Advertisment

ମେହେନ୍ଦୀ ସେରିମନିରେ ଷ୍ଟେଜ୍‌ରେ ନାଚିଲେ IAS ଯୋଡ଼ି

ପୂର୍ବରୁ ଗତ ପେବ୍ରୁଆରୀ ୧୯ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା।

ଅଦ୍ୟତନ ହୋଇଛି
IAS couple's dance video goes viral

IAS couple's dance video goes viral

Advertisment

ମେହେନ୍ଦୀ ସେରିମନିରେ ଷ୍ଟେଜ୍‌ରେ ଧମାଲ ମଚାଇଲେ IAS ଯୋଡ଼ି। ବିବାହ ପୂର୍ବରୁ ମେହେନ୍ଦି ସେରିମନିରେ ଡ୍ୟାନ୍ସ କଲେ ଦୁଇ ଜିଲ୍ଲାପାଳ। ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ମେହେନ୍ଦୀ ସେରିମନିରେ ନାଚିଛନ୍ତି ଆଇଏଏସ୍‌ ଚଞ୍ଚଳ ରାଣା ଓ ଆଇଏଏସ୍‌ ଅନନ୍ୟା ଦାସ। ଗୌହାଟିର ଏକ ରିସୋର୍ଟରେ ମେହେନ୍ଦି ସେରିମନି ଆୟୋଜନ ହୋଇଥିଲା।। ଏକ ହିନ୍ଦୀ ଗୀତରେ କପୁଲ ଏକାଠି ନାଚୁଥିବା ଭିଡିଓ ସାମ୍ନାକୁ ଆସିଛି।

Advertisment
ଆଇଏଏସ୍ ଚଞ୍ଚଳ ରାଣା ଓ ଅନନ୍ୟା ଦାସଆଇଏଏସ୍ ଚଞ୍ଚଳ ରାଣା ଓ ଅନନ୍ୟା ଦାସ

ଅନନ୍ୟା ଦାସଙ୍କ ଘର ଆସାମ। ଗୌହାଟିରେ ବିବାହ କାର୍ଯ୍ୟ ପାଇଁ ସବୁ ପ୍ରସ୍ତୁତି ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଗତ ପେବ୍ରୁଆରୀ ୧୯ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା।

ଷ୍ଟେଜ୍‌ରେ ଡ୍ୟାନ୍ସ କରୁଛନ୍ତି ଅନନ୍ୟା ଦାସଷ୍ଟେଜ୍‌ରେ ଡ୍ୟାନ୍ସ କରୁଛନ୍ତି ଅନନ୍ୟା ଦାସ

ବଲାଙ୍ଗିର ଜିଲ୍ଲାପାଳ ଥିବା ଚଂଚଳ ରଣାଙ୍କ ଘର ଅନୁଗୁଳ ଜିଲ୍ଲାରେ। ଏନଆଇଟିରୁ ବିଟେକ୍ ଡିଗ୍ରୀ ହାସଲ କରିବା ପରେ ଚଂଚଳ ରଣା ୟୁପିଏସସିରେ ଟପ୍ପର ହୋଇଥିଲେ।

Advertisment
ଅନନ୍ୟା ଓ ଚଞ୍ଚଳଙ୍କ କପଲ୍‌ ଡ୍ୟାନ୍ସIAS ଅନନ୍ୟା ଓ IAS ଚଞ୍ଚଳଙ୍କ କପଲ୍‌ ଡ୍ୟାନ୍ସ

୨୦୧୮ ବ୍ୟାଚ୍ ଆଇଏଏସ୍ ଅଫିସର ହେଉଛନ୍ତି ଅନନ୍ୟା ଦାସ । ୟୁପିଏସସିରେ ସର୍ବଭାରତୀୟ ସ୍ତରରେ ୧୬ ତମ ରାଙ୍କ ପାଇଥିଲେ । ସମ୍ବଲପୁର ଜିଲ୍ଲାପାଳ ଥିବା ଅନନ୍ୟା ଦାସ ଆସାମର ମୂଳ ବାସିନ୍ଦା । ପୂର୍ବରୁ କଟକ ମହାନଗର ନିଗମର କମିଶନର ଦାୟତ୍ୱ ତୁଲାଇଥିଲେ ।

Mehendi Ceremony
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ