• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଯାହାକୁ ସାତଜନ୍ମର ସାଥି କରିଥିଲେ, ତାକୁ ହିଁ ପ୍ରେମିକ ହାତକୁ ଟେକି ଦେଲେ । ରାତି ଅଧରେ ନିଜର ପୁରୁଣା ପ୍ରେମିକାକୁ ଦେଖା କରିବା ପାଇଁ ଆସିଥିଲା ପ୍ରେମିକ । ହେଲେ ଦୁର୍ଭାଗ୍ୟବଶତଃ ଘର ଲୋକଙ୍କ ହାତରେ ପଡ଼ି ଖୁବ ଛେଚା ଖାଇଲେ । ଶେଷରେ ସ୍ତ୍ରୀକୁ ପ୍ରେମିକ ସହ ବାହା କରିବା ପାଇଁ ନିଷ୍ପତ୍ତି ନେଲା ସ୍ୱାମୀ । ଏଭଳି ଘଟଣା ବିହାରର ନୱାଡା ଜିଲ୍ଲାରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ଆପଣମାନେ ୧୯୯୯ ର ବ୍ଲକବଷ୍ଟର ଫିଲ୍ମ ‘ହମ ଦିଲ୍ ଦେ ଚୁକେ ସନମ’ ଦେଖିଥିବେ । ବିହାରରେ ଠିକ ସମାନ ଘଟଣା ଘଟିଛି, ଯାହା ଫିଲ୍ମର ସିନ୍‌ ରିକ୍ରିଏସନ୍‌ ଭଳି ଲାଗିବ। ଫିଲ୍ମରେ ଅଭିନେତା ଅଜୟ ଦେବଗନ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ । ଏହାପରେ ଏଣ୍ଟ୍ରି ମାରିଲେ ସଲମାନ ଖାନ । ଐଶ୍ୱର୍ଯ୍ୟା ଓ ସଲମାନଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ଅଜୟ ଦେବଗନ ସଲମାନଙ୍କ ହାତକୁ ଐଶ୍ୱର୍ଯ୍ୟାଙ୍କୁ ଟେକି ଦେଇଥିଲେ ।

ଠିକ୍‌ ସେହିପରି ନିଜ ସ୍ତ୍ରୀକୁ ପ୍ରେମିକ ସହ ରଙ୍ଗେ ହାତ ଧରିବା ପରେ ସ୍ୱାମୀ ଦୁଇ ଜଣଙ୍କ ବିବାହ କରାଇ ଦେଇଛନ୍ତି । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରେମିକ ଜଣକ ପ୍ରେମିକା ମୁଣ୍ତରେ ସିନ୍ଦୂର ପିନ୍ଧାଉଥିବା ବେଳେ ମହିଳା ଜଣକ ଭୋ ଭୋ ହୋଇ କାନ୍ଦୁଛନ୍ତି ।

ବାସ୍ତବରେ ମାଡ଼ ଖାଇଥିବା ଯୁବକ ଜଣକ ନିଜ ପ୍ରେମିକାକୁ ଦେଖା କରିବା ପାଇଁ ତା’ ଶାଶୁଘରକୁ ଅଧରାତିରେ ଯାଇଥିଲେ । ସେତେବେଳେ ତାଙ୍କ ସ୍ୱାମୀ ଘରେ ଉପସ୍ଥିତ ନଥିଲେ । କିନ୍ତୁ ମହିଳାଙ୍କ ପରିବାର ଲୋକ ପ୍ରେମିକକୁ ଧରି ଖୁବ ମାଡ଼ ମାରିଥିଲେ । ଏମିତିକି ମାଡ଼ ମାରି ତାଙ୍କ ମୁହଁ ଫୁଲାଇ ଦେଇଥିଲେ । କିଛି ସମୟ ପରେ ସ୍ୱାମୀ ଆସିବା ପରେ ଘଟଣା ସମ୍ପର୍କରେ ଜାଣିପାରିଥିଲେ । ସେ ଦୁଇଜଣଙ୍କୁ ନେଇ ମନ୍ଦିରରେ ବିବାହ କରାଇଥିଲେ । ସୂଚନାନୁଯାୟୀ ମହିଳାଙ୍କ ବୟଫ୍ରେଣ୍ତ ଜଣେ ବିବାହିତ ପୁରୁଷ । ତାଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି ।