Office Break
ଅଫିସ୍ରୁ ବ୍ରେକ୍ ନେଇ କରୁଥିଲେ ଏମିତି କାମ ଯେ, ଧରାପଡ଼ିବା ପରେ ଦେବାକୁ ପଡ଼ିଲା ମୋଟା ଅଙ୍କର ଜରିମାନା । ଏହି ଜରିମାନା ପରିମାଣ ଏତେ ଯେ, ଯିଏ ବି ଶୁଣୁଛି ତାର ହୋସ୍ ଉଡ଼ିଯାଉଛି । ସଧାରଣତଃ ଆମେ ଜାଣିଛନ୍ତି ସରକାରୀ ହେଉ କି ଘରୋଇ କମ୍ପାନୀ ଚାକିରି, କର୍ମଚାରୀମାନେ ବ୍ରେକ୍ ନେଇଥାନ୍ତି କିଛି ଜଳଖିଆ ପାଇଁ କିମ୍ବା ଚା’ କଫି ତଥା ଧୁମ୍ରପାନ କରିବା ଉଦ୍ଦେଶ୍ୟରେ । ଆଉ ଏହାର ଏକ ସୀମିତ ସମୟ ଥାଏ । ପ୍ରତ୍ୟେକ ଅପିସ୍ରେ ରିସେସ୍ ସମୟ ରହିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଯେଉଁ କାହାଣୀ କହିବୁ ଆପଣ ଆଶ୍ଚର୍ଯ୍ୟ ହେବେ । ଜେଣେ ବ୍ୟକ୍ତି ଅଫିସ୍ରୁ ଏତ ଥର ବ୍ରେକ୍ ନେଇଛନ୍ତି ଯେ, ଅଫିସ୍ କର୍ତ୍ତୃପକ୍ଷ ଦେଖି ତାଟକା ।
ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସରକାରୀ ଚାକିରିଆ । ତାଙ୍କୁ ୬୧ ବର୍ଷ ବୟସ । ଜାପାନର ଓସାକା ସହରେ ଥିବା ଏକ ସରକାରୀ କାର୍ଯ୍ୟାଳୟରେ ସେ କାମ କରନ୍ତି । ନିଜ ୧୪ ବର୍ଷର ଚାକିରି କାଳ ମଧ୍ୟରେ ସେ ଏତେ ଥର ବ୍ରେକ୍ ନେଇଛନ୍ତି ଯେ, ତାଙ୍କ ପରେ ପଡ଼ିଲା ୯ ଲକ୍ଷ ଟଙ୍କାର ଜରିମାନା । ସାଧାରଣ ବ୍ରେକ୍ ନେବା ତାଙ୍କ ପାଇଁ ସତରେ ଖୁବ୍ ମହଙ୍ଗା ପଡ଼ିଲା ।
ଏହି ବ୍ରେକ୍ ସେ କେବଳ ଧୁମ୍ରପାନ କରିବା ପାଇଁ ନେଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଏହି କର୍ମଚାରୀ ଜଣକ ୧୪ ବର୍ଷ ମଧ୍ୟରେ ୪୦୦୦ରୁ ଅଧିକ ଥର ଅଫିସ୍ରୁ ବ୍ରେକ୍ ନେଇଛନ୍ତି । ଧୁମ୍ରପାନ କରିବା ପାଇଁ ବ୍ୟକ୍ତି ଜଣକ ୱାର୍କିଂ ଆୱାରରୁ ମୋଟ ୩୫୫ ଘଣ୍ଟା ୧୯ ମିନିଟ୍ ବ୍ରେକ୍ ନେଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା, ଓସାକାରେ ସରକାରୀ କାର୍ଯ୍ୟାଳୟରେ ଧୁମ୍ରପାନ କରିବା ଉପରେ ପ୍ରତିବନ୍ଧକ ଲାଗିଛି ।
ଏହା ଦ୍ୱାରା ଏହି ୬୧ ବର୍ଷିୟ ବ୍ୟକ୍ତି ଜଣକ ଲୋକାଲ ପବ୍ଲିକ୍ ସର୍ଭିସ ନିୟମ ଅନ୍ତର୍ଗତ ‘ଡ୍ୟୁଟି ଅଫ୍ ଡିଭୋସନ୍’ର ଉଲଂଘନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680264583.jpg)