Advertisment

ଚଳନ୍ତା ସ୍କୁଟିରେ ଏକାଠି ବସି ଗାଧୋଇଲେ ପ୍ରେମୀଯୁଗଳ, ଗୁରୁତର ସହ ନେଲା ପୋଲିସ୍

ଆପଣ ଭାବିବେ ଏଥିରେ ଆଶ୍ଚର୍ଯ୍ୟ ହେବାରେ କଣ ରହିଛି ! ଆଜ୍ଞା...ଏମାନେ ଚଳନ୍ତା ସ୍କୁଟିରେ ହିଁ ଏଭଳି କାର୍ଯ୍ୟ କରିଛନ୍ତି।

ଅଦ୍ୟତନ ହୋଇଛି
Man And Woman Take 'Bath' While Riding A Scooter

Man And Woman Take 'Bath' While Riding A Scooter

Advertisment

ଚଳନ୍ତା ସ୍କୁଟିରେ ଏକାଠି ବସି ଗାଧୋଇଲେ ପ୍ରେମୀଯୁଗଳ। ତାହା ବି ଖୁଲମ୍‌ଖୁଲା, ଲୋକଙ୍କ ଆଗରେ। ହେଲେ ମଜାରେ କରୁଥିବା ଏହି କାମ ପରେ ବଢିଛି ଅଡୁଆ। ଏବେ ଘଟଣା ଯାଇ ଥାନାରେ ପହଞ୍ଚିବା ପରେ ଗୁରୁତର ସହ ନେଇଛି ପୋଲିସ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଉଲହାସନଗରରେ। 

Advertisment

ଅସହ୍ୟ ଗରମ ଯୋଗୁଁ  ଛଟପଟ ହେଉଛନ୍ତି ଲୋକ। ବିଶେଷ କରି ମେଟ୍ରୋ ସିଟି କଥା ନକହିବା ଭଲ। ସକାଳେ ହେଲା ମାତ୍ରେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଏଭଳି ସ୍ଥଳେ ପ୍ରଚଣ୍ଡ ଖରାରୁ ବର୍ତ୍ତିବା ପାଇଁ  ଜଣେ ଯୁବକ ଓ ଯୁବତୀ ଭିନ୍ନ ପନ୍ଥା ଆପଣେଇଛନ୍ତି। ବାହାରକୁ ଯିବାବେଳେ ଖରାରୁ ବର୍ତ୍ତିବା ପାଇଁ ପାଣି  ଢାଳି ହେଉଛନ୍ତି।

ଆପଣ ଭାବିବେ ଏଥିରେ ଆଶ୍ଚର୍ଯ୍ୟ କଣ ରହିଛି। ଆଜ୍ଞା... ଏମାନେ କେବଳ ପାଣି ଢାଳି ହେଉନଥିଲେ ବରଂ ଚଳନ୍ତା ସ୍କୁଟିରେ ଏମାନେ ଦୁହେଁ ଗାଧୋଉଥିଲେ। ଭିଡିଓରେ ଯୁବକ ଜଣକ ଗାଡି ଚଳାଉଛନ୍ତି ଓ ତାଙ୍କ ପଛରେ ଜଣେ ଯୁବତୀ ବସିଛନ୍ତି। ଯୁବତୀ ଜଣକ ମଝି ସିଟ୍‌ରେ ବାଲଟି ରଖିଛନ୍ତି। ଗୋଟିଏ ମଗ୍‌ରେ ବାଲଟିରୁ ପାଣି ଆଣି ନିଜେ ଗାଧୋଉଛନ୍ତି, ଆଗରେ ବସିଥିବା ଯୁବକଙ୍କ ମୁଣ୍ଡ ଉପରେ ପାଣି ଢାଳୁଛନ୍ତି।  

Advertisment

ଏହାକୁ ଦେଖି ଉପସ୍ଥିତ ଲୋକ ଭିଡିଓ କରିଥିଲେ ଓ ମଜାବି ନେଉଥିଲେ। ହେଲେ ଏଭଳି କାର୍ଯ୍ୟ ଦ୍ୱାରା ସେମାନଙ୍କୁ ଆଇନ୍‌ର ପରିସରକୁ ଆସିଥିବେ ତାହା ଜାଣିନଥିଲେ। କାହିଁକିନା ବେପରୁଆ ଭାବେ ଗାଡି ଚଳାଉଥିଲେ। ମୁଣ୍ଡରେ ହେଲମେଟ୍‌ ବି ପିନ୍ଧିନଥିଲେ। 

WeDeserveBetterGovt- @ItsAamAadmi ନାମକ ଟ୍ୱିଟର ୟୁଜର୍ସ ସେହି ସମୟର ଘଟଣାବଳୀର ଭିଡିଓକୁ ଟ୍ୱିଟ କରିଛନ୍ତି। ଏହାସହ ମହାରାଷ୍ଟ ଡିଜିପି ଓ ଥାନେ ସିଟି ପୋଲିସ୍‌କୁ ଟ୍ୟାଗ୍‌ କରି କ୍ୟାପସନ୍‌ରେ ଲେଖିଛନ୍ତି ଯେ ଏହା ଉଲହାସନଗର ଅଞ୍ଚଳ। ଏହି ଘଟଣାଟି ଉଲହାସନଗରର ଜନଗହଳୀପୂର୍ଣ୍ଣ ସେକ୍ଟର-୧୭ର। ଏଠାରେ ଟ୍ରାପିକ୍‌ ମଧ୍ୟ ରହିଛି। ତେବେ ଏମାନେ ଲୋକଙ୍କ ଆଗରେ କରୁଥିବା ଅଭଦ୍ର କାମ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହାକୁ ରିଟ୍ୱିଟ୍‌ କରି ଥାନେ ସିଟି ପୋଲିସ କହିଛି- ଆପଣଙ୍କ ସୂଚନା ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ଦିଆଯାଇଛି। ଏନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment


— Thane City Police -ठाणे शहर पोलीस (@ThaneCityPolice) May 15, 2023

ତେବେ ଅନେକ ୟୁଜର୍ ଏନେଇ ସକରାତ୍ମକ ଓ ନକରାତ୍ମକ କମେଣ୍ଟ ଦେଇଛନ୍ତି। ଯୁବତୀ ଓ ଯୁବକ ଜଣକ ଟ୍ରାଫିକ ନିୟମ ଭାଙ୍ଗିଥିବା ଅନେକ କହିଥିବା ବେଳେ ଓ ଏହାକୁ ମଜାକର ସହ ନିଆଯାଉ ବୋଲି ଅନେକ ୟୁଜର୍ସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ