VIDEO : ବାହା ମଣ୍ଡପରେ ଆଖିବୁଜା ଗୁଳି ଫୁଟାଇଲେ କନ୍ୟା ! ଶବ୍ଦ ଶୁଣି ଭୟରେ ଛାନିଆ ବର ବାବୁ

ୟୁପିର ରିଭଲଭର୍‌ ରାଣୀ । ବାହା ମଣ୍ଡପରେ ଏମିତି ଗୁଳି ଫୁଟାଇଲେ, ବର ମୁହଁରେ ବାର୍ ବାଜିଗଲା ।

viral video

ବିବାହରେ ବନ୍ଧୁକରୁ ଗୁଳି ଫୁଟାଇବା ଟ୍ରେଣ୍ଡରେ ପରିଣତ ହୋଇଗଲାଣି । ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ଲୋକମାନେ ଏଥିରୁ ନିବୃତ୍ତ ହେଉନାହାନ୍ତି । ଉତ୍ତରପ୍ରଦେଶର ହାଥରସରୁ ପୁଣି ଥରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଛି, ବିବାହ ପରେ ମଞ୍ଚ ଉପରେ ବସିଥିବା କନ୍ୟା ହଠାତ୍ ପିସ୍ତଲ ଉଠାଇ ଗୁଳି ଚଳାଉଛନ୍ତି । ଆଉ ସେହି ସମୟରେ ବର ବିଲକୁଲ୍‌ ଏପଟସେପଟ ନବସି ଚୁପଚାପ୍‌ ବସି ରହିଛନ୍ତି । ଗୁଳି ଶବ୍ଦ ଶୁଣି ଛାନିଆ ହୋଇଯାଇଥିବା ପରି ଲାଗୁଛନ୍ତି ।

ଅଧିକ ପଢ଼ନ୍ତୁ: ଠୁକରା କେ ମେରା ପ୍ୟାର୍‌, ବେଦୀ ଉପରେ ବସିଥିବା କନ୍ୟାକୁ ଗୁଳି ମାରିଲା ପ୍ରେମିକ

ହାଥରସସର ସାଲେମପୁର ଗାଁର ଏକ ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଥିବା ବିବାହ ଉତ୍ସବରେ ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି । ବର ଏବଂ କନ୍ୟା ମଞ୍ଚ ଉପରେ ବସିଥିବା ବେଳେ ଜଣେ ବ୍ୟକ୍ତି ଆସି କନ୍ୟାକୁ ପିସ୍ତଲ ଦେଉଛନ୍ତି । ଆଉ କନ୍ୟା ଥର ଥର କରି ଚାରିଥର ଫାୟାରିଙ୍ଗ୍‌ କରୁଛନ୍ତି । ତାଙ୍କର ଗୁଳି ଚଳାଇବା ଶୈଳୀରୁ ଲାଗୁଛି, ସେ ଏଥିରେ ଅଭ୍ୟସ୍ତ । 

ତେବେ ଏହି ସମୟରେ ପାଖରେ ବସିଥିବା ବର ଭୟରେ କୁଆଡ଼େ ବି ଦେଖୁନାହାନ୍ତି । ଭୟଭୀତ ହୋଇ ଚୁପ୍‌ ହୋଇ ବସି ରହିଛନ୍ତି । ବର୍ତ୍ତମାନ ଏହି ମାମଲା ପୋଲିସ ପାଖରେ ପହଞ୍ଚିଛି । ହାଥରସ ଜଙ୍କସନର ଥାନା ପ୍ରଭାରୀ ଗିରିଶ ଚନ୍ଦ୍ର ଗୌତମ କହିଛନ୍ତି, ଏହି ମାମଲା ଆମ ନଜରକୁ ଆସିଛି । ଘଟଣାର ତଦନ୍ତ କରାଯାଉଛି । ଭିଡିଓ ଆଧାରରେ କନ୍ୟା ଓ କନ୍ୟାକୁ କିଏ ବନ୍ଧୁକ ଦେଇଛି, ତାହା ଜାଣିବା ପାଇଁ ଉଦ୍ୟମ ଚାଲିଛି ।