Advertisment

ବାଇଡେନଙ୍କ ପ୍ରେମ କାହାଣୀ, ଶୁଣିଲେ ହେବେ ତାଜୁବ୍...ଏମିତି କରିଥିଲେ ପ୍ରେମ ନିବେଦନ

ଭିଡିଓରେ ଜୋ ବାଇଡେନ୍ କହିଛନ୍ତି ଯେ ଜିଲଙ୍କ ସହ ପ୍ରଥମ ଦେଖା ତାଙ୍କ ଭାଇ କରାଇଥିଲେ। ସେ ତାରିଖ ତାଙ୍କର ମନେନାହିଁ।

ଅଦ୍ୟତନ ହୋଇଛି
Joe Biden Love Story

Joe Biden Love Story

Advertisment

ସୋସିଆଲ ମିଡିଆରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଜିଲ୍ ବାଇଡେନଙ୍କ ଅକୁହା ପ୍ରେମ କାହାଣୀ। ଉଭୟଙ୍କର ଏକ ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଠି ବାଇଡେନ ଦମ୍ପତି ନିଜ ପ୍ରେମ କାହାଣୀ ବିଷୟରେ ଏକ ଭିଡିଓ ମାଧ୍ୟମରେ କହିଛନ୍ତି। 

Advertisment

ଭାଲେଣ୍ଟାଇନ ଡେରେ ମିଟ୍ କ୍ୟୁଟ୍ସ ଏନୱାଇସିଙ୍କ ଇନଷ୍ଟାଗ୍ରାମରେ ଆକାଉଣ୍ଟରେ ବାଇଜେନ ଦମ୍ପତିଙ୍କର ପ୍ରେମକାହାଣୀ ନେଇ ଏକ ପୋଷ୍ଟ କରାଯାଇଛି। ପ୍ରଥମେ ଏହି ଦମ୍ପତି କିପରି ଓ କେଉଁଠି ଦେଖାହେଲେ ତାହା ଭିଡିଓରେ କହିଛନ୍ତି। ଭିଡିଓରେ ଜୋ ବାଇଡେନ୍ କହିଛନ୍ତି ଯେ ଜିଲଙ୍କ ସହ ପ୍ରଥମ ଦେଖା ତାଙ୍କ ଭାଇ କରାଇଥିଲେ। ସେ ତାରିଖ ତାଙ୍କର ମନେନାହିଁ। ମୋ ଭାଇ ମୋତେ ଫୋନ କରି କହିଲେ, ମୁଁ ଏହି ଝିଅଟି ସହିତ ସ୍କୁଲକୁ ଯାଏ। ସେ ଖୁବ ସୁନ୍ଦର। ତୁମେ ତାଙ୍କ ସହ ଦେଖାକର, ତାଙ୍କୁ ପସନ୍ଦ କରିବ, ମାତ୍ର ସେ ରାଜନୀତି ପସନ୍ଦ କରନ୍ତି ନାହିଁ।"

ଜିଲ୍ କହିଲେ, "ସେ ଶନିବାର ଅପରାହ୍ନରେ ମୋତେ ଫୋନ୍ କରିଥିଲେ। ନିଜ ପରିଚୟ ବି ଦେଇଥିଲେ। ମୁଁ କହିଲି ତୁମେ ମୋ ନମ୍ବର କିପରି ପାଇଲ? ତାପରେ ସେ କହିଲେ, ତୁମେ ଆଜି ରାତିରେ ବାହାରକୁ ଯିବାକୁ ଚାହୁଁଛ କି? ମୁଁ କହିଲି, ନା, ମୁଁ ଆଗରୁ ପ୍ଲାନ କରିସାରିଛି। ସେ କହିଲେ, ଠିକ୍ ଅଛି, ତୁମେ ଏହାକୁ ବଦଳାଇ ପାରିବନି? ମୁଁ କେବଳ ଆଜି ଗୋଟିଏ ରାତି ପାଇଁ ଅଛି। ଏହାପରେ ମୁଁ କହିଲି, ମୋତେ ଦୁଇ ଘଣ୍ଟା ମଧ୍ୟରେ ଫୋନ କର ଏବଂ ମୁଁ କଣ କରିପାରିବି ଦେଖୁଛି’।

Advertisment

ଏହାପରେ ଜୋ ବାଇଡେନ କହିଛନ୍ତି, ସେ ତାଙ୍କ ଡେଟ୍ ପ୍ଲାନ ବଦଳାଇଥିଲେ, ହେଲେ ମୋ ହୃଦୟ ଭାଙ୍ଗିନଥିଲେ। ଏହାପରେ ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ ସେମାନଙ୍କର ଦ୍ୱିତୀୟ ଦେଖାରେ ସେ ଜାଣିଥିଲେ ଯେ ସେ ଜିଲଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏହାପରେ ଜିଲ୍ କହିଛନ୍ତି ବିବାହ ପାଇଁ ଜୋ ତାଙ୍କୁ ପାଞ୍ଚଥର ପ୍ରସ୍ତାବ ଦେଇଥିଲେ। ଶେଷରେ ସେ ବିବାହ ପାଇଁ ରାଜି ହୋଇଗଲେ।

ବିବାହ ପ୍ରତିବଦ୍ଧତା ନେଇ ଜିଲ୍ କହିଛନ୍ତି, "ସବୁବେଳେ ମନେ ରଖିବାକୁ ପଡିବ ମୋର ଅର୍ଥ ହେଉଛି ଯେ କେବଳ ମୋର ହୃଦୟ ନୁହେଁ ଯାହା ବିଉ ଏବଂ ହଣ୍ଟର୍ ସହିତ ଥିଲା। ମୁଁ ଜାଣିଥିଲି ଯେ ଯଦି ଆମେ ବିବାହ କରିବାକୁ ଯାଉଛୁ ଏହି ସଂପର୍କ ସବୁଦିନ ପାଇଁ ରହିବ। କାରଣ ଜୋ ଏକ କାର ଦୁର୍ଘଟଣାରେ ନିଜ ମା ଏବଂ ଭଉଣୀଙ୍କୁ ହରାଇ ସାରିଥିଲେ। ମୁଁ ଜାଣିଥିଲି ଯେ ସେ ଜୀବନରେ ଅନ୍ୟ କାହାକୁ ହରାଇ ପାରିବେ ନାହିଁ । ବର୍ତ୍ତମାନ ୪୮ବର୍ଷ ବିତିଗଲାଣି। ଆମେ ଅଛୁ, ଆଉ ସବୁଦିନ ପାଇଁ ଏକାଠି ରହିବୁ।

Advertisment

ଏବେସୁଦ୍ଧା ଏହି ଭିଡିଓଟିକୁ ପ୍ରାୟ ୭ ନିୟୁତ ଲୋକ ଦେଖିସାରିଲେଣି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଭିଡିଓ ଉପରେ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି।

Joe Biden US President Love Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ