ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। କାର୍କୁ ପିଛା କରି କେତେବେଳେ କାର୍ ଆଗକୁ ଚାଲି ଆସୁଥିଲେ ତ ଆଉ କେତେବେଳେ ସାଇଡ୍ରେ ବାଇକ୍ ଚଲାଇ ଯାଉଥିଲେ। ଏମିତି କିଛି ସମୟ ପାଇଁ ଦୁର୍ବୃତ୍ତମାନେ ଆତଙ୍କିତ କରି ପୁରା ଅଞ୍ଚଳକୁ ରଖିଥିଲେ। ଉଦ୍ଦେଶ୍ୟ ଥିଲା କାର୍କୁ ଅଟକାଇ ଝଗଡ଼ା କରିବା। ଭିଡିଓଟି କାର୍ରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ବେଳେ ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେଉଛି। ଜୁଲାଇ ୧୩ରେ ବେଙ୍ଗାଲୁରୁର ଡିଏସ୍ଆର୍ ରିଭେରାରୁ ଭରଥୁରକୁ କନେକ୍ଟ କରୁଥିବା ରାସ୍ତାରେ ଏହି ଘଟଣା ଘଟିଛି। ଏହି ଘଟଣାରେ ବେଙ୍ଗାଲୁରୁ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ୪ ଜଣ ବ୍ୟକ୍ତି ବାଇକ୍ ଓ ସ୍କୁଟିରେ ଆସି କାର୍ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି। ଦୁର୍ବୃତ୍ତମାନେ କାର୍ ସାମ୍ନାରେ ଗାଡ଼ିକୁ ଧୀରେ ଧୀରେ ଚଲାଉଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲ୍ମେଟ୍ ପିନ୍ଧିବା ସହ ଅନ୍ୟମାନେ କେହି ହେଲ୍ମେଟ୍ ପିନ୍ଧି ନାହାନ୍ତି। କାର୍ ଡ୍ରାଇଭର ଗାଡ଼ି ହର୍ଣ୍ଣ ବଜାଇ ସାଇଡ୍ ହେବାକୁ କହିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଏସବୁକୁ ଖାତିର କରିନଥିଲେ।
@east_bengaluru @BlrCityPolice @blrcitytraffic . Incident occurred on the new road which is connecting from DSR rivera to Varthur. Goons on the street of Bangalore . Is there any action taken yet on it @DCPTrEastBCP pic.twitter.com/kk8uENgdeB
— RON (@ronmania2009) July 13, 2023
ଏମିତି କିଛି ସମୟ ଚାଲିବା ପରେ ସ୍କୁଟି ଚଲାଉ ଥିବା ବ୍ୟକ୍ତି ଜଣକ ରାସ୍ତା ମଝିରେ ସ୍କୁଟି ରଖି କାର୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ଏହାପରେ କାର୍ ଡ୍ରାଇଭରଙ୍କ ପାଖକୁ ଆସି ସେ ଝଗଡ଼ା କରିବା ପାଇଁ ବାହାରିଥିଲେ। କ’ଣ ହୋଇଛି, କାହିଁକି ଗାଡ଼ି ଅଟକାଉଛ ବୋଲି କାର୍ ଡ୍ରାଇଭର ପଚାରୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। ହେଲେ ଅନ୍ୟ ୩ ଜଣ ଦୁର୍ବୃତ୍ତ ଆସି ପ୍ରଥମେ କାର୍କୁ ଅଟକାଇବା ପାଇଁ ପ୍ରୟାସ କରିଥିବା ବ୍ୟକ୍ତି ସହ ଯୋଗ ଦେଇଥିଲେ। ଏସବୁ ଦେଖି କାର୍ ଡ୍ରାଇଭର ଗାଡ଼ିକୁ ପଛୁଆ ପଛୁଆ କରି ୟୁଟର୍ଣ୍ଣ ମାରି ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଥିଲେ।
Zero tolerance towards such deceptive elements. Please note, the accused have been arrested!
— ಬೆಂಗಳೂರು ನಗರ ಪೊಲೀಸ್ BengaluruCityPolice (@BlrCityPolice) July 14, 2023
In the future, please dial #Namma112 for immediate and swift intervention.#WeServeWeProtect https://t.co/unxmI2MPjB pic.twitter.com/wk3nmjX7c7
ଭିଡିଓ ଭାଇରାଲ୍ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ଘଟଣାରେ ପୋଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।