Advertisment

Viral Video; ଆଣ୍ଡାରେ ମିଶିଲା ଗୁଟ୍‌କା; ତିଆରି ହେଲା ‘ଗୁଟ୍‌କା ଓମଲେଟ୍‌’

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ରାସ୍ତାକଡ଼ର ଦୋକାନରେ ଓମଲେଟ୍ ତିଆରି ଚାଲିଛି । ତିଆରି କରୁଥିବା ଦୋକାନୀ ପୂର୍ବରୁ ଏକ ପାତ୍ରରେ କିଛି ଅଣ୍ଡା ଭାଙ୍ଗି ରଖିଛନ୍ତି ।

Gutka Omelette Video Someone Made Omelette With Mixing Pan Masala In Egg Watch Shocking Vide

Gutka Omelette Video Someone Made Omelette With Mixing Pan Masala In Egg Watch Shocking Vide

Advertisment

ଓମଲେଟ୍‌ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି । ବିଶେଷକରି ଆଣ୍ଡାରେ ଭରପୂର ପ୍ରୋଟିନ୍‌ ରହିଥିବାରୁ ଏହାକୁ ସକାଳର ବ୍ରେକ୍‌ ଫାଷ୍ଟରେ ମଧ୍ୟ ବ୍ୟବହାର କରାଯାଏ । ବଜାରକୁ ଗଲେ ଏଗ୍‌ ରୋଲ୍‌, ଏକ୍‌ ଚାଓମିନ୍‌, ବ୍ରେଡ୍‌ ଓମଲେଟ୍‌ ଓ ଏଗ୍‌ ଓମଲେଟ୍‌ ଖାଇବାକୁ ଆଜିର ଯୁବପିଢ଼ି ବେଶ୍‌ ପସନ୍ଦ କରୁଛନ୍ତି । ହେଲେ ଆପଣ ଏଗ୍‌ ଓମଲେଟ୍‌ ତ ନିଶ୍ଚୟ ଖାଇଥିବେ କିନ୍ତୁ ଗୁଟ୍‌କା ଓମଲେଟ୍‌ କେବେ ଖାଇଛନ୍ତି କି ?

Advertisment

ସୋସିଆଲ ମିଡିଆରେ ଗୁଟ୍‌କା ଓମଲେଟ୍‌ର ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କିଛି ଅଣ୍ଡା ସହ ଗୁଟ୍‌କା ବା ପାନ ମସଲାକୁ ମିଶାଯାଇ ଓମଲେଟ୍‌ କରାଯାଉଛି । ଯାହା ଭିଡିଓ ସମସ୍ତଙ୍କୁ ଚକିତ କରାଉଛି । କାରଣ ପାନ ସମଲା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ଜାଣିବା ପରେ ମଧ୍ୟ ତା’କୁ ନେଇ ଏପରି ବ୍ୟବହାର କରାଯିବାକୁ ଲୋକମାନେ ନାପସନ୍ଦ କରିଛନ୍ତି ।

Advertisment

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ରାସ୍ତାକଡ଼ର ଦୋକାନରେ ଓମଲେଟ୍ ତିଆରି ଚାଲିଛି । ତିଆରି କରୁଥିବା ଦୋକାନୀ ପୂର୍ବରୁ ଏକ ପାତ୍ରରେ କିଛି ଅଣ୍ଡା ଭାଙ୍ଗି ରଖିଛନ୍ତି । ପରେ ସେଥିରେ ଦୁଇଟି ଗୁଟ୍‌କା ପ୍ୟାକେଟ୍‌ ଛିଡ଼ାଇ ପକାଉଛନ୍ତି । ଏବଂ ତାକୁ ସେଥିରେ ମିଶ୍ରଣ କେରିବା ପରେ ଓମଲେଟ୍‌ ତିଆରି କରୁଛନ୍ତି । ସମ୍ପୂର୍ଣ୍ଣ ଭାବେ ଓମଲେଟ୍‌ ପ୍ରସ୍ତୁତ ହେବା ପରେ ପ୍ଲେଟ୍‌ରେ ତାକୁ ବାହାର କରାଯାଇ କଟାଯିବା ସହିତ କିଛି ସସ୍‌ ଓ ମସଲା ମଧ୍ୟ ପକାଯାଉଛି ।

ସମ୍ପୂର୍ଣ୍ଣ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ‘X’ରେ ସେୟାର କରାଯାଇଛି । ଯାହାକୁ ଦେଖି ୟୁଜର୍ସମାନେ ଅନେକ ପ୍ରଶ୍ନ ଉଠାଇଛନ୍ତି । ସମ୍ପୃକ୍ତ ବ୍ୟବସାୟୀଙ୍କୁ ଏନେଇ ପ୍ରଶ୍ନ କରିବା ସହିତ ଏହି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କେତେ ହିତକର ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ସେହିପରି ଅନେକ ୟୁଜର୍ସ ଏହାକୁ ନେଇ ବିଭିନ୍ନ ମତ ମଧ୍ୟ ରଖିଛନ୍ତି । ହେଲେ ଏହି ଭିଡିଓଟି କେଉଁ ଅଞ୍ଚଳର ତାହା ଜଣାପଡ଼ିନାହିଁ ।

Advertisment
Pan Masala Shocking Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ