Advertisment

Glamorous Snake Catcher: ଗ୍ଲାମରସ୍ ସାପ ଧରାଳି; ଯେମିତି ସୁନ୍ଦରୀ ସେମିତି ଷ୍ଟାଇଲିସ୍

ଭିଡିଓରେ, ଜଣେ ସୁନ୍ଦରୀ ଯୁବତୀ ଭୟ ନକରି ଏକ ବିପଦଜନକ ସାପ ଧରୁଥିବାର ଦେଖାଯାଉଛି। ସାଧାରଣତଃ ଝିଅମାନେ ସାପ ଧରିବା ତ ଦୂରରେ ଥାଉ ସାପ ନାଁ ଶୁଣିଲେ ଝାଳନାଳ ହୋଇଯାଆନ୍ତି। ତେବେ ଏହି ଭିଡିଓ ଦେଖିଲେ ନିଶ୍ଚିତ ଭାବରେ ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିଦେବେ।

ଅଦ୍ୟତନ ହୋଇଛି
Glamorous snake catcher girl goes viral on instagram

Glamorous snake catcher girl goes viral on instagram

Advertisment

ସାପ ଧରାଳିଙ୍କ ଚେହେରା ପ୍ରାୟତଃ ଅରୁଚିକର ଏବଂ ଜଙ୍ଗଲୀ ପରି ଦେଖାଯାଏ। ଆଜିକାଲି କିନ୍ତୁ ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ସାପ ଧରାଳି ଭାଇରାଲ ହେଉଛନ୍ତି, ଯିଏ ଏହି କାମରେ ଗ୍ଲାମରକୁ ଯୋଡିଛନ୍ତି। ଆପଣ ତାଙ୍କ କାମ ଅପେକ୍ଷା ତାଙ୍କୁ ଦେଖି ହିଁ ରହିଯିବେ।

Advertisment

ଭିଡିଓରେ, ଜଣେ ସୁନ୍ଦରୀ ଯୁବତୀ ଭୟ ନକରି ଏକ ବିପଦଜନକ ସାପ ଧରୁଥିବାର ଦେଖାଯାଉଛି। ସାଧାରଣତଃ ଝିଅମାନେ ସାପ ଧରିବା ତ ଦୂରରେ ଥାଉ ସାପ ନାଁ ଶୁଣିଲେ ଝାଳନାଳ ହୋଇଯାଆନ୍ତି। ତେବେ ଏହି ଭିଡିଓ ଦେଖିଲେ ନିଶ୍ଚିତ ଭାବରେ ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିଦେବେ।

Advertisment

ଅଧିକ ପଢ଼ନ୍ତୁ:ଅଫିସ୍‌ରେ କାମ କରୁଥିଲେ ବ୍ୟକ୍ତି; ଡେସ୍କ ତଳେ ଥିଲା ଭୟଙ୍କର ସାପ, ଦେଖିଲେ ଦେହ ଶୀତେଇ ଉଠିବ

ଭିଡିଓରେ ନଜର ଆସୁଥିବା ଏହି ଯୁବତୀଙ୍କ ନାଁ ସାଇବା ବୋଲି କୁହାଯାଉଛି। ଏହି ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି, ଯେଉଁଥିରେ ସେ ନିର୍ଭୀକ ଭାବରେ ଏକ ବିପଦଜନକ ସାପକୁ ଧରୁଥିବା ଦେଖାଯାଉଛି ଯେପରି ଏହା ସାପ ନୁହେଁ ବରଂ ଏକ ରଶି।

Advertisment

ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳେ ଯେ ଯୁବତୀ ଜଣଙ୍କ ଏକ ନିର୍ମାଣାଧୀନ ଘରେ ପହଞ୍ଚନ୍ତି। ଏଠାରେ ଏକ ପ୍ଲାଷ୍ଟିକ୍ କୁଣ୍ଡ ପଡିଥାଏ ଆଉ ତା’ ତଳେ ଏକ ସାପ ଲୁଚି ରହିଥାଏ। ସାଧାରଣତଃ ଲୋକମାନେ ସାପକୁ ଦେଖିବା ପରେ ଚିତ୍କାର କରନ୍ତି, କିନ୍ତୁ ସାଇବା, କୌଣସି ଭୟ ବିନା, ବହୁତ ଷ୍ଟାଇଲିସ୍ ଭାବରେ ସେହି କୁଣ୍ଡଟିକୁ ଟେକନ୍ତି ଏବଂ ବିନା ଭୟରେ ସାପର ଲାଞ୍ଜକୁ ଧରି ନେଇ ଆସନ୍ତି।

ଦେଖାଯାଏ ଯେ ସାପଟି ତାଙ୍କ ଦେହ ସାରା ଗୁଡେଇ ହୋଇଯାଉଛି। ସାଇବା କିନ୍ତୁ ଟିକେ ବି ଭୟ କରୁ ନାହାନ୍ତି। ସେ ପରେ ସାପଟିକୁ ଏକ ଏକ ବୋତଲ ଭିତରେ ପୂରାନ୍ତି ଆଉ ଏକ ଖୋଲା ପଡ଼ିଆରେ ନେଇ ଛାଡି ଦିଅନ୍ତି।

ଭିଡିଓର କ୍ୟାପସନ୍‌ରେ ଲେଖାଯାଇଛି ଯେ ଏହା ଏକ ଢମଣା ସାପ ଥିଲା, ଯାହା ବିଷାକ୍ତ ନୁହେଁ, କିନ୍ତୁ ଏହାର ଭୟକୁ କେହି ଅସ୍ୱୀକାର କରିପାରିବେ ନାହିଁ। ତେବେ ଲୋକମାନେ ସାଇବାଙ୍କ ଚେହେରା ଏବଂ ଆତ୍ମବିଶ୍ୱାସ ଦେଖି ସବୁଠାରୁ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଭିଡିଓରେ ସେ ଷ୍ଟାଇଲିସ୍ ପୋଷାକ, ମେକ୍‌ଅପ୍ ଏବଂ ଫୁଲ୍-ଅନ୍ ଫ୍ୟାଶନ ଷ୍ଟାଇଲ୍‌ରେ ସାପଟିକୁ ଉଦ୍ଧାର କରିଛନ୍ତି। ଏହି ଭିଡିଓ ଦେଖିବା ପରେ, କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ଜଣେ ଗ୍ଲାମରସ୍ ଆନିମଲ୍ ରେସ୍କ୍ୟୁଅର୍ ବୋଲି କହିବା ଆରମ୍ଭ କରିଛନ୍ତି।

ଏହି ଖବର ଲେଖାହେବା ବେଳେକୁ ଭିଡିଓଟି ଏପର୍ଯ୍ୟନ୍ତ ୯ କୋଟିରୁ ଅଧିକ ଦେଖିସାରିଥିବା ବେଳେ ୩୧ ଲକ୍ଷରୁ ଅଧିକ ଲାଇକ୍ କରିଥିଲେ। କମେଣ୍ଟ ସେକ୍ସନରେ ଲୋକମାନେ ସାଇବାଙ୍କ ଆତ୍ମବିଶ୍ୱାସର ପ୍ରଶଂସା କରିଛନ୍ତି। କେହି କେହି ତାଙ୍କୁ ଇଚ୍ଛାଧାରୀ ନାଗିନ୍ କହୁଥିବା ବେଳେ ଆଉ କେହି ‘ଯେତେବେଳେ ନାଗିନ୍ ନିଜେ ଧରିବାକୁ ଆସିବ, ସାପ କଣ କରିବ?’ ବୋଲି କହୁଛନ୍ତି।

ତେବେ ଏହି ଯୁବତୀଙ୍କ ଏପରି ଅନେକ ଭିଡିଓ ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ଅଛି। ସବୁଥିରେ ତାଙ୍କ ସାପ ଧରିବାର ଷ୍ଟାଇଲ୍ ଦେଖିବାକୁ ମିଳେ।

ଅଧିକ ପଢ଼ନ୍ତୁ:ସୁଟ୍‌କେସ୍ ଖୋଲିଲା; ଭିତରୁ ବାହାରିଲା ୫ ବର୍ଷର ଝିଅ ଆଉ ଅଜଗର

Snakehelpline Viral Video Snake Rescued
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ