Advertisment

ଯୁବକଙ୍କ ଅଦ୍ଭୁତ ଚ୍ୟାଲେଞ୍ଜ, ପେଟ ନ କାଟିବା ଯାଏ ଖାଇବେ କଞ୍ଚା ଚିକେନ୍

ଗତ ୧୭ଦିନ ଧରି ସେ କଞ୍ଚା ଚିକେନ ଖାଉଛନ୍ତି। ତେବେ ଏଯାଏ ପହଞ୍ଚିବା ନିହାତି ଏକ ପ୍ରକାର ପାଗଳାମି। ଏପର୍ଯ୍ୟନ୍ତ ସେ ସୁସ୍ଥ ଥିବା କହିଛନ୍ତି ।

ଅଦ୍ୟତନ ହୋଇଛି
Man commits to eating raw chicken until gets tummy ache

Eat Raw Chicken

Advertisment

ବିଜ୍ଞାନକୁ ଚ୍ୟାଲେଞ୍ଜ ଦେବାକୁ ଯୁବକଙ୍କ ଅଜବ କାରନାମା। ଗତ ୧୭ଦିନ ଧରି ଲଗାତାର ଖାଉଛନ୍ତି କଞ୍ଚା ଚିକେନ। ଆଉ ପେଟରେ ଯନ୍ତ୍ରଣା ନହେବା ଯାଏ ସେ ଖାଇବା ଜାରି ରଖିବେ ବୋଲି କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ତେବେ ଚିକେନ ଖାଉଥିବା ବ୍ୟକ୍ତିଙ୍କ ନାଁ ହେଉଛି ଜନ୍। ସେ କଞ୍ଚା ଚିକେନ ସହ ଜୁସ୍ ଓ କଞ୍ଚା ଅଣ୍ଡା ଖାଉଥିବା ଭିଡିଓରେ ନଜର ଆସୁଛନ୍ତି। କେବଳ ଏତିକି ନୁହେଁ, ସେ ଇନଷ୍ଟାଗ୍ରାମରେ କଞ୍ଚା ଚିକେନ ଖାଇବାର ଭିଡିଓ ଅପଲୋଡ କରିଛନ୍ତି। ଏହି ଏକ୍ସପେରିମେଣ୍ଟର ନାମ ରଖିଛନ୍ତି ‘କଞ୍ଚା ଚିକେନ ପରୀକ୍ଷଣ’।

ଗତ ୧୭ଦିନ ଧରି ସେ କଞ୍ଚା ଚିକେନ ଖାଉଛନ୍ତି। ତେବେ ଏଯାଏ ପହଞ୍ଚିବା ନିହାତି ଏକ ପ୍ରକାର ପାଗଳାମି। ଏପର୍ଯ୍ୟନ୍ତ ସେ ସୁସ୍ଥ ଥିବା କହିଛନ୍ତି । କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇ ନଥିବା କହିଛନ୍ତି। ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଜନ୍ ଲେଖିଛନ୍ତି, ‘ମୁଁ ଆଜି ସମୁଦ୍ର କୂଳରେ ବୁଲିବା ସମୟରେ କିଛି ଖାଦ୍ୟ ଖାଇବାକୁ ନିଷ୍ପତ୍ତି ନେଇଛି। ଏହାସହ ସେ କଞ୍ଚା ଚିକେନ ଆନନ୍ଦର ସହ ଖାଇ ଚାଲିଛନ୍ତି’। ଦେଖନ୍ତୁ ଭିଡିଓ..

Advertisment

ସୋସିଆଲ ମିଡିଆ ୟୁଜର୍ସମାନେ ଏହି ଆଚରଣ ଏବଂ ଅଦ୍ଭୁତ ଚ୍ୟାଲେଞ୍ଜର ଭିଡିଓ ଉପରେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି ।ଦୁନିଆରେ ଅଜବ କାର୍ଯ୍ୟ କରୁଥିବା ଲୋକମାନଙ୍କର ଅଭାବ ନାହିଁ। ବେଳେବେଳେ ପରୀକ୍ଷଣ କରିବାକୁ ଏବଂ ବେଳେବେଳେ ଭାଇରାଲ ହେବାକୁ, ସେମାନେ ଏପରି କିଛି କରିବା ଆରମ୍ଭ କରନ୍ତି ଯାହାକୁ କୌଣସି ପ୍ରକାରେ ସାଧାରଣ କାର୍ଯ୍ୟ ବୋଲି କୁହାଯାଇପାରିବ ନାହିଁ। ତେବେ ଜନ୍ ଏବେ ଏଭଳି କିଛି କରୁଛନ୍ତି। ତେବେ ଭିଡିଓଟିକୁ ଏଯାଏ ୧୫.୩ମିଲିଅନ ଲୋକ ଦେଖିସାରିଲେଣି।

Viral News Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ