• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରିଲ୍ସ କରିବା ମହଙ୍ଗା ପଡ଼ିଲା । ସାମାନ୍ୟ କେଇଟା ଲାଇକ୍ସ, କମେଣ୍ଟ୍‌ ଓ ଭିୟୁ ପାଇଁ ଚାଲିଗଲା ଜୀବନ । ରିଲ୍ସ କରୁ କରୁ ଜଳପ୍ରପାତର ପ୍ରଖର ସ୍ରୋତରେ ଭାସିଗଲେ ଯୁବକ । ପ୍ରକୃତିର ରୂପ ଯେତିକି ସୁନ୍ଦର ଓ ରୋମାଞ୍ଚକର..ସମୟ ଆସିଲେ ସେପରି ଭୟଙ୍କର ହୋଇ ଉଠେ ପ୍ରକୃତି । ଏପରି ଏକ ହୃଦୟଥରା ଘଟଣା ଘଟିଛି କର୍ଣ୍ଣାଟକ ଊଡ଼ୁପି ଜିଲ୍ଲାରେ । ରିଲ୍ସ ପାଇଁ ଶରତ କୁମାର ନାମକ ଜଣେ ଯୁବକ ଜଣକ ଭାସି ଯାଇଥିବା ବେଳେ ୨ ଦିନ ହେଲା ତାଙ୍କର ପତ୍ତା ମିଳୁନି ।

ଉଡୁପି ଜିଲ୍ଲାର ଅରାସିନାଗୁଣ୍ଡି ଝରଣା ନିକଟରେ ଗତ ରବିବାର ଏହି ଅଘଟଣ ଘଟିଥିବା ଜଣାଯାଇଛି । ମୃତକ ଜଣକ ହେଲେ ଶିବମୋଗା ଜିଲ୍ଲା ଭଦ୍ରାବତି ଅଞ୍ଚଳରେ ତାଙ୍କ ଘର । କର୍ଣ୍ଣାଟକରେ ଏବେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ନଦୀ ଝରଣା ସବୁ ଉଛୁଳି ପଡ଼ୁଛି ।

ଆଉ ରିଲ୍ପ କରିବା ପାଇଁ ଶରତ ସାଙ୍ଗ ମାନଙ୍କ ସହ ମିଶି ଜଳପ୍ରପାତ ନିକଟକୁ ଯାଇଥିଲେ । ତାଙ୍କ ସାଙ୍ଗ ରେକର୍ଡିଂ କରୁଥିବା ବେଳେ ଯୁବକ ଜଣକ ଧୀରେ ଧୀରେ ଜଳପ୍ରପାତର ଅତି ନିକଟରେ ଛିଡ଼ା ହୋଇଥିଲେ । ତାଙ୍କ ଉପରେ ପାଣି ଛିଟା ପଡ଼ୁଥିଲା । ଆଉ ହଠାତ୍‌ ତାଙ୍କ ଗୋଡ଼ ଖସିଯାଇ ସେ ଜଳପ୍ରପାତ ଭିତରକୁ ପଡ଼ିଯାଇଥିଲେ । ପାଣିର ସ୍ରୋତ ଏତେ ଥିଲା ଯେ ମୁହୂର୍ତ୍ତକ ମଧ୍ୟରେ ସେ କୁଆଡ଼େ ଅନ୍ତର୍ଦ୍ଧ୍ୟାନ ହୋଇଗଲେ ଜଣା ପଡ଼ିନଥିଲେ ।

ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଉଦ୍ଧାରକାରୀ ଦଳ ୨ ଦିନ ହେଲାଣି ଭାସି ଯାଇଥିବା ଯୁବକଙ୍କୁ ଖୋଜୁଥିଲେ ବି ତାଙ୍କର ଏଯାଏଁ ପତ୍ତା ମିଳି ପାରିନି । ତେବେ ସେହି ସମୟରେ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତାଙ୍କ ବାପାଙ୍କ କହିବା ଅନୁସାରେ, ରବିବାର ଦିନ ସାଙ୍ଗ ମାନଙ୍କ ସହ ମିଶି ଶରତ ଅରସିନାଗୁଣ୍ଡି ଜଳପ୍ରପାତ ଦେଖିବା ପାଇଁ ଯାଇଥିଲେ । ଏଥିପାଇଁ ଘରୁ ସକାଳ ୭.୩୦ରେ କାର୍‌ ଯୋଗେ ବାହାରି ଯାଇଥିଲେ । ହେଲେ ପଥର ଉପରେ ଛିଡ଼ା ହୋଇଥିବା ବେଳେ ଶରତଙ୍କ ଗୋଡ଼ ଖସି ଯାଇଥିଲା । ପ୍ରାୟ ଅପରାହ୍ନ ୩.୩୦ ସମୟରେ ଏହି ଘଟଣା ଘଟିଥିଲା ।