Advertisment

ଝିଅ ବୟସର ନାବାଳିକାଙ୍କୁ ବିବାହ କରିବାକୁ ଚାହୁଁଥିଲେ, ମନା କରିବାରୁ ରାସ୍ତାରେ ଚୁଟି ଘୋଷାଡ଼ି ଚଲେଇଲେ...

ନିଜ ଝିଅ ବୟସର ନାବାଳିକାଙ୍କୁ ବିବାହ କରିବାକୁ ଚାହୁଁଥିଲେ ୪୭ ‍ବର୍ଷୀୟ ବ୍ୟକ୍ତି। ହେଲେ ତାଙ୍କର ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ୧୬ ବର୍ଷୀୟ ନାବାଳିକା। ଶେଷରେ ସମ୍ପୃକ୍ତ ନାବାଳିକାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଥିଲା।

ଅଦ୍ୟତନ ହୋଇଛି
Minor Girl Dragged By Hair For Declining Marriage Proposal

Minor Girl Dragged By Hair For Declining Marriage Proposal

Advertisment

ନିଜ ଝିଅ ବୟସର ନାବାଳିକାଙ୍କୁ ବିବାହ କରିବାକୁ ଚାହୁଁଥିଲେ ୪୭ ‍ବର୍ଷୀୟ ବ୍ୟକ୍ତି। ହେଲେ ତାଙ୍କର ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ୧୬ ବର୍ଷୀୟ ନାବାଳିକା। ଶେଷରେ ସମ୍ପୃକ୍ତ ନାବାଳିକାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଥିଲା। ପରିଣାମ ସ୍ୱରୂପ ବୟସ୍କ ବ୍ୟକ୍ତି ଜଣକ ନାବାଳିକାଙ୍କ ଚୁଟି ଘୋଷାଡ଼ି ବିଚ୍‌ ରାସ୍ତାରେ ଟାଣି ଟାଣି ନେବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶନିବାର ଦିନ ଛତିଶଗଡ଼ର ରାଜଧାନୀ ରାଇପୁରର ଗୁଢ଼ିୟାରୀ ଅଞ୍ଚଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଦୃଶ୍ୟ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହୋଇଛି। 

Advertisment

ଅଧିକ ପଢ଼ନ୍ତୁ: ସର୍ବସମ୍ମୁଖରେ ଯୁବକଙ୍କୁ ବିଧା ଗୋଇଠା ମାରି ଚାଲିଲେ ଦୁଇ ମହିଳା

ସୂଚନା ଅନୁସାରେ, ମାରଣାସ୍ତ୍ରରେ ଆକ୍ରମଣ ଯୋଗୁ ନାବାଳିକାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି। ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା ଓ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପୋଲିସ୍‌ ପୀଡ଼ିତା ଓ ଅଭିଯୁକ୍ତକୁ ଚିହ୍ନଟ କରିଛି। ଏହାସହ ଗୁଢ଼ିୟାରୀ ଥାନାରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତର ନାଁ ଓମ୍‌କାର ତିୱାରୀ ଓରଫ ମନୋଜ (୪୭)। ନାବାଳିକା ଜଣକ ଓମ୍‌କାରଙ୍କ ଦୋକାନରେ କାମ କରୁଥିଲେ। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ଦୋକାନରେ କାମ କରିବା ପାଇଁ ମନା କରିବା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ନାବାଳିକାଙ୍କ ଉପରେ ଓମ୍‌କାର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନାଥାଉ କି, ବିବାହ କରିବା ପାଇଁ ଓମ୍‌କାର ନାବାଳିକାଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ସମ୍ପୃକ୍ତ ନାବାଳିକାଙ୍କ ମା’ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଦେଇଥିଲେ। ଏଥିରେ ରାଗି ଯାଇ ଅଭିଯୁକ୍ତ ଓମ୍‌କାର ନାବାଳିକାଙ୍କୁ ବିଚ୍‌ ରାସ୍ତାରେ ଚୁଟି ଘୋଷାଡ଼ି ଟାଣି ଟାଣି ନେବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାତ ତଦନ୍ତ ଚଳାଇଛି। 

Viral Video Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ