karnataka cm
ମେଟାର ବଡ଼ ଭୁଲ । ଶେଷରେ ବଞ୍ଚିଥିବା ମଣିଷକୁ ମାରିଦେଲା । ତାହା ପୁଣି ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ । ସୋସିଆଲ ମିଡିଆ କମ୍ପାନୀ ମେଟା ଏକ ବଡ଼ ଭୁଲ କରିଛି । ମେଟାର ସ୍ୱୟଂଚାଳିତ ଅନୁବାଦରେ ଏକ ଭୁଲ ଅନୁବାଦ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)ର ଫେସବୁକ ପୋଷ୍ଟର ଅର୍ଥକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି ।
କନ୍ନଡ଼ରେ ଲିଖିତ ଏହି ପୋଷ୍ଟଟି ବରିଷ୍ଠ ଅଭିନେତ୍ରୀ ବି. ସରୋଜା ଦେବୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ପାଇଁ ପୋଷ୍ଟ କରାଯାଇଥିଲା, କିନ୍ତୁ ଏହାକୁ ଇଂରାଜୀରେ ଭୁଲ ଭାବେ ଅନୁବାଦ କରାଯାଇଥିଲା। ମେଟା ଲେଖିଥିଲା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଉ ନାହାନ୍ତି । ଯାହାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଗେଟ ଖୋଲୁ ଖୋଲୁ ଏ କ’ଣ ହେଲା ? ସିସିଟିଭି ଭିଜୁଆଲ ଭାଇରାଲ
ଏହି ଭୁଲ ଅନୁବାଦ ଯୋଗୁଁ ଲୋକଙ୍କ ମଧ୍ୟରେ ଏକ ବଡ଼ ବିଭ୍ରାନ୍ତି ସୃଷ୍ଟି ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା । ଏହି ଘଟଣା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏହାକୁ ଗୁରୁତର ସହ ନେଇଥିଲେ ।
ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ କରି ମେଟାକୁ ସମାଲୋଚନା କରିଥିଲେ । ଏହି ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ମେଟା ପ୍ଲାଟଫର୍ମରେ କନ୍ନଡ଼ ବିଷୟବସ୍ତୁର ଭୁଲ ସ୍ୱୟଂଚାଳିତ ଅନୁବାଦ ତଥ୍ୟକୁ ବିକୃତ କରୁଛି ଏବଂ ଉପଭୋକ୍ତାମାନଙ୍କୁ ବିଭ୍ରାନ୍ତ କରୁଛି। ଏହା ବିଶେଷ ଭାବେ ସରକାରୀ ଯୋଗାଯୋଗରେ ବିପଦଜନକ। ମୋର ମିଡିଆ ଉପଦେଷ୍ଟା କେ.ଭି. ପ୍ରଭାକର ମେଟାକୁ ତୁରନ୍ତ ସଂଶୋଧନ ପାଇଁ ଔପଚାରିକ ଭାବେ ଚିଠି ଲେଖିଛନ୍ତି।
ସେ ଆହୁରି ଲେଖିଛନ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଦାୟିତ୍ୱପୂର୍ଣ୍ଣ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ମୁଁ ନାଗରିକମାନଙ୍କୁ ସତର୍କ କରୁଛି ଯେ ଏଆଇ ଦ୍ବାରା କରାଯାଇଥିବା ଅନୁବାଦ ପ୍ରାୟତଃ ଭୁଲ ହୋଇଥାଏ। ଟେକ୍ ଜାଏଣ୍ଟ ମାନଙ୍କର ଏଭଳି ଅବହେଳା ଜନସାଧାରଣଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇପାରେ।
କନ୍ନଡ଼ ଭାଷାର ଭୁଲ ଅନୁବାଦ କରି ମୋତେ ମୃତ ବୋଲି ଦର୍ଶାଇବା ଏକ ବଡ଼ ଭୁଲ ଏବଂ ଏହା ଗ୍ରହଣୀୟ ନୁହେଁ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା କରାଯାଉଥିବା ଅନୁବାଦର ବିଶ୍ୱସନୀୟତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେପର୍ଯ୍ୟନ୍ତ ଏହି ବୈଷୟିକ ତ୍ରୁଟିକୁ ସମ୍ପୂର୍ଣ୍ଣ ରୂପେ ସୁଧାର ନ ଯାଇଛି, ସେପର୍ଯ୍ୟନ୍ତ କନ୍ନଡ଼ରୁ ଇଂରାଜୀକୁ ସ୍ୱୟଂଚାଳିତ ଅନୁବାଦ ସୁବିଧାକୁ ବନ୍ଦ କରାଯିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।
ମେଟା ପରେ ଏହାକୁ ସଂଶୋଧନ କରି ଭୁଲଟି ଠିକ୍ କରିଛି। ମୁଖ୍ୟମନ୍ତ୍ରୀଙ୍କ ମିଡିଆ ଉପଦେଷ୍ଟାଙ୍କ ଦ୍ୱାରା ମେଟାକୁ ଲେଖାଯାଇଥିବା ଏକ ଚିଠିରେ ସିଦ୍ଦରମୈୟା ମେଟାକୁ କନ୍ନଡ଼ ଭାଷା ବିଶେଷଜ୍ଞମାନଙ୍କ ସହ କାର୍ଯ୍ୟ କରି କନ୍ନଡ଼ରୁ ଇଂରାଜୀକୁ ଅନୁବାଦର ଗୁଣବତ୍ତା ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ଚିଠିରେ କୁହାଯାଇଛି, ଆମେ ଲକ୍ଷ୍ୟ କରିଛୁ ଯେ କନ୍ନଡ଼ରୁ ଇଂରାଜୀକୁ ସ୍ୱୟଂଚାଳିତ ଅନୁବାଦ ପ୍ରାୟତଃ ଭୁଲ ଏବଂ କେତେକ କ୍ଷେତ୍ରରେ ଅତ୍ୟନ୍ତ ବିଭ୍ରାନ୍ତିକର।
ଏହା ବିଶେଷ ଭାବେ ଜନସାଧାରଣଙ୍କ ଯୋଗାଯୋଗ, ସରକାରୀ ବିବୃତି କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶଗୁଡ଼ିକ ଭୁଲ ଭାବେ ଅନୁବାଦ କଲେ ଏକ ବଡ଼ ବିପଦ ସୃଷ୍ଟି କରିବ । ଅନେକ ହୁଏତ ବୁଝି ପାରନ୍ତିନି ଯେ ସେମାନେ ଯାହା ପଢୁଛନ୍ତି ତାହା ମୂଳ ସନ୍ଦେଶ ନୁହେଁ, ବରଂ ଏକ ସ୍ୱୟଂଚାଳିତ ଅନୁବାଦ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752825456.jpg)