Advertisment

Viral: ପ୍ରେମିକାକୁ ଖୁସି କରିବା ପାଇଁ ୬,୫୦୦ କିଲୋମିଟର ଡ୍ରଇଂ କରିଦେଲେ

ସେ ପୁଅ ହେଉ କି ଝିଅ, ଉଭୟ ନିଜ ସାଥୀଙ୍କୁ ଖୁସି କରିବା କିମ୍ବା ଆଶ୍ଚର୍ଯ୍ୟ କରିବା ପାଇଁ ବିଭିନ୍ନ ଉପାୟ ଚେଷ୍ଟା କରନ୍ତି। ଜଣେ ତାଙ୍କ ପ୍ରେମିକାକୁ ଖୁସି କରିବା ପାଇଁ ୬,୫୦୦ କିଲୋମିଟର ଡ୍ରଇଂ କରି ଚର୍ଚ୍ଚାରେ ଅଛନ୍ତି।

ଅଦ୍ୟତନ ହୋଇଛି
GPS Drawing To Propose Girlfriend

Man traveled across japan with gps tracker to create 6500 km drawing

Advertisment

ସମସ୍ତେ ନିଜ ପ୍ରେମୀକୁ ଖୁସି କରିବା ଏବଂ ସେମାନଙ୍କୁ ଖାସ ଅନୁଭବ କରିବା ପାଇଁ କିଛି ନା କିଛି କରନ୍ତି। ସେ ପୁଅ ହେଉ କି ଝିଅ, ଉଭୟ ନିଜ ସାଥୀଙ୍କୁ ଖୁସି କରିବା କିମ୍ବା ଆଶ୍ଚର୍ଯ୍ୟ କରିବା ପାଇଁ ବିଭିନ୍ନ ଉପାୟ ଚେଷ୍ଟା କରନ୍ତି। କୌଣସି ସ୍ଥାନକୁ ଯାତ୍ରା ହେଉ କି ମହଙ୍ଗା ଉପହାର ଦେଇ ସେମାନଙ୍କ ପ୍ରେମକୁ ମଜବୁତ୍ କରିବାକୁ ଚେଷ୍ଟା କରନ୍ତି । ସୋସିଆଲ ମିଡିଆରେ ଏହିପରି ଭିଡିଓ ପ୍ରାୟତଃ ଦେଖିବାକୁ ମିଳେ ଯାହା ହୃଦୟକୁ ଛୁଇଁଯାଏ ।

Advertisment

ସମ୍ପ୍ରତି, ଏହିପରି ଏକ ପୋଷ୍ଟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଜଣେ ଯୁବକ ନିଜର ପ୍ରେମକୁ ଏପରି ଭାବରେ ଦର୍ଶାଇଛନ୍ତି ଯେ ଯାହାକୁ ଲୋକେ ଦେଖି ରହିଯାଉଛନ୍ତି। ଏହି ପୋଷ୍ଟ ଦେଖିବା ପରେ ଲୋକମାନେ କହୁଛନ୍ତି ସେ ଯାହା ବି ହେଉ, ଗର୍ଲଫ୍ରେଣ୍ଡ ଏହି ପୁଅର ପ୍ରସ୍ତାବକୁ କେବେ ବି ପ୍ରତ୍ୟାଖ୍ୟାନ କରିପାରିବ ନାହିଁ।

ଅଧିକ ପଢ଼ନ୍ତୁ: ‘ମୁଁ ଜଣେ ଘରୋଇ ପ୍ରେମିକା; ପ୍ରେମିକର ଟଙ୍କାରେ ମସ୍ତି କରେ’

ଏହି ପୋଷ୍ଟଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍‌ରେ ଶେୟାର କରାଯାଇଛି। ଏହାକୁ ଅନେକ ଲାଇକ୍ କରିଛନ୍ତି। ଭାଇରାଲ୍ ପୋଷ୍ଟରେ, ଆପଣ ଏକ ମାନଚିତ୍ର ଦେଖିବାକୁ ପାଇବେ, ଯେଉଁଥିରେ ଏହା ଲେଖା ଅଛି, 'ମ୍ୟାରୀ ମି'। ଏହି ପୋଷ୍ଟକୁ ଶେୟାର କରି କ୍ୟାପ୍‌ସନ୍‌ରେ ଲେଖା ଅଛି, “ଏହା ହେଉଛି Yasushi Takahashiଙ୍କ କାହାଣୀ, ଯିଏ ନିଜ ପ୍ରେମିକାଙ୍କୁ ପ୍ରସ୍ତାବ ଦେବା ପାଇଁ GPS ଟ୍ରାକର୍‌ ସହିତ ୬,୫୦୦ କିଲୋମିଟର ଡ୍ରଇଂ କରିବା ପାଇଁ ପୂରା ଜାପାନ ଯାତ୍ରା କରିଥିଲେ। ବିଶେଷ କଥା ହେଉଛି ଏହାକୁ ବିଶ୍ୱର ସର୍ବ ବୃହତ ଜିପିଏସ୍ ଚିତ୍ରାଙ୍କନ ବୋଲି କୁହାଯାଇଛି।”

Advertisment

ଏହି ପ୍ରତିଛବିକୁ ଦେଖିଲେ ଅନୁମାନ କରାଯାଇପାରେ ଯେ ଯୁବକ ଜଣଙ୍କ ନିଜ ଗର୍ଲଫ୍ରେଣ୍ଡକୁ ପ୍ରସ୍ତାବ ଦେବା ପାଇଁ କଠିନ ପରିଶ୍ରମ କରିଛନ୍ତି। ଏହି ପୋଷ୍ଟକୁ ଚଳିତ ବର୍ଷ ଜୁଲାଇ ୧୦ରେ ଶେୟାର କରାଯାଇଛି, ଯାହା ଏପର୍ଯ୍ୟନ୍ତ ୫ ମିଲିୟନ ଲୋକ ଦେଖିସାରିଥିବା ବେଳେ ୫୯ ହଜାରରୁ ଅଧିକ ଲୋକ ଏହି ପୋଷ୍ଟକୁ ଲାଇଜ୍ କରିଛନ୍ତି।

Advertisment
Viral News Ajab Gajab Viral Post
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ