• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପାଖେଇ ଆସୁଛି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ । ଦିନ ଯେତେ ପାଖେଇ ଆସୁଛି, ଭକ୍ତଙ୍କ ଉତ୍କଣ୍ଠା ବି ସେତିକି ବଢ଼ିବାରେ ଲାଗିଛି । ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ ଲାଗି ସାରା ଦେଶରୁ ଅଯୋଧ୍ୟାକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଶୁଭାରମ୍ଭ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଅଯୋଧ୍ୟା ଆସିବା ସହଜ ହୋଇଛି । ତେବେ ରାଜ୍ୟର ବିଭିନ୍ନ ଏୟାରପୋର୍ଟରୁ ଅଯୋଧ୍ୟାକୁ ଛୁଟିଛି ଭକ୍ତଙ୍କ ସୁଅ ।

ଅହମ୍ମଦାବାଦ ଏୟାରପୋର୍ଟରେ କମ୍ପିଲା ‘ଜୟ ଶ୍ରୀରାମ’ ଧ୍ୱନି । ଏୟାରପୋର୍ଟର ଏକ ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ବିମାନରେ ଅଯୋଧ୍ୟା ଗଲେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ । ଆପଣଙ୍କୁ କଥାଟି ଅଡୁଆ ଲାଗୁଥିବ । ବାସ୍ତବରେ ରାମ-ସୀତାଙ୍କ ବେଶରେ ବିମାନରେ ଅଯୋଧ୍ୟା ଯାତ୍ରା କଲେ ଶ୍ରଦ୍ଧାଳୁ । ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ ୪ ଜଣ ଯାତ୍ରୀ ରାମ, ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ଅବତାରରେ ଏୟାରପୋର୍ଟରେ ପହଞ୍ଚିଛନ୍ତି । ଅଯୋଧ୍ୟା ଯିବା ପାଇଁ ସେମାନେ ଏଭଳି ବେଶ ଧାରଣ କରିଛନ୍ତି । ସେମାନଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ଯାତ୍ରୀ ଜୟ ଶ୍ରୀରାମ ନାରା ଲାଗିଥିଲା । ଶ୍ରଦ୍ଧାଳୁଙ୍କ ଏପରି ବେଶ ଓ ପ୍ରଭୁଙ୍କ ପ୍ରତି ଥିବା ଭଲ ପାଇବା ଦେଖି ଏୟାରପୋର୍ଟ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ସେମାନଙ୍କୁ ମିଠା ଖୁଆଇ ଯାତ୍ରା ନିମନ୍ତେ ଶୁଭେଚ୍ଛା ଜଣାଯାଇଥିଲା । କେବଳ ଭାରତରେ ନୁହେଁ ବରଂ ବିଶ୍ୱର କୋଣ ଅନୁକୋଣରୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଭକ୍ତଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।

 

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ। ରାମ ମନ୍ଦିର ନିର୍ମାଣରେ ବିଭିନ୍ନ ରାଜ୍ୟର ଯୋଗଦାନ ରହିଥିବା ବେଳେ, ଏବେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟିଛି ପ୍ରଭୁଙ୍କ ପାଇଁ ବିଭିନ୍ନ ଦିବ୍ୟ ନୈବେଦ୍ୟ । ଏ ଭିତରେ କିଛି ରାମଭକ୍ତଙ୍କ ନେଇ ବି ଚର୍ଚ୍ଚା ଜୋର୍ ଧରିଛି । କିଏ ଶ୍ରୀରାମଙ୍କ ପାଇଁ ପାଦୁକା ତିଆରି ୭ ହଜାର କିଲୋମିଟର ପଦଯାତ୍ରା କରିଛି, ତ କିଏ ୩୦ ବର୍ଷର ମୌନବ୍ରତ ଭାଙ୍ଗିବାକୁ ଯାଉଛି ।

ସାରା ଦେଶରୁ ଅଯୋଧ୍ୟାକୁ ଛୁଟିଛି ଉପହାରର ସୁଅ। ସୁନା-ରୁପାଠୁ ନେଇ ମନ୍ଦିର ପାଇଁ ଘଣ୍ଟି, ନାଗରା ଓ ଆଲମାରି। ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ। ରାମଲାଲାଙ୍କ ଚରଣ ପାଦୁକା ୮ କେଜି ରୁପାରେ ତିଆରି, ଉପରେ ଲାଗିଛି ସୁନାର କୋଟିଂ। ଚିତ୍ରିତ ହୋଇଛି ଶଙ୍ଖ, ଚକ୍ର, ଗଦା, ପଦ୍ମ, ଧନୁତୀର ଓ ଅନ୍ୟ ଆୟୁଧ, ନନ୍ଦି, ଧ୍ୱଜା, ସୂର୍ଯ୍ୟ-ଚନ୍ଦ୍ର ଇତ୍ୟାଦି ।