Advertisment

ଭାରତରେ ବଢୁଛି Extramarital Dating App ର ଚାହିଦା

‘ଗ୍ଲିଡେନ୍’ ନିକଟରେ ଘୋଷଣା କରିଛି ଯେ ଏହା ବିଶ୍ୱରେ ୧୦ମିଲିୟନ୍ ଉପଭୋକ୍ତା ହାସଲ କରିଛି। ସେଥିମଧ୍ୟରୁ ୨ ମିଲିୟନ୍ ଉପଭୋକ୍ତା କେବଳ ଭାରତରୁ ଆସିଛନ୍ତି। ଏହି ସଂଖ୍ୟା ସେପ୍ଟେମ୍ବର ୨୦୨୨ ଠାରୁ ୧୧% ବୃଦ୍ଧି ପାଇଛି।

ଅଦ୍ୟତନ ହୋଇଛି
Extramarital Dating App Gleeden

Gleeden, An Extramarital Dating App, Has 2 Million Indian Users

Advertisment

ଫ୍ରାନ୍ସଭିତ୍ତିକ ବୈବାହିକ ଡେଟିଂ ଆପ୍ ‘ଗ୍ଲିଡେନ୍’ ନିକଟରେ ଘୋଷଣା କରିଛି ଯେ ଏହା ବିଶ୍ୱରେ ୧୦ମିଲିୟନ୍ ଉପଭୋକ୍ତା ହାସଲ କରିଛି। ସେଥିମଧ୍ୟରୁ ୨ ମିଲିୟନ୍ ଉପଭୋକ୍ତା କେବଳ ଭାରତରୁ ଆସିଛନ୍ତି। ଏହି ସଂଖ୍ୟା ସେପ୍ଟେମ୍ବର ୨୦୨୨ ଠାରୁ ୧୧% ବୃଦ୍ଧି ପାଇଛି।

Advertisment

‘ଗ୍ଲିଡେନ୍’ର ମ୍ୟାନେଜର୍ ସିବିଲ ଶିଡେଲ୍ କହିଛନ୍ତି, “ଭାରତ ହେଉଛି ଏମିତି ଏକ ଦେଶ ଯିଏ ବିବାହକୁ ବ୍ରତ ଭାବେ ଗ୍ରହଣ କରେ, ସେ ଏହି ଆପ୍‌ରେ ଗ୍ରାହକ ଭାବରେ ବଢିବାରେ ଲାଗିଛି। ଆମେ ଦେଖୁଛୁ ଡିସେମ୍ବର ୨୦୨୧ରେ ୧.୭ ମିଲିୟନ ଗ୍ରାହକ ଥିବା ବେଳେ କେବଳ ୨୦୨୨ ମସିହାରେ ୧୮ ପ୍ରତିଶତ ନୂଆ ଗ୍ରାହକ ହୋଇଛନ୍ତି। ଏହା ବର୍ତ୍ତମାନର ୨+ ମିଲିୟନକୁ ବୃଦ୍ଧି ପାଇଛି।”

ବିବାହିତ ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ଗ୍ଲିଡେନ୍ ଆପ୍‌ରେ ଭାରତୀୟ ବ୍ୟବହାରକାରୀଙ୍କ ସଖ୍ୟା ବୃଦ୍ଧି ପ୍ରତିଫଳିତ ହୋଇଛି। ଏହା ଦ୍ୱାରା ଏହି ଦେଶରେ ବୈବାହିକ ପରମ୍ପରା କିପରି ଧୀରେ ଧୀରେ ବଦଳି ଯାଉଛି, ତାହା ଜଣାପଡୁଛି।  

Advertisment

ଅଧିକ ପଢ଼ନ୍ତୁ: ଏଠି ଡେଟିଂ ପାଇଁ ଭଡ଼ାରେ ମିଳନ୍ତି ଗର୍ଲଫ୍ରେଣ୍ଡ, ସରକାର ବି ଦେଇଛନ୍ତି ସ୍ୱୀକୃତି..

କମ୍ପାନୀ କହିଛି ଯେ ଗ୍ଲିଡେନରେ ଅଧିକାଂଶ ଭାରତୀୟ ଉପଭୋକ୍ତା ଉଚ୍ଚ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରୁ ଆସିଛନ୍ତି। ଉଭୟ ପୁରୁଷ ଏବଂ ମହିଳା ଇଞ୍ଜିନିୟର୍, ବ୍ୟବସାୟୀ, ପରାମର୍ଶଦାତା, ପରିଚାଳକ, ଅଧିକାରୀ ଏବଂ ଡାକ୍ତରଙ୍କ ପରି ପେସାଦାର ବ୍ୟକ୍ତିଙ୍କ ସମେତ ବହୁ ସଂଖ୍ୟକ ଗୃହିଣୀ ମଧ୍ୟ ଏଥିରେ ସାମିଲ୍ ଅଛନ୍ତି।

Advertisment

ବୟସ ଅନୁସାରେ ପୁରୁଷମାନେ ପ୍ରାୟ ୩୦+ ହୋଇଥିବାବେଳେ ମହିଳାମାନେ ୨୬+ । କମ୍ପାନୀ ଏହା ମଧ୍ୟ ଉଲ୍ଲେଖ କରିଛି ଯେ ଏହି ଆପ୍ ମହିଳାମାନଙ୍କ ପାଇଁ ସୁରକ୍ଷିତ ସାବ୍ୟସ୍ତ ହୋଇଛି ଏବଂ ୨୦୨୩ ମସିହାରେ ୬୦ ପ୍ରତିଶତ ପୁରୁଷ ବ୍ୟବହାରକାରୀଙ୍କ ତୁଳନାରେ ୪୦ ପ୍ରତିଶତ ମହିଳା ଅଛନ୍ତି।

Dating App Gleeden Trending Dating App Trending News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ