Advertisment

Indian Woman: ୧ଲକ୍ଷ ଟଙ୍କାର ଜିନିଷ ଲୁଟି ହେଉଥିଲେ ଫେରାର୍ , ହାତକଡି ପକେଇ ଜେଲକୁ ନେଲା ପୋଲିସ୍

ପୋଲିସ ଆସିବା ପରେ, ମହିଳା ଜଣକ କହିଥିଲେ ଯେ ମୁଁ ଏହି ଦେଶର ନୁହେଁ, ମୁଁ ଭାରତର। ମୋତେ କ୍ଷମା କରନ୍ତୁ। ମୁଁ ନେଇଥିବା ସମସ୍ତ ଜିନିଷପତ୍ର ପାଇଁ ମୁଁ ପଇସା ଦେବାକୁ ପ୍ରସ୍ତୁତ।

indian woman

indian woman

Advertisment

ବିଦେଶରେ ଭାରତର ନାଁ ପକାଇଲେ ଭାରତୀୟ ମହିଳା। ଆମେରିକା ଇଲିନୋଏ ରାଜ୍ୟର ଏକ ଦୋକାନରୁ ୧ଲକ୍ଷରୁ ଅଧିକ ଟଙ୍କାର ଜିନିଷ ଚୋରି କରି ଫେରାର ହେଉଥିବାବେଳେ ଧରାପଡ଼ିଲେ। ଆଉ ପରେ ପୋଲିସ ଆସି ତାଙ୍କ ହାତରେ ହାତକଡ଼ି ପକାଇ ଜେଲକୁ ନେଇଥିଲା। ଏହି ଘଟଣାର ଭିଡ଼ିଓଟି ମେ ମାସର ହୋଇଥିବା ବେଳେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

Advertisment

ଅନାୟା ଅଭଲାନି ନାମକ ଏହି ମହିଳା ଇଲିନୋଏର ଏକ ଷ୍ଟୋରରେ ପ୍ରାୟ ୭ ଘଣ୍ଟା ଧରି ବୁଲୁଥିଲେ। କେତେବେଳେ ସେ ତାଙ୍କ ଫୋନ ଦେଖୁଥିଲେ ଏବଂ କେତେବେଳେ ସେ କିଛି ଜିନିଷ ଉଠାଉଥିଲେ। ସନ୍ଦେହ ହେବାରୁ ଷ୍ଟୋର କର୍ମଚାରୀ ତାଙ୍କ ଉପରେ ନଜର ରଖୁଥିଲେ।

ଏହାପରେ ମହିଳା ଜଣକ ପ୍ରାୟ ୧୩୦୦ ଡଲାର ବା ୧ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ ଉଠାଇ ବିନା ପଇସା ଦେଇ ଷ୍ଟୋରରୁ ଫେରାର ହେବାକୁ ଚେଷ୍ଟା କରୁଥିଲେ। ହେଲେ ଷ୍ଟୋର କର୍ମଚାରୀ ତାଙ୍କୁ ଧରି ପୋଲିସକୁ ଫୋନ କରିଥିଲେ ପରେ ପୋଲିସଙ୍କ ବଡ଼ି କ୍ୟାମେରାରେ ରେକର୍ଡ ହୋଇଥିଲା ସବୁ ଦୃଶ୍ୟ।

Advertisment

ପୋଲିସ ଆସିବା ପରେ, ମହିଳା ଜଣକ କହିଥିଲେ ଯେ ମୁଁ ଏହି ଦେଶର ନୁହେଁ, ମୁଁ ଭାରତର। ମୋତେ କ୍ଷମା କରନ୍ତୁ। ମୁଁ ନେଇଥିବା ସମସ୍ତ ଜିନିଷପତ୍ର ପାଇଁ ମୁଁ ପଇସା ଦେବାକୁ ପ୍ରସ୍ତୁତ।

ତେବେ ମହିଳା ପୋଲିସ ଅଧିକାରୀ ତାଙ୍କୁ ଉତ୍ତର ଦେଇଥିଲେ, 'ଭାରତରେ ଚୋରି କରିବାକୁ ଅନୁମତି ଅଛି କି? ମୁଁ ସେପରି ଭାବୁନାହିଁ। ଭଲ ଭାବରେ ଯାଞ୍ଚ କରିବା ପରେ ପୋଲିସ ଦେଖିଲେ ଯେ ମହିଳା ଜଣକ ଗୋଟିଏ ବି ଜିନିଷ ପାଇଁ ଦେୟ ଦେଇ ନାହାଁନ୍ତି। ତେଣୁ ତାଙ୍କୁ ହାତକଡି ପିନ୍ଧାଇ ଦୋକାନରୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା। ଯେଉଁଠାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଚାଲିଛି।

Advertisment

ତେବେ ଏହି ଘଟଣାଛି ଭାଇରାଲ ହେବାପରେ ଭାରତୀୟ ମାନେ ଏହାକୁ ସୋସିଆଲ ମିଡିଆରେ ଦୃଢ ଭାବେ ନିନ୍ଦା କରିଛନ୍ତି। ଏମାନଙ୍କ ପାଇଁ ଭାରତ ବିଶ୍ୱ ଦରବାରରେ ଲଜ୍ଜିତ ହେଉଛି ବୋଲି ମତ ରଖିଛନ୍ତି 

India Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ