଆମେ ଟିକେ ଆଶ୍ୱସ୍ତ ହେଲୁ।

Advertisment

ଦେଶାଇ ପୁଣି କହିଛନ୍ତି, “ଆମେ ଯେତେବେଳେ କାର୍‌ ଯୋଗେ ଡାକ୍ତରଖାନା ଯାଉଥିଲୁ ସେତେବେଳେ ଆଉ ଏକ ସଙ୍କଟ ଆସିଲା। ଆମର ଉଚ୍ଚ ଗତି ଦେଖିବା ପରେ ପୋଲିସ ଆମକୁ ଅଟକାଇଲା। ମୁଁ ବଡ଼ପାଟିରେ କହିଲିଯେ, ଭିତରେ ଏକ ଶିଶୁ କନ୍ୟା ଅଛି, ସେ ବର୍ତ୍ତମାନ ଜନ୍ମ ହୋଇଛି। ଆମକୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିବାର ଅଛି।

ଏ କଥାକୁ ସେ କିନ୍ତୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ଏହା ଦେଖିବା ପରେ ସେମାନେ ନିଜେ ଡାକ୍ତରଖାନାକୁ ନେଇଯାଇଥିଲେ। ଭଗବାନଙ୍କୁ ଧନ୍ୟବାଦ ଆମେ ଦୁହେଁ ବର୍ତ୍ତମାନ ସୁରକ୍ଷିତ।

Social Media Viral Video Ajab Gajab Viral Story Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ