ଦୁନିଆର ସବୁଠୁ ଦାମୀ ଗିଟାର ! ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆମେ ଆଜି କହିବାକୁ ଯାଉଛୁ ଏମିତି ଏକ ଗିଟାରର କଥା । ଯାହା ଦୁନିଆର ସବୁଠାରୁ ଦାମୀ ବୋଲି କୁହାଯାଉଛି । ସୁନା ଓ ହୀରାରେ ତିଆରି କରାଯାଇଛି ଏହି ଗିଟାର । ଗୀତ ନୁହେଁ ବରଂ ଲୋକମାନେ ଏହି ଗିଟାରକୁ ଦେଖିବାକୁ ଭିଡ଼ ଜମାଇଥା’ନ୍ତି ।

ଦୁନିଆର ସବୁଠୁ ଦାମୀ ଗିଟାର !

ସଂଗୀତ ଶୁଣିବାକୁ ସମସ୍ତେ ପସନ୍ଦ କରନ୍ତି । କାହାକୁ ଅବା ଗୀତ ଶୁଣିକୁ ପସନ୍ଦ ନଆସେ । ସଂଗୀତକୁ ଆହୁରି ମଧୁର କରିବାକୁ ହେଲେ କିଛି ବାଦ୍ୟଯନ୍ତ୍ରର ଆବଶ୍ୟକ ପଡ଼ିଥାଏ । ବିଶେଷକରି ଗାୟକ-ଗାୟିକାମାନଙ୍କ ପାଇଁ ଗିଟାର ବହୁତ ପସନ୍ଦ । ଜଣେ ସିଙ୍ଗରଙ୍କ ହାତରେ ଯଦି ଗୋଟିଏ ଗିଟାର ପଡ଼ିଯାଏ ତେବେ ସେମାନଙ୍କ ଜୀବନର ସବୁ ଖୁସି ମିଳିଗଲା ପରି ମନେହୁଏ ।

ତେବେ ଆମେ ଆଜି କହିବାକୁ ଯାଉଛୁ ଏମିତି ଏକ ଗିଟାରର କଥା । ଯାହା ଦୁନିଆର ସବୁଠାରୁ ଦାମୀ ବୋଲି କୁହାଯାଉଛି । ସୁନା ଓ ହୀରାରେ ତିଆରି କରାଯାଇଛି ଏହି ଗିଟାର । ଗୀତ ନୁହେଁ ବରଂ ଲୋକମାନେ ଏହି ଗିଟାରକୁ ଦେଖିବାକୁ ଭିଡ଼ ଜମାଇଥା’ନ୍ତି ।

ବିଭିନ୍ନ ସପିଂ ୱେବସାଟ୍‌ରେ ୪ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଗିଟାର ଉପଲବ୍ଧଥିବା ଆପର ଦେଖିଥିବେ । ତାଠାରୁ କିଛି ଦାମୀ ଗିଟାର ମଧ୍ୟ ବଜାରରେ ଉପଲବ୍ଧ ହେଉଛି । ହେଲେ ଆପର କେବେ ଚିନ୍ତା କରିଛନ୍ତି କି ଗୋଟିଏ ଗିଟାରର ଦାମ୍‌ ୧୬ କୋଟି ଟଙ୍କା । ଏହି ଗିଟାରରେ ୧୧, ୪୪୧ଟି ହୀରା ଲାଗିଥିବା ବେଳେ ୧.୬୩୭ କିଗ୍ରା ଧଳା ସୁନା ବ୍ୟବହାର କରାଯାଇଛି । ଯାହାକି ୧୮ କ୍ୟାରେକ୍ଟ ।

୨୦୧୫ ମାର୍ଚ୍ଚ ୧୬ ତାରିଖରେ ଏହାକୁ ନିର୍ମିତ କରାଯାଇଥିଲା । ଏହି ଗିଟାରକୁ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ କରାଯାଇଛି । ରିପୋର୍ଟ ଅନୁଯାୟୀ, ୬୮ ଜଣ କାରିଗର ଏହାକୁ ତିଆରି କରିବାକୁ ୭୦୦ ଦିନ ସମୟ ନେଇଥିଲେ । ଯାହାର ମୂଲ୍ୟ ୧୬ କୋଟି ଟଙ୍କା ବୋଲି କୁହାଯାଇଛି ।