Advertisment

କାଫେ ବାହାରେ ହନୁମାନ ଚାଳିଶା ପାଠ; ଭାଇରାଲ ହେଉଛି ଭିଡିଓ

ବଦଳୁଛି ଯୁଗ ଆଉ ବଦଳୁଛି ଯୁବପିଢ଼ିଙ୍କ ପସନ୍ଦ। ଏବେ ଆଧୁନିକତା ଛାଡି ଆଧ୍ୟାତ୍ମିକ ଆଢ଼କୁ ଢ଼ଳୁଛନ୍ତି ଯୁବପିଢ଼ି। ଏଭଳି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି କଫି କାଫେ ବାହାରେ ।

ଅଦ୍ୟତନ ହୋଇଛି
Hanuman Chalisa Outside Gurugram Cafe

Hanuman Chalisa

Advertisment

ହରିଆଣା ଗୁରୁଗ୍ରାମ ଜିଲ୍ଲାର ଏକ କାଫେ ବାହାରେ ଚାଲିଛି ହନୁମାନ ଚାଳିଶା ପାଠ। କାଫେ ବାହାରେ ହନୁମାନ ଚାଳିଶା ପଢ଼ୁଛନ୍ତି କିଛି ଯୁବକ। ଯାହା ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ମଧ୍ୟ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି। ଗୁରୁଗ୍ରାମ ଜିଲ୍ଲାର ସେକ୍ଟର ୨୨ ମାର୍କେଟରେ ରହିଛି ଏହି କାଫେ।

Advertisment

ପ୍ରତି ମଙ୍ଗଳବାର ସନ୍ଧ୍ୟାରେ ଯୁବକମାନେ ଏକାଠି ହୋଇ ହନୁମାନ ଚାଳିଶା ଗାଇଥାନ୍ତି। ଏହାର ତାଳେ ତାଳେ ମୃଦଙ୍ଗ, ବେହେଲା ମଧ୍ୟ ବାଜୁଛି। କିଛି ଦିନ ତଳେ ପ୍ରଥମେ ଜଣେ ଦୁଇଜଣ ଯୁବକ କାଫେ ବାହାରେ ହନୁମାନ ଚାଳିଶା ପଢିଥିଲେ। ଏହା ଦେଖି ବାହାରେ ଯାଉଥିବା ଯୁବକମାନେ ସେମାନଙ୍କ ସହିତ ମିଶିଥିଲେ। ଏହାପରଠୁ ପ୍ରତି ମଙ୍ଗଳବାର ସନ୍ଧ୍ୟାରେ କାଫେ ବାହାରେ ହନୁମାନ ଚାଳିଶା ପଢାଯାଉଛି।

Advertisment

ସୂଚନା ମୁତାବକ, କାଫେ ବାହାରେ ଏକାଠି ହୋଇଥିବା ଯୁବକମାନେ ହେଉଛନ୍ତି ଆଖପାଖ ଅଞ୍ଚଳର କଳାକାର। କାଫେର ମାଲିକ ବିବେକ ଗୁଲାଟି କୁହନ୍ତି, ଦିନ ସାରା ବ୍ୟସ୍ତବହୁଳ ଜୀବନରୁ ବିରତି ପାଇବା ପରେ ପ୍ରତିଟି ମଣିଷ ଟିକେ ହାଲକା ହେବାକୁ ଚାହେଁ। ଏହି କଥା ଭାବି ଦିନେ ସେ ଓ ତାଙ୍କ ପତ୍ନୀ କଫି ସପ୍‌ରେ ବସି ହନୁମାନ ଚାଳିଶା ପାଠ କଲେ। ଏହାକୁ ଦେଖି ପ୍ରଥମେ ୨ଜଣ ଯୁବକ ତାଙ୍କ ସହ ଯୋଗ ଦେଲେ। ତାଙ୍କ ସହ ପୂରା ସ୍ୱର ଓ ତାଳରେ ହନୁମାନ ଚାଳିଶା ଗାଇବାକୁ ଲାଗିଲେ। ଏହି ପ୍ରୟାସ ସେଠିକାର ଯୁବକ ଯୁବତୀଙ୍କୁ ଏତେ ପ୍ରଭାବିତ କଲା ଯେ, ଜଣକ ପରେ ଜଣେ ଆସି ଏହି ଗ୍ରୁପରେ ଯୋଗ ଦେଲେ। ଏହି ଗ୍ରୁପ ଏବେ ୫୦ ଜଣରେ ପହଞ୍ଚିଛି।

ସେହିପରି ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଯେଉଁଠାରେ ଏକାଠି ୫୧ ହଜାର ଲୋକ ହନୁମାନ ଚାଳିଶା ପାଠ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମକୁ ୧୮୦ ଦେଶରେ ଲାଇଭ୍‌ ଦେଖାଯିବ।

Advertisment
Viral Video Hanuman Chalisa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ