Advertisment

ଅଗଷ୍ଟ ୧ ରୁ ବନ୍ଦ ହେବ କି ଗୁଗୁଲର Gmail ସେବା ! ସ୍ପଷ୍ଟିକରଣ ଦେଲା Google

ସ୍କ୍ରିନସଟରେ ଅହୁରି ଲେଖା ଥିଲା, "ଏତେ ବର୍ଷ ଧରି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଯୋଡ଼ି ରଖିଥିବା ବା କଣ୍ଟାକ୍ଟକୁ ଅତି ସହଜ କରିଥିବା ‘Gmail’ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଛି । ୧ ଅଗଷ୍ଟ ୨୦୨୪ରୁ Gmail ସେବା ବନ୍ଦ ହେବ ।

ଅଦ୍ୟତନ ହୋଇଛି
Gmail

Gmail

Advertisment

ଗୁଗୁଲ ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି ଯେ, ଲୋକପ୍ରିୟ ଇମେଲ ସେବା Gmail ବନ୍ଦ ହେବ ନାହିଁ। କିଛି ଦିନ ହେବ ଗୁଗୁଲର ଜିମେଲ ସେବା ବନ୍ଦ ହେବା ନେଇ ସୋସିଆଲ ମିଡିଆରେ ଗୁଜବ ଆରମ୍ଭ ହୋଇଥିଲା । ଏଥିରେ କୁହାଯାଇଥିଲା ଯେ, ଚଳିତ ମାସ ଅଗଷ୍ଟରୁ ଜିମେଲ୍‌ ବନ୍ଦ ହେବ । କିନ୍ତୁ ତାହା ମିଛ ବୋଲି ଶୁକ୍ରବାର ସ୍ପଷ୍ଟ କରିଛି ଗୁଗୁଲ ।

Advertisment

ଗୁଗୁଲ ପକ୍ଷରୁ Gmail ବ୍ୟବହାରକାରୀଙ୍କୁ ସମ୍ବୋଧିତ କରାଯାଇଥିବା ଏକ ଇମେଲର ସ୍କ୍ରିନସଟ ଖୁବ୍‌ ଭାଇରାଲ ହୋଇଥିଲା । ଯେଉଥିରେ ସ୍ପଷ୍ଟ ଜଣାପଡ଼ୁଥିଲା ଯେ, ଚଳିତ ବର୍ଷ ଅଗଷ୍ଟ ୧ ତାରିଖରୁ ‘Gmail’ ସେବା ବନ୍ଦ କରାଯାଉଛି । ଏଥିରେ ଆହୁରି ଲେଖାଯାଇଥିଲା ଯେ, ଅଗଷ୍ଟ ୧ ତାରିଖ ପରେ ‘Gmail’ ଜରିଆରେ ଆଉ ଇମେଲ ପଠାଯାଇପାରିବ ନାହିଁ କିମ୍ବା ଗ୍ରହଣ କରାଯାଇପାରିବ ନାହିଁ ।

ସ୍କ୍ରିନସଟରେ ଅହୁରି ଲେଖା ଥିଲା, "ଏତେ ବର୍ଷ ଧରି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଯୋଡ଼ି ରଖିଥିବା ବା କଣ୍ଟାକ୍ଟକୁ ଅତି ସହଜ କରିଥିବା ‘Gmail’ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଛି । ୧ ଅଗଷ୍ଟ ୨୦୨୪ରୁ Gmail ସେବା ବନ୍ଦ ହେବ ।

Advertisment

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ହଜାର ହଜାର ଲୋକ ଏହି ସ୍କ୍ରିନସଟ ସେୟାର କରିଛନ୍ତି । କିଛି ଏଲୋକ ଏହାକୁ ସେୟାର କରିବା ସହ ଏଥିରେ ଲେଖିଛନ୍ତି ଯେ, ଗୁଗୁଲ ଏହାର ନୂତନ AI ଇମେଜ୍‌ ଟୁଲ୍‌ ଜେମିନି ଯୋଗୁଁ ବ୍ୟାକ୍‌ଲୈସର ସମ୍ମୁଖୀନ ହେଉଛି । କହିବାକୁ ଗଲେ ଏହି ଇମେଜ୍‌ ଟୁଲ ଗତ ସପ୍ତାହରେ ବିବାଦକୁ ଆସିଥିଲା । ଯେତେବେଳେ ଏହା ନାଜୀ ସୈନିକମାନଙ୍କ ଫଟୋ ତିଆରି କରିଥିଲା ।

ତେବେ ଏତେ ସବୁ ଘଟଣା ପରେ, ଗୁଗୁଲ ନିଜ ପକ୍ଷରୁ ଏକ୍ସ’ରେ ଏକ ପୋଷ୍ଟ କରି ସ୍ପଷ୍ଟ କରିବାକୁ ବାଧ୍ୟ ହେଲା ଯେ ଗୁଗୁଲ ବନ୍ଦ ହେଉ ନାହିଁ । ଯାହା ସବୁ ଭାଇରାଲ ହେଉଛି ବା ଚର୍ଚ୍ଚା ହେଉଛି, ତାହା କେବଳ ଗୁଜବ, ଏହାକୁ କେହି ବିଶ୍ୱାସ କରନ୍ତୁ ନାହିଁ ।

Advertisment
Google Gmail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ