Advertisment

Alcohol in Metro: ଦିଲ୍ଲୀ ମେଟ୍ରୋ ଭିତରେ ମଦ ପିଇଲେ ଯାତ୍ରୀ, ଜାଣନ୍ତୁ ଭାଇରାଲ ଭିଡିଓ ପଛର ସତ୍ୟତା

ସୋସିଆଲ ମିଡିଆରେ ଭାଇରାଲ ହେବା ଆଜିର ଯୁବପିଢି ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଘଟଣା। ଅତୀତରେ ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି। ଦିଲ୍ଲୀ ମେଟ୍ରୋ ମଧ୍ୟରେ ଜଣେ ମହିଳା ଛୋଟ କପଡା ପିନ୍ଧି ଭିଡିଓ କରିଥିବା ବେଳେ ନିକଟରେ ଏକ ଆଇପିଏଲ ମ୍ୟାଚରେ ମହେନ୍ଦ୍ର ସିଂ ଧୋନୀ ଆଉଟ ହେବା ପରେ ଜଣେ ମହିଳାଙ୍କ ପ୍ରତିକ୍ରିୟା ତାଙ୍କୁ ସମଗ୍ର ଦେଶରେ ଭାଇରାଲ କରି ଦେଇଥିଲା। ଏଭଳି ସ୍ଥିତିରେ ଭାଇରାଲ ହେବା ପାଇଁ ଦିଲ୍ଲୀର ଜଣେ ଯୁବକ ମେଟ୍ରୋ ମଧ୍ୟରେ ମଦ୍ୟପାନ କରିଥିବାର ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
metro

ଦିଲ୍ଲୀ ମେଟ୍ରୋ ସର୍ବଦା କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାଏ। ନିକଟରେ ଜଣେ ଯୁବକଙ୍କ ଭିଡିଓକୁ ନେଇ ଏହା ପୁନର୍ବାର ଚର୍ଚ୍ଚାରେ ରହିଛି। ଫୁଡ ରିପବ୍ଲିକ ଇଣ୍ଡିଆ ନାମକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଏହି ଭିଡିଓଟି ପବ୍ଲିଶ ହୋଇଥିଲା। ଭିଡିଓଟିରେ ଦେଖିବାକୁ ମିଳିଥିଲା ଜଣେ ଯୁବକ ଯାତ୍ରା କରୁଥିବା ସମୟରେ ମଦ୍ୟପାନ କରୁଛି। ପ୍ରଥମେ ନିଜ ବ୍ୟାଗରୁ ଏକ ଅଣ୍ଡା କାଢି ଏହାର ଖୋଳପା ଛଡାଉଛନ୍ତି। ପରେ ଏକ ଗ୍ଲାସରେ ରଖାଯାଇଥିବା କିଛି ପାନୀୟ ପିଉଛନ୍ତି।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ମେଟ୍ରୋରେ ସିଟ୍‌କୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଚୁଟି ଝିଙ୍କାଝିଙ୍କି, ଭିଡିଓ ଭାଇରାଲ୍

Advertisment

ସୋସିଆଲ ମିଡିଆରେ ଭିଡିଓଟି ତୁରନ୍ତ ଭାଇରାଲ ହୋଇ ଯାଇଥିଲା। ଭିଡିଓଟି ଭାଇରାଲ ହେବା ମାତ୍ରେ ଯୁବକ ଜଣଙ୍କ ମେଟ୍ରୋରେ ମଦ୍ୟପାନ କରୁଥିବା ନେଇ ଅନେକ ୟୁଜର କମେଣ୍ଟ କରିଥିଲେ। ଏପରିକି ଯୁବକ ଜଣଙ୍କୁ ସମାଲୋଚନା ମଧ୍ୟ କରାଯାଇଥିଲା। ତେବେ ଭିଡିଓର ବାସ୍ତବ ସତ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି। ବାସ୍ତବରେ ଯୁବକ ଜଣଙ୍କ ମଦ ନୁହେଁ ବରଂ ଆପି ଫିଜ ପିଉଥିଲେ। ଏହି ଘଟଣା ସମ୍ପର୍କରେ ଫୁଡ ରିପବ୍ଲିକ ଇଣ୍ଡିଆ ପକ୍ଷରୁ ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଥିଲା। ତେବେ ପବ୍ଲିସିଟି ପାଇଁ ଏଭଳି ପ୍ରୟାସକୁ ସାଧାରଣରେ ନିନ୍ଦା କରାଯାଇଛି।

ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ....

Advertisment

Delhi Metro Alcohol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ