ଏମିତି ବିବାହ ଆପଣ କେବେ ଦେଖିନଥିବେ, ଦେଖନ୍ତୁ ଭିଡିଓ...

ଭିଡିଓରେ ୪ ଜଣ ପତ୍ନୀ ପାରମ୍ପରିକ ପୋଷାକ ପିନ୍ଧିଛନ୍ତି । ବର ମଧ୍ୟ ବର ବେଶରେ ରହିଛି । ପତ୍ନୀମାନେ ସ୍ୱାମୀଙ୍କ ପାଦ ଛୁଇଁ ନମସ୍କାର ମଧ୍ୟ କରୁଛନ୍ତି ।

Viral Video

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ତାକୁ ଯିଏ ବି ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । ଭିଡିଓରେ କିଛି ବିଚଳିତ କଲା ଭଳି ଦୃଶ୍ୟ ନାହିଁ ସତ କିନ୍ତୁ ଯେଉଁ ଘଟଣା ସେଥିରେ ରହିଛି ତାକୁ ଯିଏ ବି ଦେଖିବ, ତାଙ୍କ ମନରେ ପ୍ରଶ୍ନ ଆସିବ । କ’ଣ ଏମିତି ବି ହୋଇପାରେ ବିବାହ । ଜଣେ ମହିଳା କେବେ ନିଜ ସ୍ୱାମୀକୁ ଅନ୍ୟ ମାନଙ୍କ ସହ ବିବାହ ଦେଇପାରିବ ? ଏମିତି ନାନା ପ୍ରଶ୍ନ ମନକୁ ଆସିବାର ସମ୍ଭାବନା ରହିଛି ।

ତେବେ ପୁରା କାହାଣୀଟି ହେଲା, ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ଗୋଟିଏ ବେଦୀରେ ଜଣେ ସ୍ୱାମୀଙ୍କ ସହ ୪ ଜଣ ପତ୍ନୀ ରହିଛନ୍ତି । ହିନ୍ଦୁ ରିତୀନିତୀରେ ବିବାହ କାର୍ଯ୍ୟ ହେଉଥିବା ଦେଖାଯାଉଛି । ସ୍ୱାମୀ ଆଗେ ଆଗେ ବେଦୀ ଚାରିପଟେ ବୁଲୁଥିବା ବେଳେ ତାଙ୍କ ପଛରେ ଜଣକ ପରେ ଜଣେ ୪ ପତ୍ନୀ ଯାଉଛନ୍ତି । ଏହା କେବେ ସମ୍ଭବ ବୋଲି ଏହି ଭିଡିଓ ଦେଖି ଅନେକ ପ୍ରଶ୍ନ କରିଛନ୍ତି ।

ଭିଡିଓରେ ୪ ଜଣ ପତ୍ନୀ ପାରମ୍ପରିକ ପୋଷାକ ପିନ୍ଧିଛନ୍ତି । ବର ମଧ୍ୟ ବର ବେଶରେ ରହିଛି । ପତ୍ନୀମାନେ ସ୍ୱାମୀଙ୍କ ପାଦ ଛୁଇଁ ନମସ୍କାର ମଧ୍ୟ କରୁଛନ୍ତି ।