Advertisment

Money Rain:ଗଛ ଉପରୁ ଟଙ୍କା ବର୍ଷା ! ଯିଏ ଯେତେ ପାରିଲା ଗୋଟାଇ ନେଲା

ଗଛ ଉପରୁ ପଡିଲା ବିଡା ବିଡା 500 ଟଙ୍କିଆ ନୋଟ୍ । ଯିଏ ଯେତେ ପାରିଲା ଗୋଟାଇ ନେଲା । ଟଙ୍କା ଗୋଟାଇବାକୁ କିଏ ଆଜବେଷ୍ଟ ଉପରେ ଚଢିଗଲାଣି ତ ଆଉ କିଏ ଠେଲାପେଲା ହେଲାଣି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଟଙ୍କା ବର୍ଷାର ଭିଡିଓ । ଏ ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କୁଆଡୁ ଆସୁଛି ଏ ଟଙ୍କା, ସତରେ କଣ କୋଉଠି ଟଙ୍କା ବର୍ଷା ହେଉଛି ?

money rain

money rain

Advertisment

ବିଡ଼ା ବିଡ଼ା ନୋଟ ବର୍ଷା । ଆଉ ନୋଟ ଗୋଟାଇବାକୁ କିଏ ଆଜବେଷ୍ଟ ଉପରେ ଚଢିଗଲାଣି ତ ଆଉ କିଏ ଠେଲାପେଲା ହେଲାଣି । କୁଆଡୁ ଆସୁଛି ଏ ଟଙ୍କା, ସତରେ କଣ କୋଉଠି ଟଙ୍କା ବର୍ଷା ହେଉଛି ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଟଙ୍କା ବର୍ଷାର ଭିଡିଓ ।

Advertisment

ଏ ଘଟଣା ଉତ୍ତରପ୍ରଦେଶ ଔରାୟା ଜିଲ୍ଲା ଦୋଣ୍ଡାପୁର ଗାଁର । ରୋହିତାସ ଚନ୍ଦ୍ର ନାମକ ଜଣେ ବ୍ୟକ୍ତି ଜମି ରେଜିଷ୍ଟ୍ରେସନ ପାଇଁ ତହସିଲ ଅଫିସ ଆସିଥିଲେ । ସାଙ୍ଗରେ ୮୦ ହଜାର ନଗଦ ଟଙ୍କା ଆଣିଥିଲେ । ଆଉ ଟଙ୍କା ବ୍ୟାଗ୍‌କୁ ବାଇକ ଡିଗିରେ ରଖି ଓକିଲଙ୍କ ସହ କାଗଜପତ୍ର କାମ କରୁଥିଲେ ।

ଏତିକି ବେଳେ କୋଉଠି ଥିଲା ଗୋଟିଏ ମାଙ୍କଡ ତାଙ୍କ ଗାଡି ପାଖକୁ ଚାଲିଆସିଥିଲା । ଡିଗିରୁ ଟଙ୍କା ବ୍ୟାଗ୍ ଭିଡି ନେଇ ଗଛ ଉପରକୁ ଚଢି ଯାଇଥିଲା । ଆଉ ବ୍ୟାଗ୍‌ରୁ ବିଡା ବିଡା ନୋଟ ବାହାର କରି ଉଡାଇ ଥିଲା ଆକାଶରେ । ଲାଗୁଥିଲା ଯେମିତି ଗଛ ଉପରୁ ଟଙ୍କା ବର୍ଷା ହେଉଛି

Advertisment

ଆଉ ଏ ଟଙ୍କା ଗୋଟାଇବାକୁ ଧାଇଁ ଆସିଥିଲେ ଲୋକେ । କିଏ ମାଟି ତଳୁ ୫୦୦ ଟଙ୍କିଆ ନୋଟ ଝାମ୍ପ ନେଇଥିଲା ତ କିଏ କ୍ୟାଚ୍ କରିଥିଲା । ଆଉ କିଛି ନୋଟକୁ ଚିରି ଦେଇଥିଲା ମାଙ୍କଡ । ଏଇ ଠେଲାପେଲା, ହୋ ହଲ୍ଲା ଭିତରେ ରୋହିତାସ ମାତ୍ର ୫୨ ହଜାର ଟଙ୍କା ଉଦ୍ଧାର କରିପାରିଥିଲେ । ବାକି ଟଙ୍କାଗୁଡିକୁ ସେଠାରେ ଥିବା କିଛି ଲୋକେ ଝାମ୍ପି ନେଇଥିବା ବେଳେ ଆଉ କିଛି ଟଙ୍କା ଚିରି ଦେଇଥିଲା ମାଙ୍କଡ । ଯାହାର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Uttar Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ