ଆଶ୍ଚର୍ଯ୍ୟ ! ରେକର୍ଡ଼ କଲା ଗାଈ...୨୪ ଘଣ୍ଟାରେ ଦେଲା ୭୨ ଲିଟର୍ କ୍ଷୀର

ଆଶ୍ଚର୍ଯ୍ୟ ହେଲେ ବି ସତ; ବିରଳ ରେକର୍ଡ଼ କଲା ଗାଈ । ୨୪ ଘଣ୍ଟାରେ ଦେଲା ୭୨ ଲିଟର୍ କ୍ଷୀର ।

cow

ଜାତୀୟ ରେକର୍ଡ଼ ସୃଷ୍ଟି କଲା ଗାଈ । ଆପଣ ଭାବୁଛନ୍ତି କି କେଉଁ ରେକର୍ଡ଼ ସୃଷ୍ଟି କଲା ଗାଈ ? ତେବେ କଥାଟି ଆର୍ଶ୍ଚଯ୍ୟ ଲାଗିପାରେ କିନ୍ତୁ କଥାଟି ସତ । ଏକ ହୋଲଷ୍ଟାଇନ୍ ଫ୍ରିଜିଆନ୍ (HF) ଗାଈ ରବିବାର ଦିନ ଜାଗ୍ରୋନ୍‌ରେ ବାର୍ଷିକ ଆନ୍ତର୍ଜାତୀୟ ଦୁଗ୍ଧ ଏବଂ ଆଗ୍ରି ଏକ୍ସପୋରେ ୨୪ ଘଣ୍ଟା ମଧ୍ୟରେ ୭୨ କିଲୋଗ୍ରାମରୁ ଅଧିକ କ୍ଷୀର ଦେଇ ଜାତୀୟ ରେକର୍ଡ ସୃଷ୍ଟି କରିଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ଦୁଗ୍ଧ ଏବଂ କୃଷି ପ୍ରଦର୍ଶନୀରେ ଦୁଗ୍ଧ ଏବଂ ପ୍ରଜନନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ହରିୟାଣାର କୁରୁକ୍ଷେତ୍ରର ପୋରାସ ମେହଲା ଓ ସମ୍ରାଟ ସିଂ ଦୁଇ ଦୁଗ୍ଧ ଚାଷୀ କହିଛନ୍ତି ଯେ ସେମାନଙ୍କର ୭ ବର୍ଷର ଏଚ୍.ଏଫ୍ ଗାଈ ଦୁଗ୍ଧ ପ୍ରତିଯୋଗିତାରେ ୨୪ ଘଣ୍ଟା ମଧ୍ୟରେ ୭୨.୩୯୦ କିଲେଗ୍ରାମ କ୍ଷୀର ଦେଇଛି । ଭାରତର ଯେକୌଣସି ପ୍ରତିଯୋଗିତାରେ ଏତିକି ପରିମାଣରେ କ୍ଷୀର ଦେବା ଏହା ହେଉଛି ସର୍ବାଧିକ । ସୋମାନେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୮ରେ ପିଡ଼ିଏଫ୍‌ଏ (PDFA) ପ୍ରତିଯୋଗିତାରେ ଏହି ପରି ଏଚ୍.ଏଫ୍ ଗାଈ ୭୦.୪୦୦ କିଲୋଗ୍ରାମ କ୍ଷୀର ଦେଇଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଆମ ଗାଈ ଏଭଳି ଏକ ସମ୍ମାନଜନକ ପ୍ରତିଯୋଗିତାରେ ଜାତୀୟ ରେକର୍ଡ଼ ସୃଷ୍ଟି କରିଛି । ଏଭଳି ଘଟଣା ପ୍ରଥମ ଥର ଘଟିଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ମୋଟ ୩୦ଟି ଗାଈ ଭାଗ ନେଇଥିଲେ । ଆମ ଗାଈ ଏହି ପ୍ରତିଯୋଗିତାରେ ଜିତିଥିବାରୁ ଆମେ ପୁରସ୍କାର ସ୍ବରୂପ ଟ୍ରାକ୍ଟର ପାଇବୁ ବୋଲି କହିଛନ୍ତି ଦୁଇ ଦୁଗ୍ଧ ଚାଷୀ । ଦୁଗ୍ଧ ଚାଷ ଏକ ବ୍ୟବସାୟ, କେବଳ ବ୍ୟବସାୟ ନୁହେଁ ଏବଂ ଯେଉଁମାନେ ଗାଈଙ୍କୁ ଭଲ ପାଆନ୍ତି ସୋମାନେ ମଧ୍ୟ ସଫଳ ପାଇପାରିବେ ।

ସମ୍ରାଟ ସିଂ କହିଛନ୍ତି ଯେ ନିଜେ ସବୁ କାମ ଉପରେ ନଜର ରଖିବା ସହ ସେମାନଙ୍କ ଚାଷରେ ଦୁଇଟି ସିଫ୍ଟରେ ୧୦ରୁ ୧୫ ଜଣ କାମ କରୁଛନ୍ତି ।  ସେ କହିଛନ୍ତି ଯେ ସେମାନେ ସକାଳ ୪ଟାରୁ ୭ଟା ପର୍ଯ୍ୟନ୍ତ ଗାଈ ମାନଙ୍କର ଯତ୍ନ ନିଅନ୍ତି  ଓ ସେମାନଙ୍କ ପାଖରେ ୨୦୦ ଏଚ୍.ଏଫ୍ ଗାଈ ଓ ଜର୍ସି ଗାଈ ରହିଛନ୍ତି  ।