Viral Video
ଆଜିକାଲିର ବିବାହ କେବଳ ଆଉ ବେଦୀର ହୋମଯଜ୍ଞ କି ବ୍ରାହ୍ମଣଙ୍କ ବୈଦିକ ମନ୍ତ୍ରରେ ସୀମିତ ନାହିଁ । ଆଜିକାଲି ଏହା ଫିଚର ଫିଲ୍ମର ଦୃଶ୍ୟ ପରି ହୋଇଯାଇଛି । ବିବାହକୁ ନେଇ ଆଜିକାଲି ରିଲ୍ସ ମଧ୍ୟ ତିଆରି ହେଉଛି । ଯେତେବେଳେ କୌଣସି ଦମ୍ପତି ଇନ୍ଷ୍ଟା କିମ୍ବା ରିଲ୍ରେ କିଛି ଜଟିଳ ଷ୍ଟଣ୍ଟ କରନ୍ତି, ଅନ୍ୟମାନେ ଏହାକୁ ଆପଣେଇ ନିଅନ୍ତି ।
ବିବାହ ଏବେ ରୀତିନୀତି ଅପେକ୍ଷା ରିଲ୍ସର ଏକ ଦୁନିଆ ହୋଇଗଲାଣି । ଏହି ଟ୍ରେଣ୍ଡକୁ ଯଦି କିଏ ଅନୁସରଣ ନ କରେ, ତେବେ ଏହା ଏକ ଶସ୍ତା ବିବାହ ବୋଲି ଲୋକଙ୍କ ଧାରଣା ହେଉଛି । ଅନ୍ୟକୁ ଆଶ୍ଚର୍ଯ୍ୟ କରେଇବା ଆଉ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବା ନେଇ କେଉଁଠି ବିବାହରେ ବର ନାଚି ନାଚି ଆସୁଛି ତ କେଉଁଠି ଟ୍ରାକ୍ଟର ଚଢି ଆସୁଛି ।
ଆଜିକାଲି ବିବାହ ସମୟରେ ଫାୟାର୍ ଗନ୍ରୁ ଅଗ୍ନିର ଫୁଆରା ସ୍ପ୍ରେ କରିବା ଏକ ସାଧାରଣ ହୋଇଗଲାଣି । କିନ୍ତୁ କେତେବେଳେ ଏହି ଫାୟାରଗନ୍ ଏଭଳି ଏକ ସୁଖର ମାହୋଲଙ୍କୁ ମଧ୍ୟ ବେକାର କରିଦିଏ ତାହା କେହି ଜାଣନ୍ତି ନାହିଁ । ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ।
ଅଧିକ ପଢ଼ନ୍ତୁ:ପାଣିରେ ପହଁରୁଛି ବିଶାଳ ଆନାକୋଣ୍ଡା; ଭିଡିଓ ଦେଖି ଶ୍ୱାସ ଅଟକିଯିବ!
ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କ ହୃଦୟକୁ ଥରାଇଦେବ । ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳେ ଯେ ବର ଏବଂ କନ୍ୟା ଗାଡ଼ିର ଛାତରୁ ବାହାରକୁ ମୁହଁ ଦେଖାଇଛନ୍ତି । ଉଭୟଙ୍କ ହାତରେ ଅଛି ଫାୟାର୍ ଗନ୍। ଏଥିରୁ ଆପଣ ଭାବୁଥିବେ ସେମାନଙ୍କ ଏଣ୍ଟ୍ରୀ ପୂରା ଦମଦାର ହେବ । କିନ୍ତୁ କିଛି ସମୟ ପରେ ସବୁ ଫସର ଫାଟିଯାଏ ।
କନ୍ୟା ଜଣଙ୍କ ଯେତେବେଳେ ଫାୟାର୍ ଗନ୍ ଚଳାନ୍ତି ହଠାତ ବିସ୍ଫୋରଣ ହୁଏ । ଏହି ସମୟରେ ନିଆଁ ଆସି ବରର ପଗଡି ଉପରେ ପଡେ ଆଉ ନିଆଁ ଲାଗିଯାଏ । କିନ୍ତୁ ସବୁଠାରୁ ମଜାଦାର କଥା ହେଲା ବିଚରା ବର ଶୋ’ରେ ଏତେ ମଗ୍ନ ଥାଏ ଯେ ସେ ନିଆଁ ଲାଗିବା ଜାଣିପାରେ ନାହିଁ । ଏହାପରେ ସେ ବି ଫାୟାର୍ ଗନ୍ ଚଳାଏ । ଏହାକୁ ଦେଖିଲେ ଲାଗେ ଯେପରି ଏହା ବିବାହ ନୁହେଁ ବରଂ ଏକ ଲାଇଭ୍ ରିଲ୍ ସୁଟିଂ ଚାଲିଛି ।
ବରର ଭାଗ୍ୟ ଭଲ ସେଠାରେ ଥିବା ଲୋକମାନେ ଏହାକୁ ଦେଖିଦେଲେ । ଲୋକମାନେ ଦୌଡ଼ି ଆସିଲେ ଆଉ ବରର ମୁଣ୍ଡରୁ ପଗଡି କାଢିନେଲେ । ଏହା ପରେ ହିଁ ବର ରିଲ୍ ଲାଇଫ୍ରୁ ବାସ୍ତବ ଜୀବନକୁ ଫେରିଥିଲା ।
ଏହି ଭିଡିଓଟି @gharkekalesh ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ଅନେକ ଲୋକ ଏହି ଭିଡିଓଟିକୁ ଲାଇକ୍ ମଧ୍ୟ କରିଛନ୍ତି । ଏପରି ପରିସ୍ଥିତିରେ, ସୋସିଆଲ ମିଡିଆ ୟୁଜର୍ ଭିଡିଓକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
ଜଣେ ଲେଖିଛନ୍ତି - ଯଦି ପତ୍ନୀ ଆଉ ପଗଡ଼ି ଜଳୁଛି ତ ଜଳିବାକୁ ଦିଅ, ମୁଁ ର ରିଲ୍ ତିଆରି କରିବି । ଆଉ ଜଣେ ଲେଖିଛନ୍ତି - କି ମୂର୍ଖାମୀ! ଅନ୍ୟ ଜଣେ ଲେଖିଛନ୍ତି- ଏହି ପ୍ରକାରର ଖାମଖିଆଲି କାହା ଜୀବନକୁ ବିପଦରେ ପକାଇପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748181025.jpg)