Advertisment

World's Most Expensive House: ଏଇଠି ଅଛି ଦୁନିଆର ସବୁଠୁ ଦାମୀ ଘର... ଦାମ୍ ଜାଣିଲେ ଉଡ଼ିଯିବ ହୋସ୍ !

ଘର କରିବା ସ୍ୱପ୍ନ ସମସ୍ତଙ୍କର ଥାଏ । ମାତ୍ର ଆଜିର ମହଙ୍ଗା ଯୁଗରେ ଏହା କରିବା ଏତେ ସହଜ ନୁହେଁ । ଘର କଥା ପଡିଲେ ବିଶ୍ୱର ସବୁଠୁ ଦାମୀ ଘରକୁ ନେଇ ଚର୍ଚ୍ଚା ହୁଏ । ଆପଣ ଜାଣନ୍ତି କି, ବିଶ୍ୱର ସବୁଠୁ ଦାମୀ ଘର କେଉଁଠି ? କିଏ ଏହି ଘରର ମାଲିକ ଏବଂ କେଉଁ ଦେଶରେ ଏହି ଘର ରହିଛି ?

ଅଦ୍ୟତନ ହୋଇଛି
Most Expensive House

Most Expensive House

Advertisment

ଘରଟିଏ କିଣିବାକୁ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି । ହେଲେ ଏହା କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ । କାରଣ ସହରରେ ଆକାଶଛୁଆଁ ଘର ଏବଂ ଜମି ଦର । ଯେଉଁଥିପାଇଁ ଜଣେ ମଧ୍ୟବିତ୍ତ ଲୋକ ପକ୍ଷେ ଜମି ଓ ଘର କିଣିବା ସ୍ୱପ୍ନ ପାଲଟି ଯାଇଥାଏ ।

Advertisment

ଏସବୁ ଭିତରେ ବେଳେବେଳେ ଆପଣଙ୍କ ମନରେ ପ୍ରଶ୍ନ ଆସିଥିବ ବିଶ୍ୱର ସବୁଠୁ ଦାମୀ ଘର କାହା ପାଖରେ ରହିଛି ? କେଉଁ ଦେଶରେ ରହିଛି ଏହି ମହଙ୍ଗା ଘର ? ଦୁନିଆର ସବୁଠାରୁ ମହଙ୍ଗା ଘରର ନାମ କ'ଣ ଏବଂ ଏଠାରେ କ'ଣ କ'ଣ ସୁବିଧା ରହିଛି ? ଘର କଥା ଯେତେବେଳେ ସାମ୍ନାକୁ ଆସେ ଏସବୁ ପ୍ରଶ୍ନ ସମସ୍ତଙ୍କ ମନକୁ ଆସିବା ସ୍ୱାଭାବିକ । ଏହି ରିପୋର୍ଟରେ ଜାଣନ୍ତୁ ସେହି ଦାମୀ ଘର ବିଷୟରେ କିଛି ଅଜଣା କଥା...

ଦୁନିଆର ସବୁଠୁ ଦାମୀ ଘର:

ଦାମୀ ଘର କଥା ମନକୁ ଆସିଲେ ପ୍ରଥମେ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବିଷୟରେ ଚର୍ଚ୍ଚା ହୋଇଥାଏ । ହେଲେ ଆପଣ ଜାଣନ୍ତି କି ଆଣ୍ଟିଲିଆ ସବୁଠାରୁ ଦାମୀ ଘର ତାଲିକାରେ ରହିଥିଲେ ମଧ୍ୟ ଏହା ଦୁନିଆର ସବୁଠାରୁ ମହଙ୍ଗା ଘର ନୁହେଁ । ଆଣ୍ଟିଲିଆକୁ ପଛରେ ପକାଇ ଆଗରେ ରହିଛି ବକିଙ୍ଗହମ ପ୍ୟାଲେସ । ଏହାକୁ ଦୁନିଆର ସବୁଠାରୁ ଦାମୀ ଘର ବୋଲି ବିବେଚନା କରାଯାଏ । ଶତାବ୍ଦୀ ଶତାବ୍ଦୀ ଧରି ବ୍ରିଟିଶ ରାଜତନ୍ତ୍ରର ପ୍ରତୀକ ଭାବରେ ଏହା ରହିଛି । ୧୨୦୩ ମସିହାରେ ଏହି ରାଜପ୍ରସାଦଟି ତିଆରି କରାଯାଇଥିବା କୁହାଯାଉଛି । ଖୁବ୍ ବିଳାସପୂର୍ଣ୍ଣ ବକିଙ୍ଗହମ ପ୍ୟାଲେସର ମୂଲ୍ୟ ଆଜିର ସମୟରେ ପ୍ରାୟ ୪୯୦୦ ମିଲିୟନ ଡଲାରରୁ ଅଧିକ ହେବ ।

Advertisment

ବକିଙ୍ଗହମ ପ୍ୟାଲେସରେ ୭୭୫ଟି ରୁମ୍ ରହିଥିବା ବେଳେ ୧୯ଟି ଷ୍ଟେଟରୁମ୍ ଓ ଏକ ଓ୍ବାଲ ରୁମ୍ ରହିଛି । ଯେଉଁଠି ଅନେକ ରାଜକୀୟ ଇଭେଣ୍ଟ ଆୟୋଜନ କରାଯାଇଥାଏ । କହିବାକୁ ଗଲେ, ବକିଙ୍ଗହମ୍ ପ୍ୟାଲେସ୍ ଉଭୟ ରାଜକୀୟ ବାସସ୍ଥାନ ସହିତ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରଶାସନିକ କେନ୍ଦ୍ର । ଏଥିରେ ୯୨ଟି କାର୍ଯ୍ୟାଳୟ ଓ ୭୮ ବାଥରୁମ ରହିଛି । ଯେଉଁଠି ପାରମ୍ପରିକ ଭାବେ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଣୀ ଭେଟିଥାନ୍ତି।

ଦୁନିଆର ସବୁଠୁ ଦାମୀ ବକିଙ୍ଗହମ୍ ପ୍ୟାଲେସ୍ ଭିତରକୁ ଯିବା ବେଳେ ଆପଣ ଏକ ସଂଗ୍ରହାଳୟରେ ପ୍ରବେଶ କରିବା ଭଳି ଅନୁଭବ କରିବେ । ଏଠାରେ ରେମ୍ବ୍ରାଣ୍ଡ ଏବଂ ରୁବେନ୍ସ ପରି ବ୍ୟକ୍ତିଙ୍କ ଅମୂଲ୍ୟ କଳା ଦେଖିବାକୁ ମିଳିବ । ଏହା ସହିତ ୩୯ ଏକର ବଗିଚାରେ ଟେନିସ୍ କୋର୍ଟ, ହ୍ରଦ ଓ ହେଲିକପ୍ଟର ପ୍ୟାଡ୍ ରହିଛି । ଏପରିକି ରାଜପ୍ରାସାଦ ଭିତରେ ରାଣୀ ଉଦ୍ୟାନ ପରି ପାର୍ଟି ପାଇଁ ଡିଜାଇନ୍ କରାଯାଇଛି ।

Advertisment

ସେହିପରି ସୁନା ସାଜସଜ୍ଜା ପାଇଁ ବେଶ୍ ଜଣାଶୁଣା ସିଂହାସନ କୋଠରୀ ଏଠାରେ ରହିଛି । ଯେଉଁଠାରେ ରାଜ୍ୟାଭିଷେକଠାରୁ ଆରମ୍ଭ କରି ରାଜକୀୟ ବିବାହ ପର୍ଯ୍ୟନ୍ତ ସବୁ କିଛି ସଂପନ୍ନ ହୋଇଥାଏ । ରାଜପ୍ରାସାଦର ଅନ୍ୟ ଏକ ପ୍ରତୀକାତ୍ମକ ବୈଶିଷ୍ଟ୍ୟ ହେଉଛି ଏହାର ଗ୍ରାଣ୍ଡ ସିଡ଼ି । ଯାହାକି ରାଜା ଜର୍ଜ ଚତୁର୍ଥଙ୍କ ସମୟରେ ବାସ୍ତୁକାର ଜନ୍ ନାଶଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିଲା, ଯାହା ପ୍ୟାଲେସର ସୁନ୍ଦରତାକୁ ଦ୍ବିଗୁଣିତ କରୁଛି ।

ଲଣ୍ଡନରେ ଥିବା ବକିଙ୍ଗହମ୍ ପ୍ୟାଲେସ କେବଳ ରାଣୀଙ୍କ ଦାମୀ ଘର ଭାବରେ ନୁହେଁ ବରଂ ଏହା ଏକ ସରକାରୀ ଅନୁଷ୍ଠାନ ଭାବେ କାମ କରିଥାଏ । ବର୍ଷର ନିର୍ଦ୍ଧିଷ୍ଟ ସମୟରେ ମନୋନୀତ କୋଠରୀଗୁଡ଼ିକ ସର୍ବସାଧାରଣଙ୍କ ପାଇଁ ମଧ୍ୟ ଖୋଲା ରହିଥାଏ ।

ବିଶ୍ୱର ଦ୍ୱିତୀୟ ଦାମୀ ଘର ଭାରତରେ:

ବକିଙ୍ଗହମ୍ ପ୍ୟାଲେସକୁ ଛାଡ଼ି ଦେଲେ ବିଶ୍ୱର ଦ୍ୱିତୀୟ ମହଙ୍ଗା ଘର ଭାରତରେ ରହିଛି । ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ । ମୁମ୍ବାଇରେ ଅବସ୍ଥିତ ୨୨ ମହଲା ବିଶିଷ୍ଟ ଆକାଶ ଛୁଆ ଆଣ୍ଟିଲିଆ ଦୁନିଆର ସବୁଠାରୁ ବିଳାସପୂର୍ଣ୍ଣ ଘର ମଧ୍ୟରେ ସ୍ଥାନ ପାଇଛି । ଯାହାର ଦାମ ପ୍ରାୟ ୨୦୦୦ ମିଲିୟନ ଡଲାର ବୋଲି କୁହାଯାଉଛି । ସଂପୂର୍ଣ୍ଣ ଆଧୁନିକ ଶୈଳୀରେ ତିଆରି ହୋଇଥିବା ଆଣ୍ଟିଲିଆରେ ତିନୋଟି ହେଲିପ୍ୟାଡ୍ ରହିଥିବା ବେଳେ ୧୬୮ କାର୍ ଗ୍ୟାରେଜ୍, ଏକାଧିକ ସୁଇମିଂ ପୁଲ୍ ଓ ଥିଏଟର ଭଳି ଅନେକ ସୁବିଧା ରହିଛି ।

ବିଶ୍ବରେ ବକିଙ୍ଗହମ୍ ପ୍ୟାଲେସକୁ ଦାମୀ ଘର ବୋଲି ବିବେଚନା କରାଯାଉଥିବା ବେଳେ ଆଣ୍ଟିଲିଆକୁ ଦେଶର ବିଳାସପୂର୍ଣ୍ଣ ଘର ବୋଲି କୁହାଯାଉଛି ।

Antilia Buckingham Palace
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ