Advertisment

Viral Video: ଚାଲିଗଲା କି ଲାଇନ୍, ବ୍ୟସ୍ତ ହୁଅନ୍ତୁ ନାହିଁ; ଗୋଟିଏ ପାଣି ବୋତଲ ହିଁ ଘରକୁ କରିଦେବ ଆଲୁଅ

ସୋସିଆଲ ମିଡିଆରେ ଏମିତି ଏକ ଯୁଗାଡ଼ ଭାଇରାଲ ହେଉଛି ଯାହା ପୂରା ଘରକୁ ମଧ୍ୟ ଆଲୋକିତ କରିଦେବ। ଏଥିପାଇଁ ବେଶି କିଛି ଜିନିଷ, କିମ୍ବା କୌଣସି ଦାମୀ ଉପାଦାନର ଆବଶ୍ୟକତା ନାହିଁ। କେବଳ ଗୋଟିଏ ପାଣି ବୋତଲ ହିଁ ସମ୍ପୂର୍ଣ୍ଣ କୋଠରୀକୁ ଆଲୋକିତ କରିଦେବ।

ଅଦ୍ୟତନ ହୋଇଛି
Room mein Mobile Torch Aur Water Bottle Se Light ka Jugaad

Room mein Mobile Torch Aur Water Bottle Se Light ka Jugaad

Advertisment

ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ କାଟ୍ କଥା କାହାକୁ ଅଛପା ନାହିଁ। କିଛି ଅଞ୍ଚଳରେ, ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍‌ ହୋଇଯାଏ, ଏବଂ କିଛି ଅଞ୍ଚଳରେ ପରିସ୍ଥିତି ଏପରି ହୁଏ ଯେ ସେଠାକାର ଲୋକମାନେ ଅନେକ ଦିନ ପର୍ଯ୍ୟନ୍ତ ବିନା ବିଦ୍ୟୁତରେ ରୁହନ୍ତି।

Advertisment

ଏପରି ପରିସ୍ଥିତିରେ ବିଦ୍ୟୁତ୍ ଅଭାବରୁ ଲୋକଙ୍କ କାମ ମଧ୍ୟ ପ୍ରଭାବିତ ହୁଏ। ସାଧାରଣତଃ ଯେତେବେଳେ ବିଦ୍ୟୁତ୍ କାଟ୍ ହୁଏ, ଲୋକମାନେ ଘରେ ମୋବାଇଲ୍ ଫୋନରେ ଟର୍ଚ୍ଚ, ମହମବତୀ କିମ୍ବା ଦୀପ ଜାଳିଥାନ୍ତି। ଏହା କିନ୍ତୁ ପୂରା ଘରକୁ ଆଲୋକିତ କରିପାରେ ନାହିଁ।

ବର୍ତ୍ତମାନ କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଯୁଗାଡ଼ ଭାଇରାଲ ହେଉଛି ଯାହା ପୂରା ଘରକୁ ମଧ୍ୟ ଆଲୋକିତ କରିଦେବ। ଏଥିପାଇଁ ବେଶି କିଛି ଜିନିଷ, କିମ୍ବା କୌଣସି ଦାମୀ ଉପାଦାନର ଆବଶ୍ୟକତା ନାହିଁ। କେବଳ ଗୋଟିଏ ପାଣି ବୋତଲ ହିଁ ସମ୍ପୂର୍ଣ୍ଣ କୋଠରୀକୁ ଆଲୋକିତ କରିଦେବ।

Advertisment

ଅଧିକ ପଢ଼ନ୍ତୁ:ସପିଂ କରି ଆସିଲେ ମହିଳା; ବ୍ୟାଗ୍ ଭିତରୁ ବାହାରିଲା କୁନି ଝିଅ

ସମସ୍ତେ ଜାଣନ୍ତି ଯେ ଜୁଗାଡର କଥା ଆସିଲେ ଭାରତୀୟମାନେ ସବୁଠାରୁ ଆଗରେ ରହିବେ। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓରେ, ଏହାର ଉପାୟ କହୁଥିବା ବେଳେ ଜଣେ ମହିଳା ଏକ ସ୍ୱଚ୍ଛ ବୋତଲରେ ଟ୍ୟାପ୍‌ରୁ ପାଣି ଭର୍ତ୍ତି କରୁଛନ୍ତି।

Advertisment

ଏହା ପରେ, ମହିଳା ଜଣଙ୍କ ଏକ ମୋବାଇଲ୍‌ର ଟର୍ଚ୍ଚକୁ ଅନ୍ କରନ୍ତି ଆଉ ଏହାକୁ ଏକ ସ୍ପାପ୍ ଉପରେ ଥୋଇ ଦିଅନ୍ତି। ଏହା ପରେ ସେ ଭର୍ତ୍ତି ହୋଇଥିବା ପାଣି ବୋତଲଟିକୁ ଏହି ମୋବାଇଲ୍ ଟର୍ଚ୍ଚ ଲାଇଟ୍ ଉପରେ ରଖନ୍ତି। ପରେ ସେ ଯେତେବେଳେ ବିଦ୍ୟୁଟ୍ ଲାଇଟ୍ ବନ୍ଦ କରିଦିଅନ୍ତି ପୂରା କୋଠରୀଟି ଆଲୋକରେ ପରିପୂର୍ଣ୍ଣ ହୋଇଯାଏ।

ସୋସିଆଲ ମିଡିଆରେ କିଛି ୟୁଜର୍ସ ମହିଳାଙ୍କ ଏହି ଘରୋଇ ଜୁଗାଡ୍‌ର ପ୍ରଶଂସା କରୁଥିବା ବେଳେ କିଛି ୟୁଜର୍ସ ତାଙ୍କର ମଜା ମଧ୍ୟ ଉଡାଉଛନ୍ତି।

ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ DeepakKumarBhagatଙ୍କ ଆକାଉଣ୍ଟରୁ ଶେୟାର କରାଯାଇଛି। ଖବର ଲେଖା ହେବା ବେଳକୁ ଏହି ଭିଡିଓକୁ ୨ ଲକ୍ଷ ୩୧ ହଜାରରୁ ଅଧିକ ଲାଇକ୍ ମିଳିସାରିଥିଲା। ଭାଇରାଲ୍‌ ଭିଡିଓର କମେଣ୍ଟ ବକ୍ସରେ ୟୁଜର୍ସମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ଜଣେ ଲେଖିଛନ୍ତି - ଆଇଡିଆଟି ଭଲ କିନ୍ତୁ ଲାଗୁଛି ମୋବାଇଲରେ ବ୍ୟାଟେରୀ ନାହିଁ। ଆଉ ଜଣେ ମଜାରେ ଲେଖିଛନ୍ତି - ବନ୍ଧୁ, ଅନ୍ୟ କାହାର ଫୋନ୍ ନେବାକୁ ପଡିବ। ଆଉ ଜଣେ କହିଛନ୍ତି - ଏମିତିକି ଯେତେବେଳେ ବିଦ୍ୟୁତ୍ ଚାଲିଯାଏ, ସମସ୍ତଙ୍କୁ ନିଜର ଫୋନ୍ ବ୍ୟବହାର କରିବାକୁ ପଡ଼ିଥାଏ, କେହି ନିଜର ଫୋନ୍ ଦିଅନ୍ତି ନାହିଁ।

ଅଧିକ ପଢ଼ନ୍ତୁ:ମୋବାଇଲ୍‌ରୁ ମ୍ୟୁଜିକ୍ ଶୁଣି ଗାତ ଭିତରୁ ଧଡାସ୍ କି ବାହାରି ଆସିଲା ସାପ

Viral Video Mobile Phone Desi Juggad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ