Video: ୨ ଫୁଟ୍‌ ଚଉଡା ଜମିରେ ବିଳାସପୂର୍ଣ୍ଣ କୋଠା; ଦେଖିଲେ କହିବେ...

ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘର  । ୨ ଫୁଟ୍‌ ଚଉଡ଼ା ଜମିରେ ଘର ନିର୍ମାଣ କଲେ ଜଣେ ବ୍ୟକ୍ତି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଘରର ଭିଡ଼ିଓ । 

building

ଆଶ୍ଚର୍ଯ୍ୟ କଲା ଭଲି ଭିଡ଼ିଓ । ଦେଖିଲେ ବିଶ୍ବାସ କରିପାରିବେନି । ଆପଣ ଅନେକ ପ୍ରକାର ଘର ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘର ଦେଖାଇବୁ ଯାହାକୁ ଦେଖିଲେ ଆପଣ ବିଶ୍ବାସ କରିପାରିବେନି । କାରଣ ଘରଟି ହେଉଛି ସେହିପରି । ଆପଣ ୨ ଫୁଟ ପ୍ରସ୍ଥରେ ଘର କେବେ ଦେଖିଛନ୍ତି କି ? ୨ ଫୁଟ୍‌ ପ୍ରସ୍ଥରେ ଘର ନର୍ମାଣ କରିପାରିବେ କି ? ଜଣେ ବ୍ୟକ୍ତି ଏମିତି ହିଁ କରିଛନ୍ତି... 

ତେବେ ଏହି ବ୍ୟକ୍ତି ଜଣେ ଇଞ୍ଜିନିୟର। ସେ ଏମିତି ଏକ ଘର ତିଆରି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।  ଇନଷ୍ଟାଗ୍ରାମରେ ଭାଇରାଲ ଭିଡିଓକୁ ପ୍ରାୟ ୫ କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ଘରଟିର ପ୍ରସ୍ଥ ୨ ଫୁଟ୍‌ ରହିଛି କିନ୍ତୁ ଲମ୍ବ ୫୦ ଫୁଟ୍‌ର ଅଧିକ ରହିଛି । 

ତେବେ ଏବେ ସବୁଠୁ ବଡ଼ ପ୍ରଶ୍ନ ଏତେ ଛୋଟ ଘରେ ଜଣେ ବ୍ୟକ୍ତି କେମିତି ରହିବେ ? କେମିତି ଏତେ ଛୋଟ ଘରେ ଜଣେ ବ୍ୟକ୍ତି ବ୍ୟବହାର କରିବେ ? ଘରର ଡିଜାଇନ୍ ଓ ଜାଗାର ସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଲୋକଙ୍କ କହିବା ଅନୁଯାୟୀ ଇଞ୍ଜିନିୟରଙ୍କର ଅନନ୍ୟ ପ୍ରତିଭା ଦ୍ବାରା ଏଭଳି ଅସମ୍ଭବ କାମ ସମ୍ଭବରେ ପରିଣତ ହୋଇପାରିଛି । 

ତେବେ ଏଭଳି ଭିଡ଼ିଓ ଦେଖି ଲୋକମାନେ ସେମାନଙ୍କ ଚିନ୍ତାଧାରାକୁ ନେଇ ବିଭିନ୍ନ ଲୋକ ଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି । ଜଣେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଲେଖିଛନ୍ତି ଯେ , ଘର ଆରମ୍ଭ ହେବା ମାତ୍ରେ ଘରଟି ସରି ଯାଇଥିବା ଭଳି ଲାଗୁଛି । ଅନ୍ୟ ଜଣେ ବ୍ୟବହାରକାରୀ ଥଟ୍ଟା କରି ଲେଖିଛନ୍ତି ଯେ, ଟଙ୍କା ନଥିବା କାରଣରୁ ବ୍ୟକ୍ତି ଜଣକ ଏମିତି ଘର ଅଧା କରି ପଲାଇଛନ୍ତି । 

ସାମଗ୍ରିକ ଭାବରେ, କହିବାକୁ ଗଲେ ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ ହୋଇପାରିବ । ଅସମ୍ଭବ ବି ସମ୍ଭବ ହୋଇପାରିବ ବୋଲି ଏହି ଭିଡ଼ିଓ ପ୍ରମାଣିତ କରିଛି । ଏଭଳି ଡିଜାଇନ୍‌ ମଧ୍ୟ ସମସ୍ତଙ୍କୁ ଆକର୍ଷିତ କରିପାରିଛି ।