Advertisment

ସ୍କୁଟି ଡିକିରେ ଲୁଚିଥିଲା ଅଜଗର, ଅଳ୍ପକେ ବର୍ତ୍ତିଲେ ଚାଳକ..ଦେଖନ୍ତୁ ଭିଡିଓ

ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ୍ ହେଉଛି। ସ୍କୁଟି ଡିକି ଖୋଲିବା ପରେ ତେଲ ଟାଙ୍କି କ୍ୟାପ୍‌ରେ ଏକ ବିଷଧର ସାପ ଥିବା ଚାଳକ ଦେଖିବାକୁ ପାଇଥିଲେ।

ଅଦ୍ୟତନ ହୋଇଛି
snake slithering

snake slithering

Advertisment

ଆଜି ପର୍ଯ୍ୟନ୍ତ ଆପଣ ସାପ ସମ୍ବନ୍ଧୀୟ ଅନେକ ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର ହୋଇଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଶେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଷଧର ସାପ ଏକ ସ୍କୁଟି ଭିତରେ ଲୁଚି ରହିଛି।

Advertisment

ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ୍ ହେଉଛି। ସ୍କୁଟି ଡିକି ଖୋଲିବା ପରେ ତେଲ ଟାଙ୍କି କ୍ୟାପ୍‌ରେ ଏକ ବିଷଧର ସାପ ଥିବା ଚାଳକ ଦେଖିବାକୁ ପାଇଥିଲେ।ଏହି ଭିଡିଓଟିକୁ ସାଲିହକ୍ଟ ମୁଲାମବାଥ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯାହାକି ଏଯାଏ ୭ମିଲିୟନକୁ ଅଧିକ ଭ୍ୟୁ ସଂଗ୍ରହ କରିଛି। ଭିଡିଓରେ ଜଣେ ବ୍ୟକ୍ତି ସ୍କୁଟିର ସିଟ ଉପରକୁ ଉଠାଇଥିଲେ। ହେଲେ ସାପଟି ଆରାମରେ ତେଲ ଟାଙ୍କି କ୍ୟାପ୍‌ରେ ଗୁଡାଇ ହୋଇ ରହିଥିଲା। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସାପଟି ଅଜଗର ବୋଲି ଚିହ୍ନଟ କରାଯାଇଥିଲା।

Advertisment

ଏହି ଭିଡିଓ ପୋଷ୍ଟ ହେବାପରେ ୟୁଜର୍ସ ଅନେକ କମେଣ୍ଟ ସେୟାର କରିଥିଲେ। କିଛି ୟୁଜର୍ସ ଏହା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। କିଛି ଜଣ ଏହି ଅଜଗର କିପରି ଆସିଲା ବୋଲି ପ୍ରଶ୍ନ କରିଥିଲେ। ପୂର୍ବରୁ ସୋସିଆଲ ମିଡିଆରେ ଏପରି ଭିଡିଓ ଭାଇରାଲ୍ ହୋଇଥିଲା। ନଭେମ୍ବର ୨୦୨୩ରେ ଜଣେ ବ୍ୟକ୍ତି ନିଜ ହେଲମେଟରେ ଲୁଚି ରହିଥିବା ଏକ ସାପ ଦେଖିଥିଲେ। ଏହି ଭିଡିଓ ଲୋକଙ୍କୁ ହେଲମେଟ ପିନ୍ଧିବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରି ପିନ୍ଧିବା ଜରୁରୀ ବୋଲି ଶିଖାଇଥିଲା ।

ଇଣ୍ଡିଆନ ଫରେଷ୍ଟ ସର୍ଭିସ (ଆଇଏଫଏସ) ଅଧିକାରୀ ସୁଶାନ୍ତ ନନ୍ଦ ଏକ ଭିଡିଓ ସେୟାର କରିଥିଲେ । ଏଥିରେ ଜଣେ ମହିଳାଙ୍କ ଜୋତା ଭିତରେ ଏକ ନାଗସାପ ଦେଖିବାକୁ ମିଳିଥିଲା। ଜଣେ ବ୍ୟକ୍ତି ଲୁଚି ରହିଥିବା ସାପଟିକୁ ସତର୍କତା ସହ ବାହାର କରୁଥିଲେ।

Advertisment
Snake Rescued
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ