Advertisment

ବୋହୂ ପ୍ରେମରେ ଶ୍ୱଶୁର ବାୟା, ୬ ମାସର ଝିଅକୁ ଛାଡ଼ି ଶ୍ୱଶୁର ସହ ଫେରାର...

ବୋହୂ ପ୍ରେମର ପଡ଼ିଛନ୍ତି ଶ୍ୱଶୁର। ଶେଷରେ ଉଭୟ ଘର ଛାଡ଼ି ଫେରାର ହୋଇଯାଇଛନ୍ତି। ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଥିଲା।

author-image
Rajalaxmi Sahoo
Man falls in love with daughter in law elopes with her

Man falls in love with daughter in law elopes with her

ପ୍ରେମ ସତ୍ୟ, ପ୍ରେମ ଚିରନ୍ତନ, ପ୍ରେମ ଶାଶ୍ୱତ। ପ୍ରେମ ମାନେ ନାହିଁ ବନ୍ଧ ବାଡ଼, ପ୍ରେମ ଆଗରେ ସବୁ କିଛି ତୁଚ୍ଛ। କେତେବେଳେ ମଣିଷ କାହା ପ୍ରେମରେ ପଡ଼ିଯିବ ତାହା କେହିବି କହିପାରିବେ ନାହିଁ। କୁହାଯାଏ, ପ୍ରେମ ନିଶା ଥରେ ଘାରିଲେ ମଣିଷ ଅନ୍ଧ ହୋଇଯାଏ। ହେଲେ ଭୁଲ୍‌ ଲୋକଙ୍କ ପ୍ରେମ ଜାଲରେ ପଡ଼ିଲେ, ଆଉ ଯଦି ସେ ଆପଣଙ୍କ ପରିବାର ସଦସ୍ୟ ହୋଇଥିବେ ? ଭାବନ୍ତୁ, ପରିସ୍ଥିତି କ’ଣ ହେବ। କଥାଟା ଅଜବ ଲାଗିଲେ ମଧ୍ୟ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ବୋହୂ ପ୍ରେମର ପଡ଼ିଛନ୍ତି ଶ୍ୱଶୁର। ଶେଷରେ ଉଭୟ ଘର ଛାଡ଼ି ଫେରାର ହୋଇଯାଇଛନ୍ତି। ରାଜସ୍ଥାନର ବୁନ୍ଦି ଜିଲ୍ଲା ସିଲୋର ଗାଁରେ ଏହି ଆଶ୍ଚର୍ଯ୍ୟକର ଘଟଣା ଘଟିଛି।

Advertisment

ମହିଳାଙ୍କ ସ୍ୱାମୀ ପୱନ ବୈରାଗୀ ସଦର ପୋଲିସ୍‌ ଷ୍ଟେସନରେ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୋଗ ଅନୁସାରେ, ପୱନଙ୍କ ବାପା ରମେଶ ବୈରାଗୀ ତାଙ୍କ ସ୍ତ୍ରୀ ସହ ଫେରାର ହୋଇଯାଇଛନ୍ତି। ତାଙ୍କ ପତ୍ନୀ ନିରୀହ। ହେଲେ ବାପା ତାଙ୍କ ପତ୍ନୀଙ୍କୁ ପ୍ରତାରଣା କରିଥିବା ପୱନ ଅଭିଯୋଗ କରିଛନ୍ତି। ପୱନଙ୍କ ୬ ମାସର ଝିଅ ଅଛି। 

ପୱନ ଆହୁରି ଅଭିଯୋଗ କରିଛନ୍ତି, ତାଙ୍କ ବାପା କିଛି ବେଆଇନ୍‌ ଚାକିରି କରୁଥିଲେ। ତେବେ କାମ ଯୋଗୁ ସେ ବାହାରେ ରହୁଥିଲେ। ପୱନଙ୍କ ବାପା ରମେଶ ଖାଲି ବୋହୂ ସହ ଫେରାର ହୋଇ ନାହାନ୍ତି ବରଂ ପୁଅର ୨ ଚକିଆ ଯାନ ମଧ୍ୟ ଚୋରି କରି ନେଇ ଯାଇଛନ୍ତି। ଅଭିଯୋଗ ପରେ ମଧ୍ୟ ପୋଲିସ୍‌ ଘଟଣାକୁ ଗୁରୁତ୍ୱର ସହ ନେଉ ନାହିଁ ବୋଲି ପୱନ ଅଭିଯୋଗ କରିଛନ୍ତି। କିନ୍ତୁ ଅଭିଯୋଗ ଆଧାରରେ ଉଭୟ ଶ୍ୱଶୁର ଓ ବୋହୂଙ୍କ ପତ୍ତା ଲଗାଇବା ପାଇଁ ଛାନ୍‌ଭିନ୍‌ ଚାଲିଥିବା ପୋଲିସ୍‌ କହିଛି। 

Advertisment

ସୂଚନାଥାଉ କି, ଏହା ପ୍ରଥମ ଘଟଣା  ନୁହେଁ। ଏହା ପୂର୍ବରୁ ମଧ୍ୟ ରାଜସ୍ଥାନର ଶିରୋହି ଜିଲ୍ଲାର ୪୦ ବର୍ଷୀୟା ମହିଳା ଜ୍ୱାଇଁ ପ୍ରେମରେ ପଡ଼ି ଉଭୟ ଘରୁ ପଳାଇଥିଲେ। ମହିଳା ଜଣକ ସ୍ୱାମୀଙ୍କୁ ମଦରେ ନିଶା ଦେଇ ଜ୍ୱାଇଁ ସହ ଫେରାର ହୋଇଥିଲେ। 

Advertisment
Advertisment