Helmet Man
ମଧ୍ୟପ୍ରଦେଶର ଇନ୍ଦୋରରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଜଣେ ବ୍ୟକ୍ତି ମୁଣ୍ଡରେ ଲଗାଇଛନ୍ତି ସିସିଟିଭି ଥିବା ହେଲମେଟ୍ । ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ସମସ୍ତେ 'ହେଲମେଟ୍ ମ୍ୟାନ୍' ବୋଲି କହୁଛନ୍ତି । ତେବେ ଏହିଭଳି ହେଲମେଟ୍ ପିନ୍ଧିବା ପଛରେ ରହିଥିବା କାରଣ ସମ୍ପର୍କରେ ମୁହଁ ଖୋଲିଛନ୍ତି ସମ୍ପୃକ୍ତ ବ୍ୟକ୍ତି । ଏନେଇ ସେ ଜୀବନକୁ ବିପଦ ଥିବା କଥା କହି ପଡୋଶୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ଅଭିଯୋଗ ଅନୁସାରେ, ସମ୍ପୃକ୍ତ ବ୍ୟକ୍ତିଙ୍କ ପଡୋଶୀ ସତୀଶ ଚୌହ୍ୱାନ, ବଳିରାମ ଚୌହ୍ୱାନ ଓ ମୁନା ଚୌହ୍ୱାନଙ୍କ ସହ ଜମିଜମା ବିବାଦ ରହିଥିଲା । "ସେମାନେ ମୋତେ ଓ ମୋ ପରିବାରଲୋକଙ୍କୁ ହଇରାଣ କରୁଛନ୍ତି । ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି । ଏଥିପାଇଁ ଜୀବନ ପ୍ରତି ବିପଦ ଥିବାରୁ ମୁଁ ଏପରି ହେଲମେଟ୍ରେ କ୍ୟାମେରା ଲଗାଇଛି" ବୋଲି କହିଛନ୍ତି ଏହି ହେଲମେଟ୍ ମ୍ୟାନ ।
ସ୍ଥାନୀୟ ଥାନାରେ ଅଭିଯୋଗ ପରେ ବି ପୋଲିସ ଆଖି ଦୃଶିଆ ପଦକ୍ଷେପ ନେଉନଥିବା ବ୍ୟକ୍ତି ଜଣକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, "ଯଦି ମୋର କିମ୍ବା ମୋ ପରିବାରର କିଛି ହୋଇଯାଏ ତେବେ ସିସିଟିଭି ଭିଡିଓରେ ଏହାର ପ୍ରମାଣ ମିଳିପାରିବ ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us