Advertisment

Horses Fight: ଅଟୋରେ ୨୦ ମିନିଟ ଧରି ଫସିରହିଲା ଘୋଡା, ଭିଡିଓ ଭାଇରାଲ

ବୁଧବାର ଦିନ ନାଗରାଥ ଛକରେ ୨ଟି ଘୋଡ଼ା ଭିତରେ ବିଚ୍ ରାସ୍ତାରେ ଫାଇଟ୍ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକମାନଙ୍କର ସେମାନଙ୍କୁ ତଡ଼ିବାକୁ ଚେଷ୍ଟା କରିଥିଲେ । ଏହାରି ଭିତରେ ଘୋଡା ମାନେ ନିକଟସ୍ଥ ଏକ ଶୋ’ରୁମ୍‌କୁ ପଶିଯାଇଥିଲେ । ଫଳରେ ଶୋ’ରୁମ୍‌ର କ୍ଷତି ଘଟିଛି ।

Horses Fight

Horses Fight

Advertisment

ମଧ୍ୟପ୍ରଦେଶର ଜବଲପୁରର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେଉଛି । ଭିଡିଓଟି ୨ଟି ଘୋଡାଙ୍କର ମୁହାଁମୁହିଁ ହେବା ସମୟର । ଏହି ସମୟରେ ଗୋଟିଏ ଘୋଡ଼ା ଏକ ଇ-ରିକ୍ସା ଉପରକୁ ଡେଇଁ ପଡ଼ିଥିଲା, ଯାହା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ ଏବଂ ଘୋଡ଼ାଟି ପ୍ରାୟ ୨୦ ମିନିଟ୍ ପାଇଁ ରିକ୍ସା ଭିତରେ ଫସି ରହିଥିଲା।

Advertisment

ବୁଧବାର ଦିନ ନାଗରାଥ ଛକରେ ୨ଟି ଘୋଡ଼ା ଭିତରେ ବିଚ୍ ରାସ୍ତାରେ ଫାଇଟ୍ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକମାନଙ୍କର ସେମାନଙ୍କୁ ତଡ଼ିବାକୁ ଚେଷ୍ଟା କରିଥିଲେ । ଏହାରି ଭିତରେ ଘୋଡା ମାନେ ନିକଟସ୍ଥ ଏକ ଶୋ’ରୁମ୍‌କୁ ପଶିଯାଇଥିଲେ । ଫଳରେ ଶୋ’ରୁମ୍‌ର କ୍ଷତି ଘଟିଛି ।

ଅଧିକ ପଢ଼ନ୍ତୁ: ଥାନାର ତୃତୀୟ ମହଲାରେ ଫସିଗଲା ଷଣ୍ଢ, ନାକେଦମ ପୋଲିସ...ଭାଇରାଲ ହେଲା ଭିଡିଓ

Advertisment

କିଛି ସମୟ ପରେ ଘୋଡା ଦୁଇଟି ରାସ୍ତା ଉପରକୁ ଆସି ପୁଣିଥରେ ଲଢେଇ କରିଥିଲେ । ଏକ ଯାତ୍ରୀବାହୀ ଇ-ରିକ୍ସା ଏହି ଛକ ଦେଇ ଯାଉଥିବା ବେଳେ ହଠାତ ଉତ୍ତେଜିତ ଘୋଡ଼ାମାନଙ୍କ ମଧ୍ୟରୁ ଗୋଟିଏ ସିଧାସଳଖ ଚାଳିତ ରିକ୍ସା ଉପରକୁ ଡେଇଁ ପଡ଼ିଥିଲା। ଏହି ଘଟଣାରେ ଅଟୋ ଚାଳକ ଏବଂ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକ ତୁରନ୍ତ ସାହାଯ୍ୟ ପାଇଁ ଧାଇଁ ଆସିଥିଲେ । ଆହତମାନଙ୍କୁ ରିକ୍ସାରୁ ବାହାର କରି ଆମ୍ବୁଲାନ୍ସରେ ହସପିଟାଲକୁ ନେଇଥିଲେ । କିନ୍ତୁ ଘୋଡ଼ାଟି ଅଟୋ ଭିତରେ ପ୍ରାୟ ୨୦ ମିନିଟ ଧରି ଫସି ରହିଥିଲା । ସ୍ଥାନୀୟ ଲୋକ ଅନେକ କଷ୍ଟ କରି ଘୋଡାଟିକୁ ଅଟୋ ଭିତରୁ ବାହାର କରିଥିଲେ ।

Advertisment

ଏହି ଘଟଣାରେ ଘୋଡ଼ାଟି ମଧ୍ୟ ଆହତ ହୋଇଥିବା ଜଣାପଡ଼ିଥିଲା। ସ୍ଥାନୀୟ ଲୋକ କହିଛନ୍ତି ଗତ ଦୁଇରୁ ତିନି ଦିନ ଧରି ସେମାନେ ଏହି ଛକରେ ଘୋଡ଼ାମାନଙ୍କୁ ଲଢ଼ୁଥିବା ଦେଖିଥିଲେ । ସେମାନେ ଏନେଇ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ । କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନଥିଲା।

ଅଧିକ ପଢ଼ନ୍ତୁ: ଗେଟ ଖୋଲୁ ଖୋଲୁ ଏ କ’ଣ ହେଲା ? ସିସିଟିଭି ଭିଜୁଆଲ ଭାଇରାଲ

Madhya Pradesh Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ