ମେଟ୍ରୋରେ ଆସିଲା ମା’ଙ୍କ ଫୋନ୍‌, ଯୁବତୀ କହିଲେ ଏମିତି ମିଛ, ହସି ହସି ଗଡ଼ିଲେ ଯାତ୍ରୀ

ସାଧାରଣତଃ ଯେତେବେଳେ ଆମେ ଦିଲ୍ଲୀ ମେଟ୍ରୋ ବିଷୟରେ କହୁ, ଆପଣ ଡ୍ୟାନ୍ସିଂ ରିଲ୍ସ ବିଷୟରେ ଭାବୁଥିବେ । କିନ୍ତୁ ଏହି ଭିଡିଓଟି ପୂରା ଅଲଗା ।

Delhi Metro

ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କେତେବେଳେ ଏହା ଭୟଙ୍କର ଥାଏ ତ କେତେବେଳେ ଏହି ଭିଡିଓ ଜଣଙ୍କୁ ହସାଇଥାଏ । ସର୍ବସାଧାରଣ ସ୍ଥାନରେ ଏପରି କଣ୍ଟେଣ୍ଟ କରୁଥିବା ଲୋକମାନେ ବେଳେବେଳେ ସେମାନଙ୍କ ଆଖପାଖରେ ଥିବା ଲୋକଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିଥାନ୍ତି । କିନ୍ତୁ ବେଳେବେଳେ ସେମାନେ ଲୋକଙ୍କ ମୁହଁରେ ହସ ମଧ୍ୟ ଆଣିଥାନ୍ତି । ଦିଲ୍ଲୀ ମେଟ୍ରୋର ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଝିଅ ଏକ ନିଆରା ସ୍ୱର ସୃଷ୍ଟି କରିଛନ୍ତି । ଯାହା ବର୍ତ୍ତମାନ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସାଧାରଣତଃ ଯେତେବେଳେ ଆମେ ଦିଲ୍ଲୀ ମେଟ୍ରୋ ବିଷୟରେ କହୁ, ଆପଣ ଡ୍ୟାନ୍ସିଂ ରିଲ୍ସ ବିଷୟରେ ଭାବୁଥିବେ । କିନ୍ତୁ ଏହି ଭିଡିଓ ପୂରା ଅଲଗା । ଭାଇରାଲ ହେଉଥିବା ଭିଡିଓରେ ଜଣେ ଝିଅ ତାଙ୍କ ମା’ଙ୍କ ସହ ଫୋନ୍‌ରେ କଥା ହେଉଥିବାର ଦେଖିବାକୁ ମିଳୁଛି । ତେବେ ଏହି କଥାବାର୍ତ୍ତା ସେଠାରେ ଥିବା ଲୋକମାନଙ୍କୁ ମନୋରଞ୍ଜନର ଖୋରାକ ଦେଇଥିଲା ।

ମେଟ୍ରୋ ଟ୍ରେନ୍‌ରେ ଯାଉଥିବା ବେଳେ ତାଙ୍କ ମା’ ଫୋନ୍‌ କରିଥିଲେ । ଯେତେବେଳେ ତାଙ୍କ ମା’ ତାଙ୍କୁ ପଚାରିଲେ ସେ କେଉଁଠାରେ ଅଛନ୍ତି । ଝିଅଟି ଉତ୍ତର ଦେଇଥିଲେ ଯେ ସେ ଘରେ ଅଛନ୍ତି ଏବଂ କାର୍ଟୁନ୍ ଦେଖୁଛନ୍ତି । ଏହାପରେ ତାଙ୍କ ମା କହିଛନ୍ତି ଯେ ସେ ଏହାକୁ ବିଶ୍ୱାସ କରୁନାହାଁନ୍ତି, ତେଣୁ ସେ ତାଙ୍କ ମାଆଙ୍କୁ କାର୍ଟୁନର ସ୍ୱର ଶୁଣିବାକୁ କହିଥିଲେ । ଆଉ ଏହାପରେ ସେ ନିଜେ କାର୍ଟୁନ୍‌ ସ୍ୱରରେ କଥା ହୋଇ ତାଙ୍କ ମା’ଙ୍କୁ ଶୁଣାଇଥିଲେ ।

କାର୍ଟୁନ ସ୍ୱର କପି କରିବା ପରେ ସେ ତାଙ୍କ ମା’ଙ୍କୁ କହିଥିଲେ, ତୁମେ ମୋତେ କେବେ ବିଶ୍ୱାସ କରୁନାହଁ । ଏହି ସମୟରେ ତାଙ୍କ ଆଖପାଖରେ ଥିବା ଯାତ୍ରୀମାନେ ହସିବାକୁ ଲାଗିଥିଲେ । ଭିଡିଓରେ ଦେଖାଯାଇଥିବା ଝିଅଟି ହେଉଛି ବର୍ଷା ଗୁପ୍ତା । ତେବେ ଏହି କ୍ଲିପର ଭି୍ୟୁଜ୍‌ ୯.୭ ମିଲିୟନ୍ । ତେବେ ଏହି ସ୍କ୍ରିପ୍ଟେଡ୍‌ ଭିଡିଓ ୟୁଜର୍ସଙ୍କୁ ମଧ୍ୟ ବେଶ୍‌ ହସାଇଥିଲା ।